Latest Odisha News

BREAKING NEWS

Browsing Category

ଖେଳ

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ଆଜିଠୁ ଆରମ୍ଭ; ପାଣ୍ଡ୍ୟାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଭାରତ

ରାଞ୍ଚି: ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜି(୨୭ ଜାନୁଆରୀ) ଆରମ୍ଭ ହେବ। ଝାଡ଼ଖଣ୍ଡ ରାଞ୍ଚିର ଜେଏସ୍‌ଏସ୍‌ସିଏ ଇଣ୍ଟରନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ସନ୍ଧ୍ୟା ୭.୩୦ରେ ଏହା ଆରମ୍ଭ ହେବା।…

ହକି ବିଶ୍ୱକପ: କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ଭାରତର ବୃହତ ବିଜୟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଆଜି ଅନୁଷ୍ଠିତ କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରିଛି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ଭାରତ ୮-୦ ଗୋଲରେ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି ବିଜୟ ହାସଲ କରିଛି । ୯ରୁ ୧୨ ସ୍ଥାନ ପାଇଁ…

ରଣଜୀ ଟ୍ରଫି: ଓଡିଶା ବୋଲରଙ୍କ ବୋଲିଂ ଆଗରେ ବେଙ୍ଗଲ ଧରାଶୟୀ

କଲିକତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇଛି ବେଙ୍ଗଲ । ଏଠାରେ ଚାଲିଥିବା ମୁକାବିଲାରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୧୦୦ ରନରେ ଅଲଆଉଟ ହୋଇଯାଇଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଫଲୋଅନ ହୋଇଥିବା ବେଙ୍ଗଲ…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତକୁ ଝଟକା, ଓହରିଲେ ରିତୁରାଜ

ରାଂଚୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତ ଝଟକା ଲାଗିଛି । ଦଳର ବିସ୍ଫୋରକ ଓପନର ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶୁକ୍ରବାର ରାଂଚୀରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ ଦଳର ସିନିୟର ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ଦିଆଯାଇଛି ।…

ଜାଗ୍ରେବ ରେସଲିଂରେ ଭାଗ ନେବା ପାଇଁ ଅନୁମତି ଦେଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜାଗ୍ରେବ ରେସଲିଂ ର‌୍ୟାଙ୍କିଙ୍ଗ ସିରିଜରେ ଭାଗ ନେବା ପାଇଁ କ୍ରୀଡା ମନ୍ତ୍ରଣାଳୟ ଆଜି ଭାରତୀୟ ରେସଲରଙ୍କୁ ଅନୁମତି ପ୍ରଦାନ କରିଛି । କ୍ରୋଏସିଆରେ ୧ରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏହି ର‌୍ୟାଙ୍କିଙ୍ଗ ଚାମ୍ପିୟନଶିପରେ ଫ୍ରି ଷ୍ଟାଇଲରେ ୧୩…

ଫୁଟବଲ ଇତିହାସରେ ପ୍ରଥମ ଥର ପାଇଁ ରେଫରୀ ଦେଖାଇଲେ ହ୍ୱାଇଟ କାର୍ଡ

ନୂଆଦିଲ୍ଲୀ: ଆପଣମାନେ ଫୁଟବଲ ମ୍ୟାଚରେ ବ୍ୟବହାର ହେଉଥିବା ୟୋଲୋ ଓ ରେଡ କାର୍ଡ ବିଷୟରେ ଭଲ ଭାବେ ଅବଗତ ହୋଇଥିବେ । ହ୍ୱାଇଟ କାର୍ଡ ବିଷୟରେ ଆପଣମାନେ ଜାଣନ୍ତି କି ? ପ୍ରଥମ ଥର ପାଇଁ ବେନାଫିକା ଓ ସ୍ପୋର୍ଟିଂ ଲିସବନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରେଫରୀ ହ୍ୱାଇଟ କାର୍ଡର ବ୍ୟବହାର କରିଛନ୍ତି ।…

ହକି ବିଶ୍ୱକପ: ୯ରୁ ୧୬ ସ୍ଥାନ ପାଇଁ ହେବାକୁ ଥିବା ମୁକାବିଲାରେ ଜାପାନକୁ ଭେଟିବ ଭାରତ

ରାଉରକେଲା: ହକି ବିଶ୍ୱକପ ଟାଇଟଲ ଦୌଡରୁ ବାଦ ପଡିବା ପରେ ଭାରତ ଏବେ କ୍ଲାସିଫିକେଶନ ମ୍ୟାଚକୁ ଓହ୍ଲାଇବ । ଗୁରୁବାର ସନ୍ଧ୍ୟା ୭ଟାରେ ୯ରୁ ୧୬ ସ୍ଥାନ ହେବା ପାଇଁ ମୁକାବିଲାରେ ଭାରତ-ଜାପାନ ଆମ୍ନାସାମ୍ନି ହେବେ । ପୁଲ ଡିରେ ସ୍ଥାନ ପାଇଥିବା ଭାରତ ଗ୍ରୁପ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ…

ସୂର୍ଯ୍ୟକୁମାର ହେଲେ ଆଇସିସି ଟି୨୦ ପ୍ଳେୟାର ଅଫ ଦି ଇୟର

ନୂଆଦିଲ୍ଲୀ: ଭାରତର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ୩୧ଟି ଟି୨୦ ମ୍ୟାଚ…

ରଣଜୀ ଟ୍ରଫି: ଓଡିଶା ୨୬୫ରେ ଅଲଆଉଟ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ବୁଧବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୨୬୫ ରନରେ ଅଲଆଉଟ ହୋଇଯାଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୨ ୱିକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବସନ୍ତ…

ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: ଭାରତର ସିନିୟର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡି ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆନ ଓପନ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ…