Latest Odisha News

BREAKING NEWS

Browsing Category

ସହର

City

ଖୁବଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ନିର୍ବାଚନ ଆୟୋଗଙ୍କ ନିକଟରେ ଖୁବଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର । ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ…

ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି । ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନାରେ ଛାଡ଼ି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ…

ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ ।  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା…

ନୂଆବର୍ଷ ପାଇଁ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି, ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି କଲା ଜିଲ୍ଲା ପ୍ରଶାସନ । ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ଏସଓପି ଜାରି କରାଯାଇଛି । ଡ଼ିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ତାରିଖ ସନ୍ଧ୍ୟା ୮ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ ନାହିଁ । କୋଭିଡ଼ କଟକଣା…

ନୀଳଗିରିରେ ଝାଡଖଣ୍ଡୀ ହାତୀପଲ

ବାଲେଶ୍ୱର:ନୀଳଗିରି ଅଞ୍ଚଳକୁ ପୁଣି ପଶିଛନ୍ତି ଝାଡ଼ଖଣ୍ଡ ହାତୀପଲ । ହାତୀପଲରେ ଅଛନ୍ତି ୩୯ଟି ହାତୀ । ମୟୂରଭଞ୍ଜ ଜିଲ୍ଲା ନଡ଼ପୁର ସଂରକ୍ଷିତ ଜଙ୍ଗଲ ଦେଇ ବୁଢ଼ାବଳଙ୍ଗ ନଦୀ ଓ ସୋନ ନଦୀ ପାର ହୋଇ ଦୁର୍ଗାଦେବୀ ଓ କାଠପାଳ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପଶିଛନ୍ତି । ଏବେ ଧାନ ଫସଲ ଅମଳ…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ ଗ୍ରାଫ୍ । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ୨ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ମହିଳା ରହିଛନ୍ତି। ମହିଳା ଜଣଙ୍କ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟେସନ୍…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣରୁ ୬୩ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…

ମାଟ୍ରିକ ସମେଟିଭ୍-୧ ପରୀକ୍ଷା, ଆଜିଠୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡ଼ମିଟ୍ କାର୍ଡ଼

କଟକ: ଆସନ୍ତା ୫ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ପରୀକ୍ଷା ପାଇଁ ଆଜିଠୁ ପରୀକ୍ଷାର୍ଥୀ ଆଡ଼ମିଟ୍ କାର୍ଡ଼ ପାଇପାରିବେ । ବୋର୍ଡ଼ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡ଼ମିଟ୍ କାର୍ଡ଼ ପଠାଇ ଦିଆଯାଇଛି । ଏହାସହ ପରୀକ୍ଷାର୍ଥୀ ଚାହିଁଲେ…

ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ବଂଶୀଧର ସେଠୀ । ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ…

କୁମ୍ଭୀର ଗଣନା ଲାଗି ଜାନୁଆରୀ ୨ରୁ ବନ୍ଦ ରହିବ ଭିତରକନିକା

ରାଜନଗର: କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଗଣନା କରାଯାଉଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଡ଼ା ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ…