Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଗଞ୍ଜାମ ବିଜେଡ଼ିରେ ବଢୁଛି ଶ୍ରୀକାନ୍ତଙ୍କ ଗୁରୁତ୍ୱ

ବ୍ରହ୍ମପୁର: ନୂତନ ମନ୍ତ୍ରୀମଣ୍ଡଳ ଗଠନ ପରେ ଯେଉଁ ନାଁକୁ ନେଇ ଗଞ୍ଜାମ ରାଜନୀତିରେ ପ୍ରବଳ ଚର୍ଚ୍ଚା ଚାଲିଛି, ସେଇ ନାଁଟି ହେଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ରବିବାର ଶ୍ରୀକାନ୍ତ ଶ୍ରମ, ନିଯୁକ୍ତି ଓ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ଦାୟିତ୍ୱ) ଭାବେ ଶପଥ ଗ୍ରହଣ…

ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଏହାପରେ ସେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ତାହା ହୋଇନାହିଁ। ନୂଆ ମନ୍ତ୍ରିମଣ୍ଡଳ ତାଲିକାରୁ ଦିଗପହଣ୍ଡିର ଏହି ବିଧାୟକ ବାଦ୍ ପଡିଛନ୍ତି। ଏବେ କିନ୍ତୁ ସୂର୍ଯ୍ୟ ପାତ୍ର…

ବିଡିଏର ସାଧାରଣ ବୈଠକ: କ୍ରୀଡ଼ା, ଆବାସ, ବ୍ୟବସାୟ ଭିତ୍ତିଭୂମିକୁ ଗୁରୁତ୍ବ

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସାଧାରଣ ପରିଷଦ ବୈଠକ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର, ଗୋପାଳପୁର ଏବଂ ଛତ୍ରପୁରର ଅନେକ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । ବିଶେଷକରି କ୍ରୀଡ଼ା, ଆବାସ ଏବଂ…

ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବିକରଣ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଗୋଟିଏ ପରେ ଗୋଟିଏ ପ୍ରସିଦ୍ଧ ମନ୍ଦିରର ନବିକରଣ କରାଯାଉଛି । ଏହା ଭିତରେ ମାଁ ତାରା ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ନବିକରଣ ଅଭିଯାନରେ ସାମିଲ ହେବାକୁ ଯାଉଛି ବ୍ରହ୍ମପୁରର ପ୍ରସିଦ୍ଧ ତଥା ଆରାଧ୍ୟ…

[ଦେଖନ୍ତୁ ଭିଡିଓ] କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି ।…

ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେଇଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତ ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ହେଲେ ଛତ୍ରପୁର ବୋରିଗାଁର ବାଦଲ ସାହୁ…

ଦୁଇ ଦିନ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଉପକୂଳ ଯିବା ପାଇଁ ଲୋକଙ୍କୁ ବାରଣ

ବ୍ରହ୍ମପୁର: ବାତ୍ୟା ଅସାନି ଭୀଷଣ ରୂପ ଧାରଣ କରି ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ମୁହାଁ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷ ପବନ ହେବ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଗଞ୍ଜାମ…

ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କଲେ 5-T ସଚିବ

ଗଞ୍ଜାମ: ଗଜପତି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5-T ସଚିବ । ଘଟକେଶ୍ବର ଜଳସେଚନ ପ୍ରକଳ୍ପ ସ୍ଥଳୀକୁ ଯାଇ ନିର୍ମାଣର ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ବୃହତ ଘଟେକେଶ୍ବର ଜଳସେଚନ…

ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା : ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଗଞ୍ଜାମ : ଦିଗପହଣ୍ଡିରେ ଡବଲ ମର୍ଡର। ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା କରାଯାଇଛି । ପାଖ ଗାଁରୁ ରାତିରେ ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ସରୋଜ ପାତ୍ର ଓ ସୁଦର୍ଶନ ସୁଆର ।…

ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଗଞ୍ଜାମ : ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁରୀରୁ ଦର୍ଶନ ସାରି ତାମିଲନାଡ଼ୁ ଫେରୁଥିଲେ ୫୦ ତୀର୍ଥଯାତ୍ରୀ । ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ…