Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାରା ବିଶ୍ୱରେ ୫.୫ କୋଟି ଟିକା ଆବଣ୍ଟନ ପ୍ଲାନ୍ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାରା ବିଶ୍ୱକୁ ସହଯୋଗର ହାତ ବଢ଼ାଇଛି ଆମେରିକା । ମୋଟ୍ ୮ କୋଟି ଡୋଜ୍ ଟିକା ବାଣ୍ଟିବ ବୋଲି ନିକଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟିକା ଆବଣ୍ଟନ ପ୍ଲାନ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ…

ରେକର୍ଡ ଟିକାକରଣ: ଦିନକରେ ଦେଶରେ ଦିଆଗଲା ୮୩ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ ଟିକାକରଣରେ ନୂଆ ମାଇଲଖୁଣ୍ଟ । ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାଦାନ ହୋଇଛି । ଦିନକରେ ଦିଆଯାଇଛି ୮୩ ଲକ୍ଷ ଡୋଜ୍ କୋଭିଡ୍ ଟିକା । ନୂଆ ଟିକା ନୀତି ପରେ ଗତକାଲିଠାରୁ ଆରମ୍ଭ ହୋଇଛି ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକାକରଣ । ପ୍ରଥମ ଥର ପାଇଁ ଦିନକରେ…

ଶିଶୁମାନଙ୍କ ଦ୍ୱାରା ଉପସ୍ଥାପିତ ହେଲା ଓଡ଼ିଶା ପାଇଁ ଦେଖିଥିବା ସ୍ୱପ୍ନ

ଭୁବନେଶ୍ୱର : ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବିଙ୍କ ଅନୁଷ୍ଠାନ 'ଓଡିଶା ପଜିଟିଭ୍' ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ବିଶ୍ୱର ବିଭିନ୍ନ ଦେଶର ୭ ରୁ ୧୪ ବର୍ଷ ବୟସର ୧୫ ଜଣ ଶିଶୁ ଭାଗ ନେଇ ନିଜ ସ୍ୱପ୍ନର ଓଡିଶା ବିଷୟରେ ବକ୍ତବ୍ୟ ପ୍ରଦାନ…

୧୮ ହଜାର କିଲୋଗ୍ରାମର ବୋମା ପରୀକ୍ଷା କଲା ଆମେରିକା ନେଭି, ସମୁଦ୍ରରେ ସୃଷ୍ଟି ହେଲା ଭୂମିକମ୍ପ

ୱାଶିଂଟନ: ଆମେରିକା ଓ ଚୀନ ବିବାଦ ଧିରେ ଧିରେ ବିଶ୍ୱ ସମୁଦାୟକୁ ଏକ ଭୟଙ୍କର ବିପତି ଆଡକୁ ନେଇଯାଉଛି । ଚୀନ ଜଳଭାଗରେ ତାର ଶକ୍ତି ବୃଦ୍ଧି କରୁଥିବା ବେଳେ ଏହାକୁ ଟକ୍କର ଦେବା ପାଇଁ ଆମେରିକା ନେଭି ସମୁଦ୍ର ଗର୍ଭରେ ୧୮ ହଜାର କିଲୋଗ୍ରାମର ଏକ ବିରାଟ ବୋମା ପରୀକ୍ଷା କରିଛି । ଏହି ବୋମା…

ମହାମାରୀ ସମୟରେ ଚାପଗ୍ରସ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି ; ରିପୋର୍ଟ

ସୋନିପତ୍‌: ସମ୍ପ୍ରତି ଦେଶରେ କରୋନା ସଂକ୍ରମଣର ହାର ହ୍ରାସ ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଯାଇଛି। ତେବେ ରିପୋର୍ଟ ଅନୁଯାୟୀ ସାମାଜିକ ଦୂରତା ମାନସିକ ସ୍ବାସ୍ଥ୍ୟ ଉପରେ ନିଜର ପ୍ରତିକୂଳ ପ୍ରଭାବ ପକାଇପାରେ। କଲମ୍ବିଆ…

ବନ୍ଦ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ, କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ସାମୟିକ ଭାବରେ ସ୍ଥଗିତ ରଖାଯାଇଥିଲା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ…

ମହାମାରୀ ସମୟରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ହେଲେ ନିୟମିତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପର୍ଯ୍ୟୟର କାରଣ ହୋଇଛି। ଲୋକେ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ କ୍ଷତି ସହୁଛନ୍ତି। କେବେ ସ୍ଥିତି ସ୍ବାଭାବିକ ହେବ ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ। ତଥାପି, ଏହି ସବୁ ସମସ୍ୟା ମଧ୍ୟରେ ଆମକୁ ଆଗକୁ ବଢିବା ଲାଗି ଚେଷ୍ଟା କରିବାକୁ…

ଜୁଲାଇ ୧ ରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ନୂଆଦିଲ୍ଲୀ: ଜୁଲାଇ ୧ ରୁ ଚାର୍‌ ଧାମ ଯାତ୍ରା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି। ଖୁବ୍‌ ଶୀଘ୍ର ଏହି ଯାତ୍ରା ପାଇଁ ଏକ ଏସ୍‌ଓପି ଜାରି କରିବେ ସରକାର। ଜୁଲାଇ ୧ରୁ ଏହି ତିନିଟି ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରାଖଣ୍ଡ ଜିଲ୍ଲାର ସ୍ଥାନୀୟ…

‘ମିଶନ ୨୪’ ପାଇଁ ଚିନ୍ତା: ପାଓ୍ଵାର-ପ୍ରଶାନ୍ତ ଆଲୋଚନା!

-ଆସନ୍ତାକାଲି ବୈଠକ, ୧୫ ଦଳକୁ ନିମନ୍ତ୍ରଣ ନୂଆଦିଲ୍ଲୀ: ଗୋଟିଏ ପଟେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପାଇଁ ମୋଦୀ ବିଚାର କରୁଥିବା ବେଳେ ବିରୋଧୀ ଶିବିରରେ ମଧ୍ୟ ବଡ଼ ଯୋଜନା ଚାଲୁଥିବା ଚର୍ଚ୍ଚା ହେଉଛି। ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଓ ଏନଏସପି ମୁଖ୍ୟ ଶରଦ ପାଓ୍ଵାରଙ୍କ ମଧ୍ୟରେ…

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ; କଦଳୀ କେଜିକୁ ୩,୩୦୦ ଟଙ୍କା

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଅତ୍ୟଧିକ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯେଉଁଠାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ତୀବ୍ର ଭାବରେ ବୃଦ୍ଧି ପାଇଛି। ପ୍ରକାଶ ଥାଉ କି, ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ସ୍ବୀକାର କରିଛନ୍ତି ଯେ ତୀବ୍ର ଖାଦ୍ୟ ଅଭାବକୁ ଦୃଷ୍ଟିରେ ରଖି ପରିସ୍ଥିତି ତୀବ୍ର…