Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ସାମ୍ମୁଖ୍ୟ ଗଠନ କରିବାର ସୂଚନା ଦେଲେ ନବୀନ

ଭୁବନେଶ୍ୱର: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସ ସଭାପତି କେ ଚନ୍ଦ୍ରଶେଖର ରାଓଙ୍କ ସହିତ ରବିବାର ଦିନ ସାକ୍ଷାତ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ମେଣ୍ଟକରିବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ।…

ଓଡ଼ିଶା ଉପକୂଳରୁ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦବାଲି/ଭଦ୍ରକ: ଉଡ଼ିଶା ଉପକୂଳସ୍ଥିତ ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ନିକଟବର୍ତ୍ତୀ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ଏହା ୱିଲର୍ ଦ୍ୱୀପ ଭାବେ ନାମିତ)ରୁ ରବିବାର ସକାଳେ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ ସହିତ ସଫଳତାର ସହିତ ପରୀକ୍ଷଣ…

ରାଜଧାନୀ ଏକ୍ସପ୍ରେସ: କୌଣସି ଝଟକା (ଜର୍କ) ବିନା ରେଳଯାତ୍ରା ସମୟରେ ଗୁଣବତ୍ତାରେ ବୃଦ୍ଧି ପାଇଁ ପ୍ରୟାସ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ଏଲ.ଏଚ.ବି. (LHB) କୋଚ ଥିବା ଟ୍ରେନ ମାନଙ୍କରେ ଯାତ୍ରା ସମୟରେ ସାମାନ୍ୟ ଝଟକା ଲାଗିଲାଭଳି ଅନୁଭବ କରୁଥିବାର ଯାତ୍ରୀ ମାନଙ୍କର ଅନୁଭବ ସମ୍ପର୍କରେ ଲୋକମତ ସଂଗ୍ରହ ପରେ ଭାରତୀୟ ରେଳବାଇ ଏକ ବିଶେଷଜ୍ଞ ଦଳ ଗଠନ କରି ପରୀକ୍ଷା ନିରୀକ୍ଷା କରିବାପରେ ଏହି…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଟ୍ରାଲ୍ ସେକ୍ଟରରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର…

ନିଟ୍ ପରୀକ୍ଷା ଦେବେ ୪୨ ହଜାର ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଲାଗି ସାରା ଦେଶରେ ପ୍ରାୟ ୧୫ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ନାମ ଆବେଦନ କରିଛନ୍ତି । ଏହି ପରୀକ୍ଷା ୨୦୧୯ ମସିହା ମେ ୦୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଓଡ଼ିଶାରୁ ପ୍ରାୟ ୪୨ ହଜାର…

ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଲା

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଟିଆଲା କୋର୍ଟ ଗୁରୁବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍ କୋର୍ଟ ଗୁରୁବାର ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି…

ସିଭିଲ୍ ସେବା ପାଇଁ ସର୍ବାଧିକ ବୟସ ୨୭ ବର୍ଷ ହେଉ : ନୀତି ଆୟୋଗ

ନୂଆଦିଲ୍ଲୀ : ସିଭିଲ୍ ସର୍ଭିସରେ ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମା ସର୍ବାଧିକ ୨୭ ବର୍ଷ କରିବା ନେଇ ନୀତି ଆୟୋଗ ପରାମର୍ଶ ଦେଇଛି। ବର୍ତ୍ତମାନ ସିଭିଲ୍ ସର୍ଭିସରେ ବୟସ ସୀମା ୩୦ ବର୍ଷ ରହିଥିବା ବେଳେ ଏହି ବୟସ ସୀମାକୁ କମାଇ ୨୭ ବର୍ଷ କରିବା ନେଇ କେନ୍ଦ୍ର ସରକାରଙ୍କ ଥିଙ୍କ…

‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ: ବୃଦ୍ଧି ହେବ ବାୟୁସେନାର ଯୋଗାଯୋଗ କ୍ଷମତା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାରୁ ଆଜି ଇସ୍ରୋର ପ୍ରତିରକ୍ଷା ଯୋଗାଯୋଗ ‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ ହେବା ଫଳରେ ଭାରତୀୟ ବାୟୁସେନାର କ୍ଷମତା ବୃଦ୍ଧି ଘଟିଛି । ‘ଜିସ୍ୟାଟ୍ – ୭ଏ’ ଉପଗ୍ରହଟିର ଓଜନ ୨,୨୫୦ କିଲୋଗ୍ରାମ ଓଜନର ଏବଂ ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ…

ଆପଣଙ୍କ ଟିଭି ଦେଖିବା ଜାନୁଆରୀ ୧ରୁ ହେବ ମହଙ୍ଗା !

ନୂଆଦିଲ୍ଲୀ : ନୂଆବର୍ଷ ତଥା ଜାନୁଆରୀ ୧ ତାରିଖରୁ ଦେଶରେ ଟିଭି ଦେଖା ମହଙ୍ଗା ହେବ। ଭାରତୀୟ ଦୂରସଂଚାର ନିୟାମକ କତୃର୍ପକ୍ଷ (ଟ୍ରାଇ)ର ନୂଆ ନିୟମ ଯୋଗୁଁ ଏବେ ଦେଶରେ ଟିଭି ଦେଖିବା ପାଇଁ ଉପଭୋକ୍ତାଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ । ଟ୍ରାଇର ନୂଆ ନିୟମ ମୁତାବକ ଏବେ ଫ୍ରି ଟୁ ଏୟାର…

ସ୍ୱଦେଶରେ ପହଞ୍ଚିଲେ ବିଶ୍ୱବିଜୟୀ ବେଲଜିୟମ ଦଳ, ରାଜା-ରାଣୀ କଲେ ସ୍ୱାଗତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଜିତିବା ପରେ ବିଜୟୀ ବେଲଜିୟମ୍ ଦଳ ମଙ୍ଗଳବାର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛି । ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପରେ ବେଲଜିୟମ୍ ଦଳକୁ ରାଜଧାନୀ ବ୍ରସେଲ୍ସ ଠାରେ ଦେଶର ରାଣୀ ମାଥିଲଦେ,…