Latest Odisha News

BREAKING NEWS

Browsing Category

ଓଡିଶା

Odisha

5T ସ୍କୁଲ ରୂପାନ୍ତରଣ: ୨୮୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୬ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରିଛନ୍ତି । ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁରରରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି । ଖୋର୍ଦ୍ଧା…

IPS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ପୋଲିସ କମିଶନର, ସଞ୍ଜୀବ ପଣ୍ଡା ହେଲେ ନୂଆ ସିପି

ଭୁବନେଶ୍ୱର: IPS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଭୁବନେଶ୍ବର-କଟକ ଟ୍ବିନ୍‌ ସିଟିର ପୋଲିସ କମିଶନରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ବ…

ଫେବ୍ରୁଆରୀ ୩ରୁ ଭୁବନେଶ୍ୱର କାହାଣୀ ଉତ୍ସବର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଭୁବନେଶ୍ୱର କାହାଣୀ ଉତ୍ସବ ‘BhuFesTo’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଆସନ୍ତା ଫେବ୍ରୁଆରୀ ୩ରୁ ୫ ଯାଏ ଭୁବନେଶ୍ୱରର ୪ଟି ସ୍ଥାନରେ ଏହା ଆୟୋଜିତ ହେବ। ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ…

ଶଙ୍ଖ ଛାଡ଼ି ହାତ ଧରିଲେ ବଳଭଦ୍ର ମାଝୀ

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ  କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ…

କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ କରାଯାଉ: ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ ପାଇଁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏଗୁଡିକୁ ନିୟନ୍ତ୍ରଣ କରିବାପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦିନ ଲଢେଇ କରିଆସୁଥିଲା। ପ୍ରାୟ ୪ବରର୍ଷ ପରେ କେନ୍ଦ୍ର ସରକାର କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଗାଇଡ଼ ଲାଇନ…

ଯାତ୍ରାପାର୍ଟି ଗାଡି ଓଲଟିବା ଘଟଣା, ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ଵର: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ…

ଲୋକାର୍ପିତ ହେଲା ଓଡ଼ିଆ ବିଶ୍ବବିଦ୍ୟାଳୟ, ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଶା ଇତିହାସରେ ଯୋଡ଼ିହେଲା ପୁଣି ଏକ ନୂତନ ଅଧ୍ୟାୟ । ପୂରଣ ହେଲା କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ । ଉଦଘାଟନ ହେଲା ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ । ପଞ୍ଚସଖା ଖେଳ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ବିଲଡିଂର ଲୋକାର୍ପଣ କରିଛନ୍ତି ।…

ଓଲଟିଲା ଯାତ୍ରାପାର୍ଟି ଟ୍ରକ, ୫ମୃତ

ବାରିପଦା: ଭାରସ୍ୟାମ ହରାଇ ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ । ଚାଲିଗଲା ୫ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ,…

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନଙ୍କ ଦ୍ଵାରା ପ୍ରସ୍ତୁତ ବାଲୁକାକଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପରାକ୍ରମ ଦିବସ ତଥା ନେତାଜୀ ଜୟନ୍ତୀ ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନଙ୍କ ଦ୍ଵାରା ପ୍ରସ୍ତୁତ ବାଲୁକାକଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ପରାକ୍ରମ ଦିବସ ଅବସରରେ ରେଡ ଫୋର୍ଟ ଠାରେ ଏକ ଆକର୍ଷଣୀୟ ତଥା ସୁନ୍ଦର୍ ବାଲୁକା କଳା ପ୍ରସ୍ତୁତ କରିଥିଲେ ପଦ୍ମଶ୍ରୀ…

ଆଉ ୨ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୨୬ରୁ ଆସିବ ପାଗରେ ପରିବର୍ତ୍ତନ

ଭୁବନେଶ୍ଵର: ରାଜ୍ୟରେ ଅସହ୍ୟ ଶୀତ ସାଙ୍ଗକୁ ଝିପଝିପ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଗତ ତିନି ଦିନ ହେବ ରାଜ୍ୟରେ ଏଭଳି ପାଗ ଦେଖିବାକୁ ମିଳୁଛି । ଅନ୍ୟପଟେ ରାଜ୍ୟରେ ଆଉ ୨ ଦିନ ଏହିପରି କୋହଲା ପାଗ ରହିବ ବୋଲି ସୂଚନା ମିଳିଛି । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ…