Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଝାଡ଼ଖଣ୍ଡରେ ଜମୁଛି ପ୍ରଚାର; ମୁହାଁମୁହିଁ ହେଲେ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମୋଦୀ !

ଋାଞ୍ଚି: ଆସନ୍ତା ୧୨ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଦଳର ପ୍ରଚାର କାର୍ଯ୍ୟ ଜୋରଦାର୍ ଜାରି ରହିଛି । ସୋମବାର ଦିନ ଝାଡ଼ଖଣ୍ଡର ଭିନ୍ନ ଭିନ୍ନ ନିର୍ବାଚନୀ ସଭାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…

ଝାଡ଼ଖଣ୍ଡରେ କଂଗ୍ରେସ କ୍ଷମତାକୁ ଆସିଲେ ଫେରାଇ ଦିଆଯିବ ଲୋକଙ୍କ ଜଳ, ଜଙ୍ଗଲ ଓ ଜମି: ରାହୁଲ ଗାନ୍ଧୀ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଇତିମଧ୍ୟରେ ୨ଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆସନ୍ତା ୧୨ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜେପି ସମେତ ଝାଡ଼ଖଣ୍ଡ ମୁକ୍ତି…

ଭାରତର ‘ନାଗରିକତା ସଂଶୋଧନ’ ଆଇନକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଡ଼ା ନିନ୍ଦା

ନୂଆଦିଲ୍ଲୀ: ଭାରତର ଲୋକସଭାରେ ପାରିତ ହୋଇଥିବା 'ନାଗରିକ ସଂଶୋଧନ ବିଲ'କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି । We strongly condemn Indian Lok Sabha citizenship legislation which violates all norms of int human rights law & bilateral…

କର୍ଣ୍ଣାଟକ ରାଜନୀତିରେ ସଙ୍କଟ ଟଳିଲା; ଇସ୍ତଫା ଦେଲେ ସିଦ୍ଦରମେୟା

ବେଙ୍ଗାଲୁରୁ: ଦୀର୍ଘଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଅଚଳାବସ୍ଥାର ଏକରକମ ପରିସମାପ୍ତି ଘଟିଛି । ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ଶାସକ ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବିଜୟ ଲାଭ କରିବା ଫଳରେ ଏବେ ଅତ୍ୟନ୍ତ ସୁବିଧା ଜନକ…

ନାଗରିକତା ସଂଶୋଧନ ବିଲ୍: ଉତ୍ତରପୂର୍ବ ରାଜ୍ୟରେ ୧୧ ଘଣ୍ଟିଆ ବନ୍ଦ ଡାକରା

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ଅପରାହ୍ନ ୪ଟା ଯାଏଁ ଜାରି ରହିଥିବା ଥିବାବେଳେ ଏହାଫଳରେ…

ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାସ୍; ଏବେ ରାଜ୍ୟସଭାକୁ ଅପେକ୍ଷା

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହେବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ ରହିଛି । ଗତ ସୋମବାର ଦିନ ଏହି ବିଲ୍ ସପକ୍ଷରେ ସଂସଦରେ ୩୧୧ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ୍ ପଡିଥିଲା । ତେବେ ମଙ୍ଗଳବାର ଦିନ ଏହି ବିଲ୍…

ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର’ ପ୍ରତିଷ୍ଠା ପ୍ରସଙ୍ଗ: ଆବଶ୍ୟକୀୟ ଜମି ନିମନ୍ତେ କେନ୍ଦ୍ରକୁ…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଜଧାନୀ ଦିଲ୍ଲୀଠାରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ସ୍ଥାପନ ଲାଗି ଆବଶ୍ୟକୀୟ ଜମି ଯୋଗାଇଦେବାକୁ କେନ୍ଦ୍ରକୁ ଏନେଇ ଏକ ପତ୍ର ଲେଖିଛନ୍ତି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏହି ପତ୍ରରେ…

ଜିଏସଟି: ଅପ୍ରେଲ-ନଭେମ୍ବର ମଧ୍ୟରେ ବଜେଟ ଅନୁମାନ ଠାରୁ ୪୦ ପ୍ରତିଶତ କମ ସିଜିଏସଟି କଲେକ୍ସନ

ଭୁବନେଶ୍ୱର: ଏହି ବର୍ଷ ଅପ୍ରେଲ ରୁ ନଭେମ୍ବର ମଧ୍ୟରେ ସେଣ୍ଟ୍ରାଲ ଜିଏସଟି କଲେକ୍ସନ ବଜେଟ ଅନୁମାନ ଠାରୁ ୪୦ପ୍ରତିଶତ କମ | ସଂସଦରେ ଆଗତ ତଥ୍ୟ ଅନୁଯାୟୀ ଏହା ୪୦ପ୍ରତିଶତ କମ ରହିଛି | ବିତ୍ତ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ , ଏହି…

ସଂସଦରେ ନାଗରିକତା ସଂଶୋଧନ ବିଲ ଉପରେ ଭୋଟିଂ; ସମର୍ଥନରେ ୨୯୩ ଭୋଟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ସଂସଦରେ ନାଗରିକତା ସଂଶୋଧନ ବିଲ ଆଗତ କରିଛନ୍ତି । ଏହି ବିଲ୍ ସପକ୍ଷରେ ୨୯୩ଟି ଭୋଟ ମିଳିଥିବା ବେଳେ ବିରୋଧରେ ୮୨ଟି ଭୋଟ ମିଳିଛି। ଫଳରେ ନାଗରିକତା (ସଂଶୋଧନ) ବିଲ୍ ପ୍ରଥମ ପାହାଚ ଅତିକ୍ରମ କରିଥିବା କୁହାଯାଇଛି । ଏହି…

ଜାଣନ୍ତୁ ଫିନଲାଣ୍ଡର ମହିଳା ପ୍ରଧାନମନ୍ତ୍ରୀ ସନା ମାରିନଙ୍କୁ, ତାଙ୍କ ନାମରେ ରହିଛି କେଉଁ ରେକର୍ଡ…

ଫିନଲାଣ୍ଡର ଡେମୋକ୍ରାଟିକ ପାର୍ଟି ରବିବାର ଦିନ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଚୟନ କରିଛି । ଫିନଲାଣ୍ଡର ପୂର୍ବତନ ପରିବହନ ମନ୍ତ୍ରୀ ୩୪ ବର୍ଷୀୟା ସନା ମାରିନ ବର୍ତ୍ତମାନ ବିଶ୍ଵର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ,…