Latest Odisha News

BREAKING NEWS

Browsing Category

ଖେଳ

ଭାରତ ବିପକ୍ଷ କ୍ରିକେଟ ସିରିଜ ପୂର୍ବରୁ ଅବସର ଘୋଷଣା କରିବେ ଆଞ୍ଜେଲା ମାଥ୍ୟୁସ !

କଲମ୍ବୋ: ଭାରତ ବିପକ୍ଷ ସିରିଜ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟକୁ ଏକ ବଡ ଝଟକା ଲାଗିବାକୁ ଯାଉଛି । ରିପୋର୍ଟ ମୁତାବକ ଏହି ସିରିଜ ପୂର୍ବରୁ ଶ୍ରୀଲଙ୍କାର ମହାନ ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସ କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି । ଏଥିନେଇ ସେ ଶ୍ରୀଲଙ୍କା ବୋର୍ଡକୁ ଜଣାଇ ସାରିଛନ୍ତି ।…

କୋପା ଆମେରିକା ଫୁଟବଲ : ଆର୍ଜେଂଟିନା-ବ୍ରାଜିଲ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ହେବାକୁ ଥିବା ଫାଇନାଲରେ ବିଶ୍ୱ ଫୁଟବଲ ଦୁଇ ଶକ୍ତିଶାଳୀ ଟିମ୍ ଆର୍ଜେଂଟିନା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହେବ । ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଦ୍ୱିତୀୟ…

ୟୁରୋ କପ ଫାଇନାଲରେ ଇଟାଲୀ

ଲଣ୍ଡନ: ଚଳିତ ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ପ୍ରଥମ ଦଳ ଭାବେ ଇଟାଲୀ ଫାଇନାଲରେ ପ୍ରବେଶ କରିଛି । ରୋମାଂଚକ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟଆଉଟ (୪-୨)ରେ ସ୍ପେନକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର…

କୋପା ଆମେରିକା ଫୁଟବଲ ଫାଇନାଲରେ ବ୍ରାଜିଲ

ରିଓ ଡେ ଜାନେରିଓ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ନେମାର ଜୁନିୟରଙ୍କ ଏକ ଚମତ୍କାର ପାସକୁ ଲୁକାସ ପକେଟା ୩୫ତମ ମିନିଟରେ ଗୋଲରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ଶେଷ…

ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ସମେତ ୭ ଷ୍ଟାଫ କରୋନା ସଂକ୍ରମିତ, ବିପଦ ଘନେଇଲା ଭାରତ ବିପକ୍ଷ ସିରିଜ ଉପରେ

ଲଣ୍ଡନ: ପାକିସ୍ତାନ ବିପକ୍ଷ କ୍ରିକେଟ ସିରିଜ ଅବସରରେ ଇଂଲଣ୍ଡର ୩ ଖେଳାଳିଙ୍କ ସମେତ ୭ ଷ୍ଟାଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମିତ ଖେଳାଳି ଏବଂ ଷ୍ଟାଫଙ୍କୁ ଆଇସୋଲେଶନରେ ରଖାଯାଇଛି । ପାକିସ୍ତାନ ବିପକ୍ଷ ସିରିଜ ପରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ…

ଟୋକିଓ ଅଲିମ୍ପିକ୍ସ: ଭାରତର ଧ୍ୱଜବାହକ ହେବେ ମେରୀ କମ୍‌, ମନପ୍ରୀତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଭାରତର ଧ୍ୱଜବାହକ ହେବେ ମହିଳା ବକ୍ସର ମେରୀ କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ । ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଆୟୋଜିତ ହେବ । ଉଦଯାପନୀ ଉତ୍ସବରେ ବଜରଙ୍ଗ ପୁନିଆ ଧ୍ୱଜବାହକ ହେବେ । ୩୮ ବର୍ଷୀୟ ମେରୀ କମଙ୍କ ଏହା ଶେଷ…

ବିବାଦୀୟ କମେଂଟ୍ରି ନେଇ କ୍ଷମା ମାଗିଲେ ଦୀନେଶ

ନୂଆଦିଲ୍ଲୀ: ଭାରତୀୟ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ କମେଂଟ୍ରି ଦେଇଥିଲେ । ଏଥିରେ ସେ ବ୍ୟାଟ ପଡୋଶୀ ଘରର ପତ୍ନୀ ବୋଲି କହି ବିବାଦୀୟ ହୋଇ ପଡିଥିଲେ । ଏବେ ଏଥିନେଇ ସେ କ୍ଷମା ମାଗିଛନ୍ତି । ଏହି ବୟାନ ନେଇ ମୋ ମାଆ ଏବଂ…

ଏବେ ବି ପ୍ରଥମ ଅଲିମ୍ପିକ୍ସ ପଦକ ଆଶାରେ ଓଡିଶା କ୍ରୀଡାପ୍ରେମୀ ଓ ଆଥଲେଟ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର…

ଟି୨୦ ଫର୍ମାଟରେ ପ୍ରଥମ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କଲେ ଦିଲ୍ଲୀର ସୁବୋଧ

ନୂଆଦିଲ୍ଲୀ: ଦିଲ୍ଲୀର ସୁବୋଧ ଭାଟି ଟି୨୦ ଫର୍ମାଟରେ ବିଶ୍ୱରେ ପ୍ରଥମ ଖେଳାଳି ଭାବେ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୩୦ ବର୍ଷୀୟ ସୁବୋଧ ଏ ପର୍ଯ୍ୟନ୍ତ ମାତ୍ର ୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ସେ ଏକ କ୍ଲବ ଟୁର୍ଣ୍ଣାମେଂଟରେ ୭୯ ବଲରେ ୨୦୫ ରନର ଇନିଂସ ଖେଳିଥିଲେ ।…

ଅଲିମ୍ପିକ୍ସରେ ପଦକ ହାସଲ ନେଇ ଦୂତି ଆଶାୟୀ, ସେମିଫାଇନାଲ ପ୍ରବେଶ ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ନେଇ ବେଶ ଆଶାୟୀ ଅଛନ୍ତି ବୋଲି କହିଛନ୍ତି । ଓଡିଶାର ଏହି ଷ୍ଟାର ଆଥଲେଟ ରବିବାର ଏଏନଆଇକୁ ସାକ୍ଷାତକର ଦେଇ ଏହି କଥା କହିଛନ୍ତି । ସକାଳ ୬ରୁ ୧୦ଟା, ଏହା ପରେ ୧୧ଟାରୁ ୧୨ଟା ଏବଂ…