Latest Odisha News

BREAKING NEWS

Browsing Category

ସହର

City

ଅସୁସ୍ଥ ହାତୀ ଉଦ୍ଧାର

କେନ୍ଦୁଝର: ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ତଳ ଚଂପେଇ ପଂଚାୟତର ସିନ୍ଦୁରିଆ ଜଙ୍ଗଲରେ ଏକ ମାଈ ହାତୀକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହାତୀର ବୟସ ପ୍ରାୟ ୫୦ ହେବ । ଜଙ୍ଗଲରେ ଛଅଟି ହାତୀ ଗତ କାଲି ଘୁରିବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ସେମାନଙ୍କ ମଧ୍ୟରେ ଲଢେ଼ଇ ହେବାରୁ…

ଶ୍ରୀଜିଉଙ୍କ ଦର୍ଶନ ଲାଗି ନୂଆ ଗାଇଡ଼୍‌ଲାଇନ୍‌ ଜାରି

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ନୂଆ ଏସ୍‌ଓପି । ତେବେ ଏହି ଏସ୍‌ଓପି କେବଳ ପୁରୀବାସୀଙ୍କ ଲାଗି ହୋଇଛି। ପୁରୀ ପୌରଞ୍ଚଳର ୩୨ ୱାର୍ଡ଼ରେ ବଂଟନ ହେବ ଟୋକନ୍‌। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ପୂର୍ବଭଳି କିଓସ୍କ…

ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହେବାକୁ ଯାଉଛି “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀର ତାଣ୍ଡବ ପରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ “ସହିଦ ରଘୁ ସର୍ଦ୍ଦାର” । ଏହି ଫିଲ୍ମର ରିଲିଜକୁ ନେଇ ଓଡିଶା ଫିଲ୍ମ ଜଗତ ତଥା ଦର୍ଶକଙ୍କ ମନରେ ବେଶ କିଛି ମାସ ହେଲା କଳ୍ପନାଜଳ୍ପନା ଜାରି ରହିଥିଲା । ହେଲେ ଶେଷରେ…

ଋଣ ସୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ବଲୁପର: ସମ୍ବଲପୁର ବୁର୍ଲା ଥାନା କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କୁଦ ଗୁଣ୍ଡେରପୁର କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ।…

ଖୁବଶୀଘ୍ର ଆସୁଛି ଓଡିଆ ଫିଲ୍ମ “ସାଥୀ ତୁ ମୋର ଜନ୍ମ ଜନ୍ମର”

ଭୁବନେଶ୍ୱର: କରୋନା ମହାମାରୀର ଲଗାତାର ଦ୍ୱିତୀୟ ଲହର ପରେ ବି ଭାଙ୍ଗିପଡିନି ଓଲିଉଡ ଜଗତ । ଏ କଥା ସତ ଯେ କଳାକାରଙ୍କ ଦୁରାବସ୍ଥା ସହ ଜଡିତ ଅନେକ ଘଟଣା ସାମ୍ନାକୁ ଆସିଥିଲା । ହେଲେ ଏବେ ପୁଣିଥରେ କଳାକାରମାନେ ଅଣ୍ଟା ସଳଖି ସାମ୍ନାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବଶୀଘ୍ର ନିର୍ମାଣ…

STF ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ, ୩ ଗିରଫ

ଭୁବନେଶ୍ବର : STF ପଞ୍ଝାରେ ପୁଣି ବଜ୍ରକାପ୍ତା ବ୍ୟବସାୟୀ । ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ୩ ବ୍ୟବସାୟୀଙ୍କୁ ଗିରଫ କରିଛି STF । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା STF ଟିମ୍‌ । ଗିରଫ ୩ ଜଣ ହେଲେ କଟକ ବଡମ୍ବା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ବର…

ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ

କଟକ: ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ। ଆଜିଠୁ ଖୋଲିଲା କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର । ଆଜି ଭୋରରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଛି । ମଙ୍ଗଳ ଆଳତୀ ସରିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି । ତେବେ ମନ୍ଦିର ଭିତରକୁ…

ଅଗଷ୍ଟ ୧୬ରୁ ଖୋଲିବ କଲେଜ

ଭୁବନେଶ୍ୱର:  ଅଗଷ୍ଟ ୧୬ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ…

ଚତୁର୍ଥ ମହଲାରୁ ଡେଇଁ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

କଟକ: ଏସସିବି ମେଡିକାଲ ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ଏହି ବ୍ୟକ୍ତି ଜଣକ ହସପିଟାଲର ଚତୁର୍ଥ ମହଲାରୁ ଝରକା ଦେଇ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସୁରକ୍ଷାକର୍ମୀ ମାନେ ତାଙ୍କୁ ନେଇ ଗୁରୁତର…

ଟ୍ରାକ୍ଟର ଓଲଟି ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡାହିମାଳ ନିକଟ ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ ହୋଇଛି । ଆଜି ସନ୍ଧ୍ୟାରେ ଚାଷଜମିରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓ଼ଲଟିଯିବା ଫଳରେ ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ଘଟଣାର ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଭେଡେନ…