Latest Odisha News

BREAKING NEWS

Browsing Category

କଟକ

Cuttack

ଆଜି କଟକର ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ହୀରାକୁଦ ବନ୍ୟାଜଳ

କଟକ: ମହାନଦୀର ପ୍ରଥମ ବନ୍ୟାଜଳ ଶନିବାର ସନ୍ଧ୍ୟାରେ କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିବ । ଗଣମାଧ୍ୟମକୁ ସୂଚନାଦେଇ ମୁଣ୍ଡଳି ବ୍ୟାରେଜ୍ କର୍ତ୍ତୃପକ୍ଷ କହିଛନ୍ତି, ହୀରାକୁଦ ଡ୍ୟାମର ୧୦ଟି ଗେଟରୁ ଶୁକ୍ରବାର ଦିନ ବନ୍ୟାଜଳ ନିଷ୍କାସିତ ହୋଇଛି । ସେହିପରି ଶନିବାର ଦିନ ୫ଟି ଗେଟ୍…

ଓଡ଼ିଶା ସାଂସଦ ଭର୍ତ୍ତୃହରି ମହତାବ ପାଇବେ ‘୨୦୨୦ ସଂସଦ ରତ୍ନ ପୁରସ୍କାର’

ଚେନ୍ନାଇ: କଟକ ସାଂସଦ ଭର୍ତ୍ତୃହରି ମହତାବ ୨୦୨୦ ସଂସଦ ରତ୍ନ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ମହତାବଙ୍କ ସମେତ ଲୋକସଭାର ୮ଜଣ ସଦସ୍ୟ ଏବଂ ୨ଜଣ ରାଜ୍ୟସଭା ସଦସ୍ୟ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ୧୭ତମ ଲୋକସଭାର ପ୍ରଥମ ବର୍ଷ ଲାଗି ପ୍ରଦର୍ଶନକୁ…

ମାନବିକତାର ପ୍ରତୀକ: ଡାକ୍ତର ସନାତନ ରଥ

ଭାରତର ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ଡା. ସନାତନ ରଥ ଆଉ ନାହାଁନ୍ତି । ଏ ମହାଶୟଙ୍କୁ ଜୀବନରେ ଥରେ ମାତ୍ର ଦର୍ଶନ କରିଛି । କିନ୍ତୁ ସେ ସାକ୍ଷାତ ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି । ୧୯୭୪ ମସିହା କଥା । ସେତେବେଳେ ମୁଁ ବାଲେଶ୍ୱର ଜିଲ୍ଲା ଭଣ୍ଡାରିପୋଖରୀ ପି.ଏଚ୍‌.ସି.ରେ ବ୍ଲକ୍…

ଫୋନରେ ପତ୍ନୀଙ୍କୁ ଦେଲେ ତିନି ତଲାକ, ଗିରଫ କଲା ପୋଲିସ

କଟକ: ପତ୍ନୀଙ୍କୁ ଫୋନ ମାଧ୍ୟମରେ ‘ତିନି ତଲାକ୍‌’ ଦେଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଦାଲତ ଜାମିନ ନଦେବା ଫଳରେ ଏହି ଅଭିଯୁକ୍ତଙ୍କୁ ଚୌଦ୍ୱାର ସର୍କଲ୍ ଜେଲକୁ ପଠାଇ ଦିଆଯାଇଛି । ଗଣମାଧ୍ୟମକୁ ସୂଚନାଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ…

ଆରମ୍ଭ ହେବ ଏସ ସି ବି ସମ୍ପ୍ରସାରଣ କାର୍ଯ୍ୟ; ସୂଚନା ଦେଲେ ଜିଲ୍ଲାପାଳ

କଟକ: କଟକ: କଟକ ଜିଲ୍ଲାରେ କୋଭିଡ୍ ମୁକାବିଲା ଲାଗି ଦୀର୍ଘ ଦିନ ଧରି ସ୍ଥଗିତ ରହିଥିଲା ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାର୍ଯ୍ୟ । ତେବେ ଜିଲ୍ଲାରେ ସ୍ଥଗିତ ଥିବା ଏସ ସି ବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ଗୁଡ଼ିକୁ ଅବରୋଧ ମୁକ୍ତ କରି ୩ ଲାଇନ (ଉଭୟ ପାର୍ଶ୍ୱ)…

ପ୍ରବାସୀ ଶ୍ରମିକଙ୍କ ସାହାରା ପାଲଟିଛନ୍ତି କଟକର ଅବିନାଶ ଖେମକା

କଟକ: ଦେଶରେ ଲକାଡାଉନ ପାଇଁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କିଏ ବସରେ ବା ଟ୍ରକରେ ଆସୁଛନ୍ତି ତ କିଏ ଚାଲି ଚାଲି ନ ହେଲେ ସାଇକେଲରେ ଘରକୁ ଫେରୁଛନ୍ତି । ଏବେ ଏମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କଟକର ଅବିନାଶ ଖେମକା । ଅବିନାଶ ନିଜ…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନ’କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ କରୋନା ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟର କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନକରିବାକୁ । “ରାଜ୍ୟର ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ…

ଡ୍ୟୁଟି ବେଳେ ଟଳି ପଡିଲେ କରୋନା ଯୋଦ୍ଧା

କଟକ : ଡ୍ୟୁଟି ବେଳେ ଜୀବନ ହାରିଲେ ପୋଲିସ କର୍ମଚାରୀ । ଏସସିବିରେ ଡ୍ୟୁଟି କରୁଥିବା ବେଳେ ଓଏସଏପି ୬ଷ୍ଠ ବାଟାଲିଅନର ହାବିଲଦାର ବିଭୂତି ଭୂଷଣ ପ୍ରଧାନ ହଠାତ୍ ଟଳି ପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ବିଭୂତିଙ୍କର ମୃତ୍ୟୁ ହୋଇଛି ତାହା…

‘ରୁଚି’ ପକ୍ଷରୁ ହଜାରେ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: କରୋନା ବିପର୍ଯ୍ୟୟରେ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରର ଅନେକ ସହରତଳି ବସ୍ତିରେ ବସବାସ କରୁଥିବା ଅସହାୟ ଓ ବିପନ୍ନ ଲୋକମାନଙ୍କୁ ରୁଚି ମସଲା ଉଦ୍ୟୋଗ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ଭୁବନେଶ୍ୱରର ହାଇଟେକ୍ ବସ୍ତି, କିନ୍ଦିରିଆ ବସ୍ତି, ପାଣ୍ଡରା, ଭୋଇ…

ଲକଡାଉନ୍ ୩.୦: କଟକରେ ମଦ ଦୋକାନ ଖୋଲିବା ନେଇ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: କଟକ ସହରରେ ମଦ ଦୋକାନ ଖୋଲିବା ପ୍ରସଙ୍ଗରେ ଏକ ପିଟିସନକୁ ଭିତ୍ତିକରି ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନୋଟିସ୍ ପ୍ରଦାନ କରିଛନ୍ତି । କଟକ ସହରର ପ୍ରକାଶ କୁମାର ରାଉତରାଏ ଏବଂ ଅନ୍ୟ ଦୁଇଜଣ ସ୍ଥାନୀୟ ବାସିନ୍ଦାଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଅଦାଲତ । ମଙ୍ଗଳବାର ଦିନ…