Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !

ଭୁବନେଶ୍ବର: ସ୍ବାଧୀନ ଲଢିଲେ, ବିଗାଡ଼ିବେ ସମୀକରଣ ! ବଦ୍ରିଙ୍କ ବିଜୟ ରଥ ରୋକିବେ ସୌମ୍ୟ ! ତିନି ଦଳର ଅସନ୍ତୁଷ୍ଟ ହେବେ ସୌମ୍ୟଙ୍କ ବଳ ! ମତ ବଦଳାଇବେ କି ଘସିପୁରା ଭୋଟର ? ଘସିପୁରା ଲଢେଇରେ ସୌମ୍ୟଙ୍କ ଏଣ୍ଟ୍ରି ପରେ ବଦଳୁଛି ରାଜନୈତିକ ପାଣିପାଗ। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ…

ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଏମ୍‌ସ ଡାକ୍ତର

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌ । ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇଙ୍କ ମୁଣ୍ଡ ଉପରେ ୨୫ ବର୍ଷ ହେଲା ଗୋଟିଏ ଟ୍ୟୁମର ହୋଇଥିଲା । କିନ୍ତୁ ଗତ ୭ ମାସ ହେବ ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ…

ବିଦ୍ରୋହ… ବିପଦରେ ବିଜେଡି ଗଡ !

ଭୁବନେଶ୍ବର : ଖେଳ ବିଗାଡିବେ କି ବିଦ୍ରୋହୀ ? କୁହୁଳୁଛି ଅସନ୍ତୋଷ, ଭୋଟ୍ ବେଳେ ପଡିବ କି ଭାରି ? ବିଜେଡି ଗଡ ଖଲ୍ଲିକୋଟରେ ଏଥର ଅଲ୍ ଇଜ ନଟ୍ ୱେଲ୍ । ରାଣୀଙ୍କ ପରେ ମୁରବିବିହୀନ ଖଲ୍ଲିକୋଟ୍ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ପରେ ବି ତାଙ୍କୁ ରିପିଟ୍ କରିଛି…

ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ କହି ବର୍ଷିଲା ବିଜେଡି

ଭୁବନେଶ୍ଵର: ବିଜେପିର ସଙ୍କଳ୍ପପତ୍ର ଘୋଷଣାକୁ ‘ମିଛ ମାନିଫେଷ୍ଟୋ’ କହିଛି ବିଜେଡି । ଏଥି ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି କହି ବର୍ଷିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର…

ନିର୍ବାଚନ ପ୍ରଚାର ପାଇଁ  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ । ସେହିପରି  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନବରଙ୍ଗପୁର ଗସ୍ତରେ ଆସିବେ। ସୂଚନା…

ଜିନିଷ କିଣିବା ବାହାନାରେ ଦୋକାନରୁ ଲୁଟିନେଲେ ନଗଦ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ବରଗଡ଼ ଥାନା ଅନ୍ତର୍ଗତ ଲୁଇସ୍ ରୋଡରେ ଥିବା ଏକ ପୋଷାକ ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା। କାଉଣ୍ଟର ଡ୍ର ଖୋଲା ରହିଥିବା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଲେ ଦମ୍ପତି। ଏହି ଦମ୍ପତି ୧୦,୯୦୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ କରିଛନ୍ ଦୋକାନୀ।…

ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ

ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ । ସନ୍ଧ୍ୟା ୬ଟାରୁ ରୋଡ ସୋ କରିବେ ମୋଦୀ । ଏହି ରୋଡ ସୋ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀ ବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ…

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ପରାଜୟ ଭୟରେ ଅପପ୍ରଚାର କରୁଛି ବିଜେଡି

ଭୁବନେଶ୍ଵର: ସାମ୍ବାଦିକ ସମ୍ମିଳନୀ କରି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ବରେ ଭାରତ ବହୁ ଆଗକୁ ବଢିଛି । ଏଥିପାଇଁ ସାରା ପୃଥିବୀରେ ଭାରତ ପ୍ରଶଂସାର…

ଆଜିଠୁ ବର୍ଷା: ବଜ୍ରପାତ ଓ ଝଡ଼ ତୋଫାନ ନେଇ ୬ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ବର୍ଷା କାରଣରୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିଛି। ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ…

ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?

ଭୁବନେଶ୍ବର: ଭଟଲି ଦେଖିବ ହାଇଭୋଲଟେଜ୍ ଲଢେଇ । ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବେ ଭୋଟର? ବିଜୟର ଚଉକା ଲଗାଇବେ କି ସୁଶାନ୍ତ? ନା ବାଜି ବଦଳାଇ ଦେବେ ଇରାଶିଷ ? ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟାଇବେ କି ପଦ୍ମ ? ଭଟଲିରେ କାହା ସପକ୍ଷରେ ବହୁଛି ହାଓ୍ବା ? ଦିନେ କଂଗ୍ରେସର ଗଡ ଥିବା…