Latest Odisha News

BREAKING NEWS

Browsing Category

ଫିଚର

ରେଳଧାରଣାରେ ସେଲଫି ଉଠାଇବା ବିପଦ: ପୂର୍ବତଟ ରେଳପଥ

ଭୁବନେଶ୍ୱର: ସାଧାରଣ ଜନତା ବିଶେଷ ଭାବେ ଯୁବ ବର୍ଗ ମାନଙ୍କର ନିର୍ଭିକ ଘଟଣା ଓ ପ୍ରସଙ୍ଗକୁ ନେଇ ସେଲ୍ଫି ଉଠାଇବାର ବାଚାଳାମି କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଉପରେ କିମ୍ବା ରେଳଧାରଣ ନିକଟରେ ସେଲ୍ଫି ନଉଠାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି I ବହୁ ଘଟଣା ରେ…

ସେପ୍ଟେମ୍ବର ୧୫ ଯାଏଁ ବଢିଲା ଆଧାର ସହ ରାସନ କାର୍ଡ ଲିଙ୍କ୍ ଅବଧି

ଭୁବନେଶ୍ୱର: ଓଡିଶା ସରକାର ଶନିବାର ଦିନ ରାସନ କାର୍ଡ ସହ ଆଧାର ଲିଙ୍କ କରିବା ଅବଧିକୁ ବୃଦ୍ଧି କରିଛନ୍ତି । ଏହି ଅବଧି ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏଁ ବଢିବା ଫଳରେ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ଥୀ ମିଳିଛି । ଏହି ଲିଙ୍କ୍ କରିବାର ଶେଷ ତାରିଖ ଅଗଷ୍ଟ ୩୧କୁ ଧାର୍ଯ୍ୟ…

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୧୨ ଶ୍ରମିକ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେଠାରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଶନିବାର ଦିନ ଭୟାବହ ବିସ୍ଫୋରଣ ଘଟି ୧୨ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି ଏବଂ ଏହି ଘଟଣାରେ ୫୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି…

ମୁଖ୍ୟ ମହନ୍ତ ଛାଡୁନାହାଁନ୍ତି ଏମାର ମଠ ଗାଦି…

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସନ୍ନିକଟରେ ଥିବା ସମସ୍ତ ଦୋକାନ ଓ ଘରଭଙ୍ଗା ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବେଳେ ଏମାର ମଠ ମୁଖ୍ୟ ମହନ୍ତ ରାଜଗୋପାଳ ରାମାନୁଜ ଦାସ କିନ୍ତୁ ଗାଦି ଛାଡ଼ିବାକୁ ନାରାଜ । ଏପର୍ଯ୍ୟନ୍ତ ଗାଦି ଉପରେ ବସି ରହିଛନ୍ତି ମୁଖ୍ୟ ମହନ୍ତ । ଶନିବାର ଦିନ…

ଝାରସୁଗୁଡାରେ ମାଲବାହୀ ଟ୍ରେନକୁ ଅଟକାଇଲେ ଗ୍ରାମବାସୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ରାଜପୁର ନିକଟରେ ଉତ୍ୟକ୍ତ ଗ୍ରାମବାସୀମାନେ ରେଳରୋକ କରିବା ସହ ଏକ ମାଲଗାଡି ଟ୍ରେନକୁ ଅଟକାଇ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଏକ ରେଳ ଓଭରବ୍ରିଜ୍ ନିର୍ମାଣରେ ଅତ୍ୟଧିକ ବିଳମ୍ବ ହେଉଥିବା ଯୋଗୁଁ ଗ୍ରାମବାସୀମାନେ…

ଭଦ୍ରକ: ଶନି ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ବହୁ ମୂଲ୍ୟବାନ ସାମଗ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ଅନ୍ତର୍ଗତ ଶନି ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ଅନେକ ମୂଲ୍ୟବାନ ସାମଗ୍ରୀ ସହ ଟଙ୍କା ପଇସା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ…

ରାଜ୍ୟରେ ବଢିପାରେ ବିଦ୍ୟୁତ୍ ଦର !

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ଦେୟ ଲାଗି ଏଥର ଉପଭୋକ୍ତାଙ୍କୁ ଅଧିକ ଦର ଦେବାକୁ ପଡିପାରେ । ଏନେଇ ଗ୍ରୀଡକୋ ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ (ଓଇଆରସି)କୁ ଅନୁରୋଧ କରିଛି । ଚଳିତ ବର୍ଷ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ଓଇଆରସି ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଦେଶରେ ରହିଥିବା ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ହୋଇଥିବାର ଘୋଷଣା କରିଛି କେନ୍ଦ୍ର । ଏହାଦ୍ୱାରା ପୂର୍ବରୁ ରହିଥିବା ୨୭ଟି ବ୍ୟାଙ୍କ ୧୨ଟି ବ୍ୟାଙ୍କରେ ପରିଣତ ହୋଇଛି । #WATCH live from Delhi: Finance…

ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିଏସ୍ ପଦବୀ ଛାଡ଼ିଲେ; ଓଡ଼ିଶା ଜନ୍ମିତ ପି କେ ମିଶ୍ରଙ୍କୁ ମିଳିପାରେ ଏହି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ଥିବା ନୃପେନ୍ଦ୍ର ମିଶ୍ର ଏହି ପଦ ତ୍ୟାଗ କରିବା ପରେ ତାଙ୍କ ସ୍ଥାନରେ ଓଡ଼ିଶା ଜନ୍ମିତ ପି କେ ମିଶ୍ର ଏହି ପଦରେ ନିଯୁକ୍ତ ହୋଇପାରନ୍ତି । ଅଧୁନା ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ…

ପୁରୀରେ ରାନୁ ମଣ୍ଡଳ !

ପୁରୀ: ସାରା ଦେଶରେ ଇଣ୍ଟରନେଟ୍ ମାଧ୍ୟମରେ ନିଜର କୋମଳ କଣ୍ଠସ୍ୱର ଲାଗି ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିବା ରାନୁ ମଣ୍ଡଳ ଏବେ ଓଡ଼ିଶାର ପୁରୀ ବୁଲିବାକୁ ଆସିଥିବା କଥା କେତେକ ସୋସିଆଲ୍ ମିଡ଼ିଆରେ ପ୍ରକାଶିତ ହୋଇଛି । ଇତିମଧ୍ୟରେ ରାନୁ ମଣ୍ଡଳ ନିଜର ଏକ ଫେସବୁକ୍ ଆକାଉଣ୍ଟ କରିଛନ୍ତି । ସେହି…