Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ବରଗଡ ଧନୁଯାତ୍ରା, ମଥୁରା ନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି

ବରଗଡ: ଆଜିଠୁ ଆରମ୍ଭ ହେଉଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ରଡି ରେ କମ୍ପିବ ଧନୁଯାତ୍ରା ପଡିଆ । ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ । ଚଳିତବର୍ଷକୁ ମିଶାଇ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ…

ଆଜି ପବିତ୍ର ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ଏହି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ। ପୁରୀଠାରେ ଶ୍ରୀମନ୍ଦିର…

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ, ବାଲେଶ୍ଵରକୁ ନା କହିବା ପରେ ଚର୍ଚ୍ଚାରେ କଟକ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ ଓଡ଼ିଶାର ବାଲେଶ୍ୱର ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ଆଜିର ବାଲେଶ୍ୱର ଗସ୍ତ। ତେବେ ଆଜି ରବିବାର ଦିନ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି…

ଦିବ୍ୟାଙ୍ଗ ଭୋଟରଙ୍କୁ ପ୍ରଧାନ୍ୟ: ୫% ଅଧିକ ହ୍ବିଲଚେୟାର ବରାଦ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟରେ ଆଉ କିଛି ମାସ ମଧ୍ୟରେ ଆରମ୍ଭ ହୋଇଯିବ ନିର୍ବାଚନ ପ୍ରକ୍ରିୟା । ଏହା ପୂର୍ବରୁ ଭୋଟରଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ବିଶେଷ କରି ଏଥର ଦିବ୍ୟାଙ୍ଗ ଭୋଟରଙ୍କୁ ପ୍ରଧାନ୍ୟ ଦିଆଯାଇଛି। ଦିବ୍ୟାଙ୍ଗ…

ରେଳ ମନ୍ତ୍ରୀଙ୍କ ବଡ ଘୋଷଣା: ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ଇଂରାଜୀ ନାମ

ବାଲେଶ୍ୱର: ଆଉ ଇଂରାଜୀରେ ଲେଖାଯିବନି ବଲାଶୋର। ଏଣିକି ସଠିକ ଉଚ୍ଚାରଣ ସହ ଲେଖା ଯିବ ବାଲେଶ୍ଵର। ବଦଳିବ ବାଲେଶ୍ବର ରେଳ ଷ୍ଟେସନର ଇଂରାଜୀ ନାମ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଷ୍ଟେସନରେ ଥିବା ଫଳକରେ ନାମ ପରିବର୍ତ୍ତନ ହେବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ…

ଭିଜିଲାନ୍ସ ଏସପି ପରିଚୟରେ ୭.୬୦ଲକ୍ଷ ଠକେଇ ଅଭିଯୋଗ, ଅଧ୍ୟାପକ ଗିରଫ

ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ । ଗତବର୍ଷ ମେ ୩୧ତାରିଖରେ ରାୟଗଡା ଅଞ୍ଚଳର…

କମ୍ପିବ ଧନୁଯାତ୍ରା ପଡିଆ, ଆଉ ଦିନକ ପରେ ଶୁଭିବ କଂସର ହା ହା କାର

ବରଗଡ: ରାତି ପାହିଲେ ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ଏହାର ପ୍ରଚାର କାର୍ଯ୍ୟକ୍ରମ | ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ  ବରଗଡରେ ବିରାଟ ରୋଙ୍ଗୋଲି ପ୍ରତିଯୋଗୀତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ୬୬ ଗୋଟି…

ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍, ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁଣୁପୁର: ପୁଣି ଥରେ ବଗି ଛାଡି ଚାଲିଗଲା ଇଞ୍ଜିନ୍ । ଗୁଣୁପୁର ଷ୍ଟେସନ ଛାଡିବାର ପ୍ରାୟ ଏକ କିଲୋମିଟର ପରେ କପିଳପୁର ନିକଟରେ ହଠାତ୍ ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୨୧)ର ଇଞ୍ଜିନ୍ ରୁ ବଗି ଅଲଗା ହୋଇଯାଇଥିଲା । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି । ଯାନ୍ତ୍ରିକ ତ୍ରୁଟି ଲାଗି…

ଜନସାଧାରଣଙ୍କ କାମରେ ଲାଗୁନି ଗ୍ରାମିଣ ପାର୍କ, ତେବେ କାହା ସ୍ୱାର୍ଥରେ ଏହି ପାର୍କ

ନୂଆପଡା: ଗ୍ରାମାଞ୍ଚଳର ଶୋଭାବର୍ଦ୍ଧନ ସହିତ ଶିଶୁମାନଙ୍କ ସହ ଗ୍ରାମବାସୀ ଙ୍କ ଆମୋଦପ୍ରମୋଦ ଲକ୍ଷ୍ୟରେ ପ୍ରତ୍ୟେକ ବ୍ଲକ ତରଫରୁ ମନରେଗା ଯୋଜନା ମାଧ୍ୟମରେ ନିମାର୍ଣ ହେଲା ଗ୍ରାମିଣ ପାର୍କ ।  ବର୍ତ୍ତମାନ ଯାଏ ପ୍ରାୟ ସବୁ ପାର୍କ ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ…