Latest Odisha News

BREAKING NEWS

Browsing Category

ଫୂଟବଲ

ମହାନ ଫୁଟବଲ ଖେଳାଳି ମେସିଙ୍କୁ କରୋନା

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫ୍ରାନ୍ସର ପ୍ରତିଷ୍ଠିତ କ୍ଲବ ପ୍ୟାରିସ ସେଂଟ ଜର୍ମନ ସହ ମେସି ଗତବର୍ଷ ଚୁକ୍ତିବଦ୍ଧ ହୋଇଥିଲେ । ମେସିଙ୍କ ସମେତ ପିଏସଜିର ଆଉ ୩ଜଣ ଖେଳାଳିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା…

ଆଇଏସଏଲ: ହାଇଦ୍ରାବାଦ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଗୋଆର ବାମ୍ବୋଲିମ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇଏସଏଲର ଏକ ମୁକାବିଲାରେ ହାଇଦ୍ରାବାଦ ୬-୧ ଗୋଲରେ ଶୋଚନୀୟ ଭାବେ ଓଡିଶା ଏଫସିକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ବିଜୟୀ ଦଳ ପକ୍ଷରୁ ବାର୍ଥେଲୋମିଓ ଓଗାବେଚ ୨ଟି ଗୋଲ…

ଇଂଲିଶ ପ୍ରିମିୟର ଲିଗରେ କରୋନା ବିସ୍ଫୋଟ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଂଟରେ ଦର୍ଶକଙ୍କ ଉପରେ କଟକଣା ନ ଲଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ଖେଳାଳି, ସପୋର୍ଟିଂ ଷ୍ଟାଫଙ୍କ ସମେତ ୧୦୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସତ୍ୱେ ଏବେ ବି ଦର୍ଶକଙ୍କ ଏଂଟ୍ରି ଉପରେ କଟକଣା ଲଗାଯାଇ…

ଗୋଆ ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଓ ଏଫସି ଗୋଆ ମଧ୍ୟରେ ଗୋଆର ତିଳକମୈଦାନ ଷ୍ଟାଡିୟମରେ ଅନୁଷ୍ଠିତ ଆଇଏସଏଲ ଫୁଟବଲର ଏକ ରୋମାଂଚକର ମୁକାବିଲା ୧-୧ରେ ଡ୍ର ରହିଛି । ସମ୍ପୂର୍ଣ୍ଣ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର ୪୨ତମ ମିନିଟରେ ଇଭାନ ଗାରିଡୋ ଗୋଞ୍ଜାଲେଜ ଗୋଆ ପକ୍ଷରୁ ଏକମାତ୍ର ଗୋଲଟି…

ଆସାମରୁ ଉଦ୍ଧାର ହେଲା ମାରାଡୋନାଙ୍କ ଚୋରି ଘଂଟା

ନୂଆଦିଲ୍ଲୀ:ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଘଂଟା ଆସାମରୁ ଉଦ୍ଧାର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ମାରାଡୋନାଙ୍କ ମୃତ୍ୟୁ ୨୦୨୦ରେ ହୋଇଥିଲା । ଆସାମ ଓ ଦୁବାଇ ପୋଲିସ ମିଳିତ ଭାବେ…

ଆଇଏସଏଲ: ଆରିଡାଇ, ରୋଡାସଙ୍କ ଡବଲ ଗୋଲ ବଳରେ ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ତିଳକ ମୈଦାନ ଷ୍ଟାଡିୟମରେ ମଙ୍ଗଳବାର ଆଇଏସଏଲର ଏକ ରୋମାଂଚକ ମୁକାବିଲାରେ ଓଡିଶା ଏଫସି ୬-୪ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି । ଏହା ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ । ଆରିଡାଇ କାବ୍ରେରା ଓ ହେକ୍ଟର ରୋଡାସଙ୍କ ଡବଲ ଗୋଲ ବଳରେ ଓଡିଶା ଏହି ବିଜୟ ହାସଲ କରିଛି । ରୋଡାସ…

୭ମ ଥର ପାଇଁ ବ୍ୟାଲନ ଡିଓର ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ କ୍ୟାରିୟରରେ ୭ମ ଥର ପାଇଁ ସମ୍ମାନଜନକ ବ୍ୟାଲନ ଡିଓର ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ପୁରସ୍କାର ଜିତି ସାରିଛନ୍ତି । ଗତ ସିଜନରେ ମେସି ବାର୍ସିଲୋନା ପାଇଁ ୪୮…

ଆଇଏସଏଲ: ବେଙ୍ଗାଲୁରୁକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ତିଳକ ମୈଦାନ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲରେ ବୁଧବାର ଭୁବନେଶ୍ୱରର ଓଡିଶା ଏଫସି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଜାଭି ହର୍ଣ୍ଣାଣ୍ଡିଜଙ୍କ ଡବଲ ଗୋଲ ବଳରେ ଓଡିଶା ୩-୧ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି । ମ୍ୟାଚର ତୃତୀୟ ଏବଂ…

ମୃତ୍ୟୁ ପରେ ବି ମାରାଡୋନାଙ୍କ ପିଛା ଛାଡୁନି ବିବାଦ, ଏବେ ଆଉ ଏକ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ଫୁଟବଲ ଇତିହାସର ମହାନ ଖେଳାଳି ଭାବେ ବିବେଚିତ ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ବର୍ଷେ ହେବ ପରଲୋକ ଘଟିବା ସତ୍ୱେ ବିବାଦ ତାଙ୍କ ପିଛା ଛାଡୁନି । କ୍ୟୁବାର ୩୭ ବର୍ଷୀୟା ମାଭିସ ଆଲଭେରାଜ ମାରାଡୋନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମୋତେ ଯେତେବେଳେ ୧୬ ବର୍ଷ ବୟସ…

ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି !

ନୂଆଦିଲ୍ଲୀ: ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି ରହିଥିବା ନେଇ ଅଭିଯୋଗ ଆଣିଛି ଜୋର୍ଡାନ । ଇରାନ ଟିମର ଜଣେ ଖେଳାଳିଙ୍କ ବିରୁଦ୍ଧରେ ଏ ନେଇ ତଦନ୍ତ କରିବାକୁ ଏଏଫସି ନିକଟରେ ଜୋର୍ଡାନ ବିଧିବଦ୍ଧ ଭାବେ ଆବେଦନ କରିଛି । ନିକଟରେ ଜୋର୍ଡାନ ୪-୨ ଗୋଲରେ ଇରାନକୁ ହରାଇ ଏସିଆ କପ ପାଇଁ…