Latest Odisha News

BREAKING NEWS

Browsing Category

କଟକ

Cuttack

ବାଘ ଛାଲ ଜବତ ଘଟଣା, ୭ ଗିରଫ, ଏବେବି ୬ ଅଭିଯୁକ୍ତ ଫେରାର

କଟକ: କଟକ ନେତାଜୀ ବ୍ରିଜ୍ ପାଖରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି । ଏବେବି ୬ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।…

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ

କଟକ: ବିବାହ ବନ୍ଧନରେ ବାନ୍ଧି ହେଲେ ପୁଣି ଜଣେ ଜିଲ୍ଲାପାଳ । ଓଏଏସ୍‌ ଅଫିସ୍‌ର  ଅମୃତା ପ୍ରିୟମ୍ବଦା ମିଶ୍ରଙ୍କ ହାତ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍‌ ଅମ୍ରିତ୍ ଋତୁରାଜ୍ । ବୈଦିକ ରିତିନୀତିରେ କଟକର ହୋଟେଲ୍‌ ଆକବରୀରେ ମହା ଆଡମ୍ବର ସହକାରେ ଦୁଇ ଅଧିକାରୀଙ୍କ…

ଚିରନିଦ୍ରାରେ ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

କଟକ: ଆଉ ନାହାନ୍ତି ଚିକିତ୍ସକ ଜଗତରେ ଅତି ପରିଚିତ ଚେହେରା ଡାକ୍ତର ଭୁବନାନନ୍ଦ ମହାରଣା । ୬୯ ବର୍ଷ ବୟସରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଚିକିତ୍ସା ଜଗତରେ ତାଙ୍କର ଅବଦାନ ଅତୁଳନୀୟ । ମସ୍ତିଷ୍କାଘାତ ପାଇଁ ନିକଟରେ ତାଙ୍କର ଅପରେସନ…

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାମ

କଟକ: ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ । ଏନେଇ ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍‌‌ କ୍ୟୁରି ଏନ୍‌‌.କେ ମହାନ୍ତି । ୧୦ ତାରିଖରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଆମିକସ୍‌ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି ।…

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ୨ ଆହତ

କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ଗୁଡି ସୂତା ଲାଗି ଦୁଇ ଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ବେକରେ ସୂତା ଲାଗିଥିବା ବେଳେ ଅନ୍ୟ ଜଣଙ୍କର ପାପୁଲିରେ ସୂତା ଲାଗି କଟିଯାଇଛି । ୨ ଯୁବକ…

ଏମପି-ଏମଏଲଏଙ୍କ ବିରୋଧରେ ଫୌଜଦାରୀ ମାମଲା, ପ୍ରଥମରେ ଖୋର୍ଦ୍ଧା ଦ୍ଵିତୀୟରେ ସୁନ୍ଦରଗଡ

କଟକ: ରାଜ୍ୟର ସାସଂଦ ଓ ବିଧାୟକଙ୍କ ନାଁରେ ୨୦୨୩ ଡିସେମ୍ବର ସୁଦ୍ଧା ପଡ଼ିରହିଛି ୪୨୩ ଫୌଜଦାରୀ ମାମଲା । ବିଚାରଧୀନ ମାମଲାର ତ୍ୱରିତ ଶୁଣାଣି ହେବ । ରାଜ୍ୟ ସରକାର ଏ ନେଇ କଣ ପଦକ୍ଷେପ ନେଇଛନ୍ତି, ସେସବୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ…

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵରଙ୍କ କଲେ ଦର୍ଶନ

କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ଏକ ନୂଆ ମୋଡ଼ ନେଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ ଦାବି ମାମଲା ନେଇ ମାନ୍ୟବର ହାଇକୋର୍ଟ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ହିଁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ…

ଅଲଗା ହେବେ ବର୍ଷା-ଅନୁଭବ, ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି

କଟକ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଏଥି ସହିତ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦୀୟ…