Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ

କଟକ: ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ । ଅନୁଗୁଳସ୍ଥିତ ତାଙ୍କ ସାନ ପୁଅଙ୍କ ବାସଭବନରେ ଆଜି ସକାଳୁ ପ୍ରଖ୍ୟାତ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା…

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲି: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ଆଉ ନାହାନ୍ତି ।  ଏହି ଦୁଃଖଦ ସୂଚନା ଦେଇଛନ୍ତି ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ ।  ଯୁଧିଷ୍ଠିର ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଆଜି ଛତିଶା ନିଯୋଗ ବୈଠକ, ଉଠିପାରେ ପୋଷାକ ପ୍ରସଙ୍ଗ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ପୂର୍ବରୁ ନୀତି ସବ କମିଟି ବୈଠକରେ…

କଣ୍ଟାବାଞ୍ଝିରେ ଟ୍ରକ-ବୋଲେରୋ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି  । ମୃତକ ବରଗଡ଼ ଜିଲ୍ଲା…

ନଷ୍ଟ ହୋଇଗଲା ଫସଲ, ଚିନ୍ତାରେ ବିଷ ପିଇଲେ ଚାଷୀ

ଯାଜପୁର: ଫସଲ ନଷ୍ଟ ହେବା କାରଣରୁ ଚିନ୍ତାରେ ପଡିଲେ ଚାଷୀ । କୌଣସି ବାଟ ନ ପାଇ ଶେଷରେ ନେଲେ ଚରମ ନିଷ୍ପତି । ବିଲ ମଝିରେ ବିଷ ପିଇ କଲେ ଆତ୍ମହତ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଜବାଟି ମୌଜାରେ । ସୂଚନା ଅନୁସାରେ, ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା ତାଙ୍କ…

ଷୋଡ଼ଶ ଉପଚାରରେ କମ୍ପୁଛି ଶକ୍ତିପୀଠ: ଗଡ଼ିଛି ମା ବିରଜାଙ୍କର ରଥ, ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ଏହି ଅବସରରେ ବଢ଼ି ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ…

୭୮@ ନବୀନ: ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

ଭୁବନେଶ୍ଵର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ସରଳ…

ବାଇକରେ ଲିଫ୍ଚ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, କାମୁକ ଅଭିଯୁକ୍ତ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବାକୁ କହି ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ରୂପ୍ସା ପୁଲିସ ସୀମା ଅନ୍ତର୍ଗତ ଏକ ଗାଁର 35 ବର୍ଷୀୟ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡାକ୍ତରଖାନା ଯିବା ପାଇଁ ନିକଟସ୍ଥ ଷ୍ଟପେଜରେ ବସ୍ ଧରିବା…

ସୋରରେ ପୁଣିଥରେ ପର୍ଶୁରାମ ଧଡାଙ୍କୁ ବିଧାୟକ ନକରାଇବାକୁ ମନ୍ଦିରରେ ଶପଥ ନେଲେ ଦଳୀୟ କର୍ମୀ

ସୋର: ବାଲେଶ୍ୱର ଜିଲ୍ଲାରେ ଶାସକ ବିଜୁ ଜନତା ଦଳ ଏକ ବିଭାଜିତ ଘର ଭଳି ମନେ ହେଉଥିବା ବେଳେ ସୋରରେ ଦଳର ଦୁଇ ଗୋଷ୍ଠୀ ଅଲଗା ଅଲଗା ଜନସମ୍ପର୍କ ପଦଯାତ୍ରାର ନେତୃତ୍ୱ ନେଉଛନ୍ତି। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ନାୟକଙ୍କ…

ଭୁଲ ଇଞ୍ଜେକସନ୍ ଯୋଗୁଁ ୬ ବର୍ଷର ଶିଶୁ କନ୍ୟା ମୃତ୍ୟୁ ଘଟଣାରେ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁଁ ଜଣେ ୬ ବର୍ଷର ଶିଶୁ କନ୍ୟା ପ୍ରାଣ ହରାଇଥିବା ପୁରୀ ଜିଲ୍ଲାରେ ଚିକିତ୍ସା ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ଘଟଣାଟି ୨୦୨୨ ମସିହା ଅକ୍ଟୋବର ମାସରେ ଘଟିଥିଲା, କିନ୍ତୁ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…