Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି -ବିଜେପି

ଭୁବନେଶ୍ୱର: ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ଘନିଷ୍ଟ ସର୍ମ୍ପକର କାରଣ କଣ ? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ ? ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ କାର୍ଯ୍ୟକ୍ରମରେ ଅଯାଚିତ ସହାୟତା…

ସ୍ତ୍ରୀକୁ ଗ୍ଯାସରେ ପୋଡି ହତ୍ୟା ଉଦ୍ୟମ ମାମଲା: ବର୍ଷେ ପରେ ଗୁଜରାଟରୁ ସ୍ଵାମୀ ଗିରଫ 

ଭୁବନେଶ୍ବର: ରୋଷେଇ ଘରେ ସ୍ତ୍ରୀକୁ ଗ୍ୟାସରେ ପୋଡ଼ି ହତ୍ୟା ଉଦ୍ୟମ ଘଟଣା। ବର୍ଷେ ପରେ ଅଭିଯୁକ୍ତ ସ୍ବାମୀ କୁଳମଣି ପାଇକରାୟକୁ ଗିରଫ କରିଛି ଭରତପୁର ପୋଲିସ। ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ଗୁଜରାଟରେ ଲୁଚିଥିଲା କୁଳମଣି। ୨୦୧୫ରେ କୁଳମଣି ପାଇକରାୟ, ପ୍ରଭାତୀ ପାଇକରାୟଙ୍କୁ ପ୍ରେମ ବିବାହ…

ଗଣିତ ପରୀକ୍ଷା ଦେବାକୁ ଚାଲିଲେ ୬ କିଲୋମିଟର…

ମୟୂରଭଞ୍ଜ : ଛାତ୍ରଛାତ୍ରୀଙ୍କୁ ୬ କିଲୋମିଟର ଚଲାଇଲେ ପ୍ରଧାନଶିକ୍ଷୟିତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୂତାବକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦…

ଫେବ୍ରୁଆରୀ ୨୦ ତାରିଖରେ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ । ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ…

ଥମୁନି ମଣ୍ଡି ଯନ୍ତ୍ରଣା, କମୁନି ଚାଷୀ ଦୁର୍ଦ୍ଦଶା

ନୂଆପଡା : ଗୋଟେପଟେ ଜିଲ୍ଲା ପ୍ରଶାସନ ମଣ୍ଡି ମାନଙ୍କରେ ସୁଦୃଢ଼ ଭିତ୍ତିଭୂମିର ଡିଣ୍ଡିମ ପିଟୁଛି  । ହେଲେ  ବରଗାଁ ମଣ୍ଡିରେ  ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ଧାନ କୁ ଜଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡିରେ ସଠିକ ଭିତ୍ତିଭୂମି ସାଙ୍ଗକୁ କଟନୀ ଛଟନୀ ନକରିବା ପାଇଁ ନିର୍ଦେଶ…

ବାଧକ ସାଜିଲା ଭଙ୍ଗା ପୋଲ : ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ  । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ  । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ  । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ  ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ…

ପୁରା ହେଲା ଦୀର୍ଘ ଦିନର ସ୍ବପ୍ନ : ବ୍ରିଜର ଶିଳାନ୍ୟାସ କଲେ ବିଧାୟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରା ହୋଇଛି । ବହୁ ପ୍ରତିକ୍ଷିତ ବୀରମହାରାଜପୁର - ମାଣିକପୁର ରାସ୍ତାରେ ହରିହର ଜୋର ଉପରେ ଏକ ସେତୁ ପାଇଁ ଶିଳାନ୍ୟାସ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା । ଏହାଦ୍ବାରା ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଲୋକ…

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ

ଜୟପୁର: ଥମୁନି ଲଜ୍ଜା  । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ  । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ…

ହାଇଓ୍ବା-କାର ମୁହାଁମୁହିଁ ଧକ୍କା, ୪ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଜିଲ୍ଲାର ଟିମାଝଲା ଛକ ନିକଟ ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ।…

ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡ଼ି ଓ କେନ୍ଦୁଝର ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ପାରଦ । ଶୀତ ଋତୁ ଆରମ୍ଭ ହେବାର ଦୀର୍ଘ ଦିନ ପରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ…