Latest Odisha News

BREAKING NEWS

Browsing Category

ଓଡିଶା

Odisha

ତିନି ମାଓବାଦୀ ନିପାତ ପରେ ଉଚ୍ଚସ୍ତରୀୟ ବୈଠକ, ଅପରେସନ ସଫଳ ହୋଇଛି କହିଲେ ଡିଜିପି

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଆଇନ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ନିକଟରେ କଳାହାଣ୍ଡିର ଏମ୍ ରାମପୁରରେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ…

ହାତୀ ସୁରକ୍ଷା ଚିନ୍ତା, ଜଙ୍ଗଲରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଆଜି ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁକୁ ରୋକିବା ଲାଗି ବିଦ୍ୟୁତର ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ଜଏଣ୍ଟ ଟାସ୍କ ଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସରକାରଙ୍କ ପକ୍ଷରୁ ରିଟ୍…

ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ସରକାରଙ୍କୁ ଘେରିଲା ବିଜେପି, କହିଲା ‘୫ ବର୍ଷରେ ବି ହୋଇନି ଗୋଟିଏ…

ଭୁବନେଶ୍ୱର: ପୁଣି ତାଜା ହୋଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା । ବିରୋଧୀ ବିଜେପି କହିଛି, ରତ୍ନ ଭଣ୍ଡାର ଚାବି ହଜିବା ଓଡ଼ିଶା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସରକାରଙ୍କ ନଜରକୁ ଆସିଥିଲା ୨୦୧୮ରେ । ସେବେଠାରୁ ଓଡିଶାର…

ଏଏସ୍ଆଇ ନେଉ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଦାୟିତ୍ୱ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ)କୁ ଦାୟିତ୍ୱ ନେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା…

ରାଜ୍ୟ ସରକାରଙ୍କୁ ସବ୍‌ସିଡି ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାର ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍‌ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା…

ବିହାର ଭବନ ପାଇଁ ପୁରୀରେ ଜମି ଦେବେ ଓଡିଶା ସରକାର

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୁରୀରେ ବିହାର ଭବନ ପାଇଁ ରାଜ୍ୟ ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି…

ତାତି ସହ ବଢ଼ିଲା ଗୁଳୁଗୁଳି, ୪୦ ଉପରେ ୧୮ ସହର

ଭୁବନେଶ୍ୱର: ରାଜ୍ୟରେ ତାତି ବଢ଼ିବା ସହ ଗୁଳୁଗୁଳି ବଢ଼ିଛି । ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଆଜି ଅସହ୍ୟ ଗରମରେ ସନ୍ତୁଳି ହୋଇଛି । ଆଜି ରାଜ୍ୟର ୧୮ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ପତ୍ତ ସହର ପାଲଟିଛି ବୌଦ୍ଧ । ବୌଦ୍ଧରେ…

‘ଉନ୍ନତ କୃଷି ହିଁ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମୂଳଦୂଆ’

ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି…

ବଲାଙ୍ଗିର ଦୁର୍ଘଟଣା: ସାନ ଝିଅ ପରେ ଆଖି ବୁଜିଲେ ବଡଝିଅ ଓ ବାପା

ବଲାଙ୍ଗିର:ମୃତ୍ୟୁ ଏମିତି ଅତର୍କିତ ଆସେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଘରୁ ବାହାରିଥିଲେ  ବାପାଙ୍କ ସହ ଦୁଇ ଝିଅ । ଆଧାରକାର୍ଡ ଅପଡେଟ କରିବେ । ପୁଣି ଘରକୁ ଫେରିବେ । ହେଲେ କେହି ଫେରିଲେନି । ଜଣକ ପରେ ଜଣେ ଚାଲିଗଲେ । ଏମିତି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସକାଳେ…

ପୋଷା କୁକୁର ବାଟରେ ମଳତ୍ୟାଗ କଲେ ମାଲିକ ପୋଛିବେ: କଟକଣା ଜାରିକଲା ବିଏମସି

ଭୁବନେଶ୍ୱର: ପୋଷ କୁକୁରକୁ ନେଇ କଟକଣା ଜାରିକଲା ବିଏମସି । ଏଣିକି ପୋଷା କୁକୁର ରଖିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଖାଲି ପଞ୍ଜୀକରଣ ନୁହେଁ, ନବୀକରଣ ବି କରିବାକୁ ପଡିବ । ବିଏମସି ପକ୍ଷରୁ ଲାଗୁ କରାଯାଇଥିବା ଆଇନ ମାନିବାକୁ ପଡିବ । ନ ମାନିଲେ ମାଲିକ ବନ୍ଧା ହେବେ ବୋଲି ବିଏମସି…