Latest Odisha News

BREAKING NEWS

Browsing Category

ଓଡିଶା

Odisha

ସକାଳେ ଥାନାରେ ହାଜର ହୋଇ ପକ୍ଷ ରଖିବେ ବାବୁଶାନ !

ଭୁବନେଶ୍ୱର: ବାସଭବନ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦବେଗ ପ୍ରକାଶ କରି ଓଲିଉଡ ଅଭିନେତା ବାବୁଶାନ୍ ଗୁରୁବାର ସୂଚନା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଏକ ବିବୃତି ଜାରି କରିବେ। ପୋଲିସ ପଚରାଉଚରା କରିସାରିବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମସ୍ତ…

ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ: ୫ରେ ଦିଲ୍ଲୀ ଗସ୍ତରେ ଯିବେ ନବୀନ

ଭୁବନେଶ୍ବର: ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିଜେଡି ସାଂସଦମାନେ ଏଥର ବି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ ଦେବେ । ତେବେ ତା ପୂର୍ବଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୫ ତାରିଖରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।…

ଦୁର୍ଦ୍ଧାନ୍ତ ଚୋର ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖରେ ବ୍ରହ୍ମପୁର ସହର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ମୟୂରୀ ବିହାର ଏକ ତାଲା ବନ୍ଦ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଦୁଇ ପେଶଦାର ଏବଂ ଦୁଇ ନାବାଳକ ଚୋରଙ୍କୁ ଗିରଫ କରାଯାଇଛି । ଏହି ୪ ଜଣିଆ ଦୁର୍ଦ୍ଧାନ୍ତ…

ନିଶା ବେପାରୀ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିର ଦୁଇ ନିଶା ବେପାରୀ ଭାଇ ବନମାଳୀ ପ୍ରଧାନ ଏବଂ ଅରୁଣ ପ୍ରଧାନଙ୍କ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି । ଏନଡିପିଏସ୍ ଆକ୍ଟ ଅନୁଯାୟୀ କଲିକତାର ଏକ ପ୍ରାଧିକୃତ ସଂସ୍ଥା ତରଫରୁ ଏହି ସମ୍ପତ୍ତି ବାଜ୍ୟାପ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ; ପରିଚାଳନା ବୈଠକକୁ ଦେଲେ ନିମନ୍ତ୍ରଣ

ଭୁବନେଶ୍ୱର : ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ସପ୍ତମ ପରିଚାଳନା ପରିଷଦ ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ସୁମନ ବେରୀ ।…

ମାସକ ଭିତରେ ଇପିଏଫ ଓ ପେନସନ ମଞ୍ଜୁରୀ

ଭୁବନେଶ୍ୱର: ପ୍ରଧାନ ମହାଲେଖାକାର ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଆଜି ଆୟୋଜିତ ହୋଇଯାଇଛି । ବରିଷ୍ଠ ଉପ -ମହାଲେଖାକାର ରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଭୁବନେଶ୍ବର ଫେରିବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ନିଜ ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସାଙ୍ଗରେ ମାଆ ଓ ପରିବାରର କିଛି ସଦସ୍ୟ ଥିବା ଦେଖିବାକୁ ମିଳିଛି । ସେ ପରିବାର…

ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ : ‘ଏ ମାଟିର କନ୍ୟା’ ଶୀର୍ଷକ ନେଇ ଚର୍ଚ୍ଚା

ଭୁବନେଶ୍ୱର :  ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଏ ମାଟିର କନ୍ୟା’ . . .ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ନେଇ ଚର୍ଚ୍ଚା । ନବୀନ କହିଛନ୍ତି, ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା ।…

[ଦେଖନ୍ତୁ ଭିଡିଓ] ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରୀ ଅର୍ପିତାଙ୍କ ସଫଳତା ନେଇ ଶୁଭେଚ୍ଛା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ ୨୦୨୨ ପ୍ରକାଶ ପାଇଛି। ଉଭୟ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ରାଜ୍ୟରେ ରେକର୍ଡ କରିଛନ୍ତି। ୨୦୨୧ରେ ମହାମାରୀ କରୋନା ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶ ପାଇଥିବା…

ମାଆଙ୍କ ସହ ବାଲକୋନିରେ ବାବୁସାନ୍: କହିଲେ ଠିକ୍ ସମୟରେ ଠିକ୍ କଥା କହିବି

ଭୁବନେଶ୍ୱର :  ମାଆ ଅପରାଜିତାଙ୍କ ସହ ସାମ୍ନାକୁ ଆସିଲେ ବାବୁସାନ୍ । ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ଚେନ୍ନାଇରୁ ଗତକାଲି ଆସିବା ପରେ ଆଜି ବାହାରକୁ ଆସି କହିଲେ ଠିକ୍ ସମୟରେ ଠିକ୍ କଥା କହିବି । ଏବେ ପରିବାର ପାଖରେ ଥିବାରୁ ବହୁତ ଖୁସି ଅଛି । ତେବେ ଗତକାଲି ସକାଳୁ…