Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁରରେ ବେଆଇନ୍‌ ନିର୍ମାଣ ନେଇ ସପିଂ ମଲ୍‌କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ଏବଂ ପ୍ରମୁଖ ରାସ୍ତା ଗୁଡ଼ିକ କଡ଼ରେ ବେଆଇନ୍‌ ଭାବେ ସପିଂ ମଲ୍ ଏବଂ କୋଠା ନିର୍ମାଣ ବଢ଼ିବାରେ ଲାଗିଛି । ସିଟି ହସ୍ପିଟାଲ କଡ଼ରେ ଗତ ଦୁଇ ଦିନ ପୂର୍ବେ ଉଦ୍‌ଘାଟିତ ହୋଇଥିବା ସପିଂ ମଲ୍‌ ‘ଇଜୀ ବାୟ’କୁ ବେଆଇନ୍‌ ନିର୍ମାଣ ନେଇ ମଙ୍ଗଳବାର ଉଭୟ…

ଉପକୂଳ ବାସିନ୍ଦାଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ କଲୋନି

ବ୍ରହ୍ମପୁର:ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ୫ଟି ବ୍ଲକର ବାସିନ୍ଦା ବର୍ତ୍ତମାନ ସମୁଦ୍ରର କରାଳ ରୂପକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ବିଶେଷକରି ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଓ ଗଞ୍ଜାମ ବ୍ଲକର ପୋଡମପେଟା ଗ୍ରାମ । ପୂର୍ବରୁ ଗାଁଠାରୁ ସମୁଦ୍ର ୨ କି.ମି ଦୂରରେ ରହିଥିଲା । ଏବେ ଗାଁର ବସତିକୁ…

[ଦେଖନ୍ତୁ ଭିଡିଓ] ପଞ୍ଚାୟତକୁ ନିଶାମୁକ୍ତ କରିବା ପାଇଁ ତାତିଲେ ମହିଳା

ନୂଆପଡ଼ା: ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲାର ସିନାପାଲି, ବୋଡେନ, ଖଡ଼ିଆଳ ଓ କୋମନା ଅଞ୍ଚଳରେ ମଦ କାରବାର ବଢ଼ୁଥିବା ବେଳେ ଗରିବ ଖଟିଖିଆ ପରିବାର ଉଜୁଡ଼ି ଯାଉଛି । ଯାହାର ପ୍ରତିବାଦ କରିଛନ୍ତି ଶହ ଶହ ମହିଳା । ସିନାପାଲି ବ୍ଲକ ଖଇରପଦର ପଞ୍ଚାୟତକୁ ସମ୍ପୂର୍ଣ୍ଣ…

ଆଜି ସଂଧ୍ୟାରେ ରାଜ୍ୟର ୧୯ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୯ ଜିଲ୍ଲାରେ ମଙ୍ଗଳବାର ସଂଧ୍ୟାରେ ଅଳ୍ପ କିମ୍ବା ତା ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜୁଳି ସହ ଘଡ଼ଘଡ଼ି ଓ ବର୍ଷାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛି । ଖୋର୍ଦ୍ଦା, କଟକ, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି,…

ଓଡ଼ିଶା ଲୋକାୟୁକ୍ତ ଦେଇପାରିବେ ଅଦାଲତ ଅବମାନନା ନୋଟିସ୍

ଭୁବନେଶ୍ୱର: ରାଜ୍ୟ ଲୋକାୟୁକ୍ତଙ୍କ କ୍ଷମତା ବଢ଼ିଲା । ଏଣିକି ଲୋକାୟୁକ୍ତ ଅଦାଲତ ଅବମାନନା ନୋଟିସ୍ ଦେଇପାରିବେ । ୧୯୭୧ ମସିହା ଅଦାଲତ ଅବମାନନା ଆକ୍ଟ ଅନୁସାରେ ଓଡ଼ିଶା ଲୋକାୟୁକ୍ତ ଅଦାଲତ ଅବମାନନା ମାମଲା ପରିଚାଳନା ସହ ନୋଟିସ୍ ଦେଇପାରିବେ । ଏନେଇ ସୋମବାର ରାଜ୍ୟ ବିଧାନସଭାରେ ଏକ…

ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିଲେ କିରାଣି

ଭୁବନେଶ୍ୱର: ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ । ଡେଥ୍ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣି । କିରାଣି ଅନୁପ କୁମାର ଶତପଥୀଙ୍କ ଠାରୁ ଭିଜିଲାନ୍ସ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି । ଅଭିଯୋଗ…

[ଦେଖନ୍ତୁ ଭିଡିଓ] ରାସ୍ତା କଡ଼ରେ ମଦ ବାରକୁ ଅନୁମତି ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା

ଯାଜପୁର: ନିୟମ ନିୟମ ବାଟରେ ଆଉ ମଦ ଦୋକାନ… ଦୋକାନ ବାଟରେ । ମନ୍ଦିର କିମ୍ବା ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବା କଥା ନୁହେଁ । ହେଲେ ଏଠି ସବୁ ନିୟମକୁ ଦଳି ଚକଟି ଦେଇଛି ଅବକାରୀ ବିଭାଗ । ଯାଜପୁର ଜିଲ୍ଲା ସିଂହପୁର ରାସ୍ତାର ଆକୁଲିଆ ନିକଟରେ ଖୋଲା ଯାଇଛି ମଦ…

କାଷ୍ଟିଂ କାଉଚ୍ ମାମଲାରେ ପପୁଙ୍କୁ କ୍ଲିନ ଚିଟ୍, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଭୁବନେଶ୍ୱର: କାଷ୍ଟିଂ କାଉଚ୍ ମାମଲାରେ ପପୁ ପମପମଙ୍କୁ କ୍ଲିନ୍ ଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ । ୨୦୧୬ ମସିହାରେ ପପୁଙ୍କ ନାଁରେ କାଷ୍ଟିଂ କାଉଚ୍ ନେଇ ଅଭିଯୋଗ ଆଣିଥିଲେ ନାବାଳିକା । ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ…

୧୦ ଶ୍ରେଣୀକୁ ୭ ଜଣ ସାର୍, 5T ଅଧିନରେ ରୂପାନ୍ତରିତ ହାଇସ୍କୁଲରେ ତାଲା ପକାଇଲେ ଅଭିଭାବକ

ସୋନପୁର: ପିଲାଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ସରକାର 5T ଅଧିନରେ ହାଇସ୍କୁଲ ଗୁଡ଼ିକର ରୂପାନ୍ତରଣ କରୁଛନ୍ତି । କିନ୍ତୁ ଶ୍ରେଣୀ ଓ ପିଲା ସଂଖ୍ୟା ଅନୁଯାୟୀ ଶିକ୍ଷକ ନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି । ସୁବର୍ଣ୍ଣପୁର ଜିଲ୍ଲା…

[ଦେଖନ୍ତୁ ଭିଡିଓ] ଚଢ଼ା ଦରରେ ବାହାରୁ ଚାଷୀ କିଣିଥିଲେ ସାର, ସିଞ୍ଚନ ପରେ ମରି ଯାଉଛି ଧାନ ଗଛ

ନୂଆପଡ଼ା: ସାର ଉଜାଡ଼ି ଦେଲା ଚାଷ । ଚିନ୍ତାରେ ନୂଆପଡ଼ାର ଚାଷୀ । ମୌସୁମୀ ବର୍ଷା ପରେ ଚାଷୀ ଉତ୍ସାହର ସହ ଚାଷ ଆରମ୍ଭ କରିଥିଲେ । ଧାନ ପାଇଁ ବେଉଷଣ କରିଥିଲେ ହେଲେ ସରକାରୀ ସାର ମିଳି ନଥିଲା । ଫଳରେ ଚାଷୀ ବାହାରୁ ଚଢ଼ା ଦରରେ ସାର କିଣି ଜମିରେ ବ୍ୟବହାର କରିଥିଲେ । ହେଲେ ସାର ପ୍ରୟୋଗର…