Latest Odisha News

BREAKING NEWS

Browsing Category

ଫିଚର

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ: ଭାରତର ନେତୃତ୍ୱ ନେବେ ଶେଫାଳୀ

ମୁମ୍ବାଇ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ବ୍ୟାଟର ଶେଫାଳୀ ବର୍ମା ଦଳର ନେତୃତ୍ୱ ନେବେ । ଚଳିତ ମାସ ୨୭ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ତାଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି ।…

ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ଖିଲାଡ଼ି ଷ୍ଟାର ଅକ୍ଷୟକୁମାର । ମରାଠି ଚଳଚ୍ଚିତ୍ର ନାଁ ରହିଛି ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’। ଅକ୍ଷୟ ନିଜ…

ଭ୍ରଷ୍ଟ ଯନ୍ତ୍ରୀଙ୍କ ନାଁରେ ୨୫.୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ଖୋର୍ଦ୍ଧା: ଯେତେ ଖୋଳୁଛି ସେତେ ବାହାରୁଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ମାଇନର ଇରିଗେସନର ସହକାରୀ ଯନ୍ତ୍ରୀ ମନୋଜ କୁମାର ଦାଶଙ୍କ ଘରେ ହୋଇଥିଲା ଚଢାଉ । ଏଯାଏଁ ମିଳିଥିବା ତଥ୍ୟ ଅନୁସାରେ ମନୋଜଙ୍କର ୨୫.୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଅଛି । ଏକାଧିକ…

ସିଂହଦ୍ଵାର ଥାନାରେ ହାଜର ହେବେ ଅନିମେଶ ଚକ୍ରବର୍ତ୍ତୀ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସ୍ପି । କହିଲେ ଆଇନଗତ  ଭାବରେ ଅନିମେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ…

୧୭ ଦଫା ଦାବି ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ। ୧୭ ଦଫା ଦାବି ନେଇ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ । ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ…

ଗିରଫ ହେଲେ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ ଗିରଫ  । ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି ଗୁଜରାଟ ପୁଲିସ । ମୋର୍ବୀ ବ୍ରିଜ୍‌ ଭୁଶୁଡ଼ିବା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା…

ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ, ୭ଜଣଙ୍କୁ ବାନ୍ଧିଲା ପୋଲିସ

ସୋନପୁର : ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ । ୭ଜଣଙ୍କୁ ବାନ୍ଧିନେଲା ପୋଲିସ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିଲେ ୭ ଜଣ । ବରୋଦା  ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ l ବ୍ୟାଙ୍କର ସିନିୟର…

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଛାତ୍ର ୬ ମାସ ପାଇଁ ବିଦା

ସମ୍ୱଲପୁର: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଛାତ୍ରଙ୍କୁ ପଡିଲା ମହଙ୍ଗା । ସମ୍ୱଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ୬ ମାସ ପାଇଁ ସମ୍ପୃକ୍ତ ଛାତ୍ର ବହିଷ୍କୃତ କରାଯାଇଛି । ଶୃଙ୍ଖଳା କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ଗତକାଲି…

ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା

ନୂଆଦିଲ୍ଲୀ: ବ୍ରିଟିଶ ନାଗରିକଙ୍କ ପାଇଁ ଆସିଲା ପୁଣି ଇ-ଭିସା ବ୍ୟବସ୍ଥା  । ଏଣିକି ଆବେଦନ କରିପାରିବେ ବ୍ରିଟେନ ନାଗରିକ । ଏହି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର । କରୋନା ହେବା ପରଠୁ ଇ-ଭିସା ବ୍ୟବସ୍ଥା…

ଦିଲ୍ଲୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାବାସୀ, ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ ଗଠନ ଦାବି

ନୂଆଦିଲ୍ଲୀ: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯାଉ । ଗଠନ ହେଉ ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ୍ । ଏହି ୨ଟି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ…