Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଗିରଫ

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ।  ଏମାନେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ ମାରିଥିଲେ । ଛାତ୍ର ଜଣକ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କ ସହ କଲେଜ…

5ଜି ରାଜନୀତି: ବିଜେଡି କହିଲା ଗାଁରେ ନାହିଁ ନେଟଓ୍ୱର୍କ, କେନ୍ଦ୍ରମନ୍ତ୍ରୀ କହିଲେ ଅଙ୍ଗୁଳି ଉଠାଇ ଲାଭ ନାହିଁ

ଭୁବନେଶ୍ୱର: ଟ୍ୱିନ ସିଟିରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ 5ଜି ସେବା। ମାର୍ଚ୍ଚ ୩୧ ସୁଦ୍ଧା ଏହି ହାଇସ୍ପୀଡ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ଏହା ପୂର୍ବରୁ 5ଜି ସେବା ଯୋଗାଇ ଦେଇଛନ୍ତି। ଏପରି କରି ମୋଦୀ ସରକାର କିଭଳି ଓଡ଼ିଶା ପ୍ରତି ସ୍ବତନ୍ତ୍ର…

ପୁଣି ଝାରସୁଗୁଡାରୁ ହାଇଦ୍ରାବାଦକୁ ଉଡାଣ ସେବା ଦେବ ସ୍ପାଇସ ଜେଟ୍

ଝାରସୁଗୁଡା: ପୁଣିଥରେ ଝାରସୁଗୁଡାରୁ ହାଇଦ୍ରାବାଦକୁ ବିମାନ ଉଡ଼ିବ। ଆସନ୍ତା ୨୦ ତାରିଖରୁ ଏହି ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଆଉ ସେହି ବିମାନ କମ୍ପାନୀ ସ୍ପାଇସ ଜେଟ୍ ଉଡାଣ ସେବା ଯୋଗାଇବ ବୋଲି ସୂଚନା ରହିଛି। ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ବିମାନ ସେବା…

ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା ।  ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  ।  ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  । ଆଜି ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ବୋର୍ଡ ସଭାପତି । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ…

ଶ୍ୱଶୁର ଘରେ ବିଧାୟକ ଜ୍ବାଇଁ ବିରୋଧରେ ତେଜୁଛି ଅସନ୍ତୋଷ, ଅଡୁଆରେ ଶଶୀ ଭୂଷଣ

ଭୁବନେଶ୍ୱର: ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାୟକ ଶଶୀ ବେହେରା ଏବେ ଅଡ଼ୁଆରେ। କେନ୍ଦ୍ରାପଡା ସଦରର ଏହି ବିଧାୟକଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏବଂ ସୋଶିଆଲ ମିଡିଆରେ ପୋଷ୍ଟର ଲାଗିଛି। ଯେଉଁଥିରେ ଶଶୀ ହଟାଅ ନାରା ଦିଆଯାଇଛି। ଆଗକୁ 2024 ସାଧାରଣ ନିର୍ବାଚନ ସହିତ ବିଧାନସଭା…

ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ । ଭାରତର…

ସବୁ ଅପେକ୍ଷାର ଅନ୍ତ: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ । ଆଜିଠୁ ଓଡ଼ିଶାରେ ମିଳିବ ୫ଜି ସେବା। ଟେଲିକମ ନେଟଓ୍ୱର୍କ ସେବାରେ ଆରମ୍ଭ ହେବ ଆଉ ଏକ ଯୁଗ। ରାଜ୍ୟକୁ ନୂଆବର୍ଷର ଭେଟି। ରିଲାଏନ୍ସ ଓ ଏୟାରଟେଲ୍ ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର…

ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼: ସାଙ୍ଗସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ । ହେଲେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ସୁନ୍ଦରଗଡ଼ର ଇବ୍ ନଦୀରେ ୨ ଜଣ ଯୁବକ ଭାସି ଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ବୁଧବାର ଏ ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା…

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବ୍ଲକ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକକୁ ଲୋକାର୍ପିତ ମଧ୍ୟ କରିଛନ୍ତି । ଏହି ଅବସରରେ…