Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଗଂଜାମ ଜିଲ୍ଲାରେ ଆରମ୍ଭ ହେଲା ‘ନୋ ବ୍ୟାଗ୍ ଡେ’

ଗଂଜାମ: ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ସପ୍ତାହର ଗୋଟିଏ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ପିଲା । ଏଥିପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଏହା କାର୍ଯ୍ୟକାରୀ…

ଏହି ସ୍କୁଲରେ ଆରମ୍ଭ ହେଲା ନୂଆ ନିୟମ; ପିଲାମାନେ ଶନିବାର ସ୍କୁଲକୁ ଆଣିବେନି ବହି, ବ୍ୟାଗ୍ !

ବ୍ରହ୍ମପୁର: କୋମଳମତି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନେ ଶନିବାର ଦିନ ବିଦ୍ୟାଳୟରେ ‘ନୋ ସ୍କୁଲ ବ୍ୟାଗ ଡ଼େ’ ଭାବେ ପାଳନ କରିବେ । ଅର୍ଥାତ୍ ଏହିଦିନ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ମଙ୍ଗଳବାର ଦିନ ବ୍ରହ୍ମପୁର ରୋଡ ଓ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ଉ କରାଯାଇଛି ।…

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ…

ସୁନାପୁର ବେଳାଭୂମିରେ ବିରାଟକାୟ ହ୍ୱେଲ ସାର୍କର ମୃତ୍ୟୁ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମିରେ ଏକ ହ୍ୱେଲ ସାର୍କ ମୁମୂର୍ଷୁ ଅବସ୍ଥାରେ ଆସି ଲାଗିଥିଲା । ପରେ ସାର୍କଟି ମୃତ ବୋଲି ଜଣାପଡିଛି । ଆଜି ସାର୍କର ଶବ ବ୍ୟବଚ୍ଛେଦ ହେବା ନେଇ ଗଞ୍ଜାମ ଡିଏଫଓ ଅମ୍ଲାନ କୁମାର ଦାସ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ,…

ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲିକୋଟ କଲେଜର ଅନୁସନ୍ଧାନ ମୂଳକ ଗତିବିଧି ଉପରେ ଜୋର ଦେବା ପାଇଁ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ଏନେଇ ବୁଧବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଖଲିକୋଟ କ୍ଲଷ୍ଟର କଲେଜ ଆଶାନୁରୂପ ସଫଳତା…

ଲୁନା ଉପରେ ମାଡିଗଲା ଟ୍ରକ୍‌; ସ୍ୱାମୀ-ସ୍ତ୍ରୀ ମୃତ

ବ୍ରହ୍ମପୁର: ଆନ୍ଧ୍ର ପ୍ରଦେଶର ଭେସି ନିକଟରେ ଅଭାବନୀୟ ଘଟଣା । ଲୁନା ଉପରକୁ ଟ୍ରକ୍ ମାଡିଯିବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଉଛନ୍ତି ଭଗବାନ ଚଇନି ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗଣ୍ଡା ଗାଁର ନିବାସୀ । ଜଣେ ସଂପର୍କୀୟଙ୍କ…

ଛତ୍ରପୁର: ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଟିଏ ଘରୁ ମିଳିଲା ୩ଜଣଙ୍କ ମୃତଦେହ । ଗଞ୍ଜାମ ଜିଲ୍ଳାର ଛତ୍ରପୁର ନିକଟ ପାଲିଆ ଅଂଚଳରେ ଜଣେ ଦମ୍ପତି ଓ ତାଙ୍କ ଝିଅର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବୃନ୍ଦାବନ ନାୟକ, ତାଙ୍କ ପତ୍ନୀ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି…

ଗଂଜାମ ପାଳଗଦାରେ ନିଆଁ ଲାଗିବା ଘଟଣା, ଗୁରୁତର ୪ ଶିଶୁଙ୍କ ମଧ୍ୟରୁ ୩ ମୃତ

ପୋଲସରା: ଆଖି ବୁଜିଲେ ୩ ଶିଶୁ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଖରଛଟା ଗାଁରେ ପାଳ ଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର ହେବା ଘଟଣାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।…

ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ

ପୋଲସରା: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଶିଶୁ ଜଳି ଯାଇଛନ୍ତି । ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ସମସ୍ତ…