Latest Odisha News

BREAKING NEWS

Browsing Category

ଫିଚର

କୋଭିଡ ଭୟ, ସରକାରୀ ଅଫିସ ନଯିବାକୁ ଅନୁରୋଧ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସବ-ରେଜିଷ୍ଟ୍ରାର, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ସମେତ ସରକାରୀ ଅଫିସ ନଯିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟ୍ୱିଟ କରି ଏଭଳି ଅନୁରୋଧ କରିଛନ୍ତି। ଏଥିସହିତ…

ଗଣିତ ସାରଙ୍କ କଳଙ୍କିତ କାରନାମା: ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ଅଟକ

କଟକ: ଗୁରୁ ନାଁରେ କଳଙ୍କ । ଗଣିତ ସାରଙ୍କ କୁତ୍ସିତ କାରନାମା । ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଏଭଳି ଅଭିଯୋଗ ଆସିଛି କଟକ ସହରରୁ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଗୋଟିଏ ଘରୋଇ…

ସେୟାର ମାର୍କେଟରେ କରୋନା କାୟା: ଖସିଲା ସେନସେକ୍ସ ଓ ନିଫଟି

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢୁଛି କରୋନା ସଂକ୍ରମଣ । ଏହାର ଜବରଦସ୍ତ ପ୍ରଭାବ ପଡ଼ିଛି ସେୟାର ମାର୍କେଟ ଉପରେ । ଆଜି କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫଟି । ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କରେ ୧,୪୭୯ ପଏଣ୍ଟ ଅର୍ଥାତ ୨.୯୮ ପ୍ରତିଶତ ହ୍ରାସ ପାଇଛି । କାରବାର ଆରମ୍ଭରେ…

ପିପିଲିରେ ହେଭିଓ୍ୱେଟ୍ କ୍ୟାମ୍ପେନ୍: ଆଜି ନବୀନ, କାଲିଠୁ ଧର୍ମେନ୍ଦ୍ରଙ୍କ ପ୍ରଚାର

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୬ ଦିନ । ତିନି ଦିନ ପରେ ପ୍ରଚାର ଥମିଯିବ । ସମୟ କମ୍ । ନେତା ଓ କର୍ମୀଙ୍କୁ ନାହିଁ ଫୁରସତ । ଆଜିଠୁ ହେଭିଓ୍ୱେଟ୍ କ୍ୟାମ୍ପେନ୍ । ବିଜେଡି ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ରୁଦ୍ର…

ରେମ୍‌ଡେସିଭିର୍ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନାର ବର୍ଦ୍ଧିତ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲାଗିଛି । ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏ ରପ୍ତାନୀ ବନ୍ଦ ନେଇ ଜାରି…

ସୁପ୍ରିମକୋର୍ଟରେ କରୋନା: ଭର୍ଚୁଆଲରେ ଶୁଣାଣି କରିବେ ବିଚାରପତି

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ସୁପ୍ରିମକୋର୍ଟର ବହୁ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହାପରେ ବିଚାରପତିମାନେ ଘରୁ ଭର୍ଚୁଆଲରେ ଶୁଣାଣି କରିବେ । ଘରୁ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ପରିସର ସହ ବିଭିନ୍ନ…

ନୟାଗଡ ଷ୍ଟେସନରେ ଗୁଣ୍ଡାଗିରି: ପୋଡ଼ାଜଳା ଓ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନୟାଗଡ଼: ରେଳ ଷ୍ଟେସନରେ ମଦ୍ୟପଙ୍କ ଆତଙ୍କରାଜ । ରାତିରେ ଷ୍ଟେସନ ମ୍ୟାନେଜରଙ୍କୁ ଆକ୍ରମଣ କରିବା ସହ ପୋଡ଼ାଜଳ ଓ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ନୟାଗଡ଼ ଷ୍ଟେସନରେ ଏଭଳି ଘଟଣା ଘଟିଛି । ଏନେଇ ଟାଉନ ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଷ୍ଟେସନ ମ୍ୟାନେଜର । ଅଭିଯୋଗ ହୋଇଛି,…

ଆଜିଠାରୁ ରାଜ୍ୟ ବାହାରୁ ଆସିଲେ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ କଟକଣା ହେଲାଣି କଡ଼ାକଡ଼ି । ଆଜିଠାରୁ ରାଜ୍ୟ ବାହାରୁ ଓଡ଼ିଶା ଫେରିଲେ କୋଭିଡ୍ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଆଣିଲେ…

୨୪ ଘଣ୍ଟାରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୭୨୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲା ଓ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ସାଢ଼େ 12ଟାରେ ଏହି ବୈଠକ ବସିବ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରୁ କ୍ୟାବିନେଟ୍ ମନ୍ତ୍ରୀ ପରଷଦ ସମେତ ପ୍ରଶାସନିକ ଅଧିକାରୀ…