Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବ୍ରହ୍ମପୁର: ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପରବର୍ତ୍ତି ସ୍ଥିତିରେ ବନ୍ୟା ପରିସ୍ଥିତି ଦେଖା ଦେବା ନେଇ ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲାର…

[ଦେଖନ୍ତୁ ଭିଡିଓ] କାଶୀପୁରରେ ଘାତକ ହେଉଛି ହଇଜା ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ଼ା : କାଶୀପୁରରେ ଘାତକ ହେଉଛି କଲେରା । ଗୋବରଘାଟି ଗାଁରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମୋଟ ୧୩୯ ଜଣ ଆକ୍ରାନ୍ତ…

ଓଡ଼ିଶାରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି ଦେଇଛି ନାଲକୋ

ନୂଆଦିଲ୍ଲୀ: ଓଡ଼ିଶାରେ ନାଲକୋ ୬୩୩ ବିସ୍ଥାପିତ ପରିବାରକୁ ନିଯୁକ୍ତି ଦେଇଛି । କୋରାପୁଟର ଦାମନଯୋଡ଼ି ଏବଂ ଅନୁଗୁଳ ନାଲକୋ ପ୍ରକଳ୍ପ ପାଇଁ ୬୩୫ଟି ପରିବାର ବିସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଟି ପରିବାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପରିବାରକୁ ନିଯୁକ୍ତିଗତ ଥଇଥାନ କରାଯାଇଛି…

[ଦେଖନ୍ତୁ ଭିଡିଓ] ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଜନ୍ମମାଟିରେ…

ଯାଜପୁର :  ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ୍ନ ହୋଇଛି ଅଜୟ ପରିଡାଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମ ମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁରରେ ପହଁଚିବା ପରେ ସେଠାରେ ଶୋକାକୁଳ…

ପୋଷ୍ଟର ମୁକ୍ତ ହେବ ରାଜଧାନୀ, ରାସ୍ତାକଡ଼ କାନ୍ଥରେ ଲଗାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ…

ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ନିଆଁ ଥମି ନଥିବା ବେଳେ ପୁଣି ସେଇ ସମାନ ଅଭିଯୋଗ। ବିଜେବି କଲେଜରେ ପୁଣି ଥରେ ରାଗିଂ ଅଭିଯୋଗ ହୋଇଛି।  ଆମ୍ବେଦକର ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଙ୍କୁ ରାଗିଂ…

[ଦେଖନ୍ତୁ ଭିଡିଓ] NH ନା ଗହୀର ? ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଅନୁଗୁଳ: ଆଣ୍ଠୁଏ କାଦୁଅରେ ଯୁବକ ଧରୁଛନ୍ତି ମାଛ । ହେଲେ ଏ କେଉଁ ବିଲ ଗହୀରର ଦୃଶ୍ୟ ନୁହେଁ । ଏ ଚିତ୍ର ହେଉଛି ୫୫ ନମ୍ବର ଜାତୀୟ ରାଜପଥର । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଏଭଳି ଶୋଚନୀୟ ହୋଇ ପଡ଼ି ରହିଛି । ଯିଏ ଥରେ ଏହି ବାଟ ଦେଇ ଯାଉଛି, କହୁଛି ଏହା…

ଏସୀୟ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ଦ୍ୱିତୀୟ: ତରୁଣଙ୍କୁ ସ୍ୱର୍ଣ୍ଣ, ବିଚିତ୍ରଙ୍କୁ ରୌପ୍ୟ

ଭୁବନେଶ୍ୱର: ମାଳଦ୍ଵୀପ ଠାରେ ଅନୁଷ୍ଠିତ ଜାତୀୟ ଏସୀୟ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ତରୁଣ କୁମାର ଚାଟର୍ଜୀ ସ୍ୱର୍ଣ୍ଣ ଏବଂ କମିଶନରେଟ ପୋଲିସର କନଷ୍ଟେବଲ ବିଚିତ୍ର ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି । ଶାନ୍ତ ସ୍ଵଭାବର ବିଚିତ୍ର ଛୋଟ ବେଳୁ…

[ଦେଖନ୍ତୁ ଭିଡିଓ] ମନ୍ଦିରରୁ ଚୋରି ବେଳେ ସିସିଟିଭିରେ କଏଦ ହେଲା ଲୁଟ୍ ଚିତ୍ର

ଢେଙ୍କାନାଳ : ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି। ଚୋରି ମନ୍ଦିର ଭିତରୁ ଚୋରି କରିନେଇଥିବା ବେଳେ ସିସିଟିଭି କ୍ୟାମେରାରେ ଧରାପଡ଼ିଛି। ଘଟଣା ଘଟିଛି ଢେଙ୍କାନାଳ ପରଜଙ୍ଗ ସାଆନ୍ଦା ଅଞ୍ଚଳରେ। ସେଠାରେ ଥିବା କିଛି ମନ୍ଦିରରୁ ଲଗାତର ଭାବେ ଲୁଟେରା ଲୁଟି ନେଇଛନ୍ତି ଠାକୁରଙ୍କ ମୂର୍ତ୍ତି ସହ ପୂଜା…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଭୁବନେଶ୍ୱର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ (STF) ଏକ କଲରାପତରିଆ ବାଘ ଛାଲ (Leopard Skin) ଜବତ କରିଛି । ରାମଗିର ଫରେଷ୍ଟ ଅଧିକାରୀଙ୍କ ସହାୟତାରେ ଏସଟିଏଫ୍ ରାମଗିର ଗୁପ୍ତେଶ୍ୱର ଗେଟ୍ ନିକଟ ପାର୍ଶ୍ୱ ରାସ୍ତାରେ ରେଡ୍ କରିଥିଲା । ଡିଲ୍ ବେଳେ ଜଣଙ୍କୁ ଗିରଫ କରିବା ସହ ଏକ…