Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେଙ୍ଗ ପୋଡା ଖାଇ ଶିଶୁକନ୍ୟା ମୃତ, ଜଣେ ଗୁରୁତର

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଶିଶୁକନ୍ୟାର ନାମ ସୁମିତ୍ରା ମୁଣ୍ଡା (୬) । ଗୁରୁବାର ରାତିରେ ଏକ ବେଙ୍ଗ…

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ୍, ଜେଏନୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର ପରିସର। ଉତ୍କଳ ବିଶ୍ୱବିଦ୍ୟାଳୟ ଧୀରେ ଧୀରେ ପାଲଟୁଛି ଜେଏନୟୁ। ବାଣୀବିହାର କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼ । ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରକୁ ମାଡ଼ ମାରିଛନ୍ତି ଗୋଟିଏ ଗୋଷ୍ଠୀର ଛାତ୍ର । ଆକ୍ରମଣରେ ଆହତ…

ପୋଖରୀରେ ବୁଡି ୧୨ ବର୍ଷର ବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଲୁଅଝରଣ ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୧୨ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସୁରେଶ ବିଶ୍ୱାଳଙ୍କ ପୁଅ ଆଶୁତୋଷ ବିଶ୍ଵାଳ। ଆଶୁତୋଷ ଆଜି ଦିନ ୧ଟା ସମୟରେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ହେଲେ ହଠାତ୍…

କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ସୋମବାର କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ବେଳେ…

ପୁରୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨ ମୃତ ୧୮ ଆହତ

ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଆହତ। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଥିବା ସୂଚନା । ଦୁଇ ମୃତକ ହେଲେ ଅଟୋଚାଳକ ଓ ସେଥିରେ ବସିଥିବା ମହିଳା ଯାତ୍ରୀ। ତେବେ ଆହତଙ୍କ ମଧ୍ୟରୁ ୫ ଜଣ…

ଜଟାଧାର ମୁହାଣ ଖନନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ. ଉପକୃତ ହେବେ ମତ୍ସ୍ୟଜୀବୀ

ଜଗତସିଂହପୁର :  ଜଳପଥ କ୍ଷେତ୍ର ସୁଗମ କରିବାକୁ ଆରମ୍ଭ ହୋଇଛି ପ୍ରୟାସ  । ପୋତି ହୋଇଯାଇଥିବା ଜଟାଧାର ମୁହାଣକୁ ଖନନ କରିବାକୁ କାର୍ଯ୍ୟ ଆରମ୍ଭ ପାଇଁ ଚାଲିଛି ପ୍ରସ୍ତୁତି  । ଖନନ ଦ୍ୱାରା ଲାଭବାନ୍‌ ହେବେ ମତ୍ସ୍ୟଜୀବୀ । ଜଗତସିଂହପୁର ଜିଲ୍ଲାର ଜଳ ନିଷ୍କାସନ ର ପ୍ରମୁଖ ପଥ ପାଲଟିଥିଲା…

ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିପରି କିଛି ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳାଯାଇଛି। ଓଡ଼ିଶାର ଟାଣୁଆ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ହରିଚନ୍ଦନ ପୂର୍ବରୁ…

ଯୁକ୍ତ ଦୁଇ ପରୀକ୍ଷା: ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ପୃଷ୍ଠାର ଉତ୍ତରଖାତା, ଦିଆଯିବନି ଅତିରିକ୍ତ ପେପର

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଗାଇଡ ଲାଇନ । କେବେ ଆସିବ ପ୍ରଶ୍ନପତ୍ର, କେମିତି ରହିବ ଉତ୍ତରଖାତା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସ୍କୁଲକୁ ଜଣାଇ ଦିଆଯାଇଛି । ମାର୍ଚ୍ଚ ୧ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ଯୁକ୍ତ ଦୁଇ…

ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଁ ୨ ମାସ ହେବ ଔଷଧ ଖାଇନଥିଲେ ଅଭିଯୁକ୍ତ ଗୋପାଳ ଦାସ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ…

ଟେମ୍ପଲ ସିଟିରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ମେଟ୍ରୋ ଟ୍ରେନ୍‌, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମେଟ୍ରୋ ସିଟି ସେବା  । ମେଟ୍ରୋ ଟ୍ରେନ୍‌ ସେବା ଚଳାଚଳ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ଜଣାପଡ଼ିଛି  । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା…