Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ଦୁଇ ଦିନ ସାରା ଓଡ଼ିଶାରେ ସଂଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ନିକଟରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ କିନ୍ତୁ ଦର କମ୍ କରିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ କଥା ଚିନ୍ତା କରିନାହାନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା କ୍ଷତି ସହିବାକୁ ପଡୁଛି ବୋଲି ରାଜ୍ୟ ପେଟ୍ରେଲିୟମ ସଂଘର ସଭାପତି ଶଙ୍କର ସାହୁ କହିଛନ୍ତି ।…

ନାଟକ ପାଇଁ ବ୍ରହ୍ମପୁରରେ ମଞ୍ଚ ଅଭାବ; କଳାକାରଙ୍କ ଉଦ୍‌ବେଗ

ବ୍ରହ୍ମପୁର : ସାଂସ୍କୃତିକ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଅନେକ ଗୁରୁତ୍ୱ ରହୁଛି । କିନ୍ତୁ ଏଠାରେ ମଞ୍ଚ ନାଟକ ପରିବେଷଣ ପାଇଁ ଉପଯୁକ୍ତ ମଞ୍ଚ ନାହିଁ । ଏଣୁ ସହରରେ ନାଟକ ଉପଯୋଗୀ ମଞ୍ଚ ସ୍ଥାପନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।…

ଜୟପୁରରୁ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଜୟପୁର: ଜୟପୁର ସଦର ଥାନା ଅର୍ନ୍ତଗତ କୋଲାବ ସାଇଡରୁ ଜବତ ହୋଇଛି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । ଏହା ସହ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ । ରାଜ୍ୟ ବାହାରକୁ ଏକ କାର (ସିଜି ୨୯-ଏ- ୫୦୦୮) ଯୋଗେ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରିଥିଲା । ଜାତୀୟ ରାଜପଥ-୨୬ ଜୟପୁର ରାଜପଥ ଦେଇ ଛତିଶଗଡ଼ର…

କିଏ ଯିବେ ରାଜ୍ୟସଭା, ବଢ଼ିଲା ଚର୍ଚ୍ଚା: ବିଧାୟକ ଅନନ୍ତ ଜେନା ନେଲେ ନାମାଙ୍କନ ସେଟ୍

ଭୁବନେଶ୍ୱର: ସୁବାସ ସିଂ କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୪ଟି ଆସନ ପାଇଁ ଏବେ ରାଜ୍ୟସଭା ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ସମସ୍ତ ଆସନରେ ବାଜିମାତ କରିବ । ଗତକାଲି ତିନୋଟି ଏବଂ ଆଜି…

‘ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି’

ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ…

ତେଲ ଦର କମିବା ପରେ ବସ୍ ଭଡା କମିଲା

ଭୁବନେଶ୍ୱର: କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର 9 ଟଙ୍କାରୁ ଅଧିକ ଏବଂ ଡିଜେଲ ଦର 7 ଟଙ୍କାରୁ ଅଧିକ ହ୍ରାସ ପାଇଛି। ଏହାପରେ ବିଭିନ୍ନ ଜିନିଷର ଦର ଦାମ କମୁଛି । ଏହି କ୍ରମରେ ରାଜ୍ୟରେ ବସ ଭଡା ମଧ୍ୟ କମିଛି । ସାଧାରଣ ବସ୍…

ସାବିତ୍ରୀ ବ୍ରତ ବେଳେ ଫଳ ବଜାରରେ ନିଆଁ, ଯାହା ଧରିବ କିଲୋ ୧୦୦ ଟଙ୍କା

ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ବିବାହିତ ହିନ୍ଦୁ ନାରୀଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହାପୂର୍ବରୁ କିନ୍ତୁ ଫଳ ବଜାରରେ ନିଆଁ ଲାଗିଯାଇଛି । ଦାମ ଏପରି ହୋଇଛି ଯେ ଯେକୌଣସି ବ୍ୟକ୍ତି ଫଳ କିଣିବା ପୂର୍ବରୁ ଦଶ ଥର ଭାବିବ । ଗୋଟିଏ ପଟେ ସାବିତ୍ରୀ ବ୍ରତ ଅନ୍ୟପଟେ ଫଳ ବଜାରର ଦର ଶୁଣି…

ପୁରୀ ସହରରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ମହିଳା ଗିରଫ

ପୁରୀ: ପୁରୀ ସହରର ବାସେଳୀ ସାହି ଥାନା ଅଧୀନ ନୋଳିଆ ସାହିରୁ ଜଣେ ମହିଳା ବ୍ରାଉନ ସୁଗର ବ୍ୟବସାୟୀ ଗିରଫ ହୋଇଛନ୍ତି । ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ୪୫ ବର୍ଷୀୟା ସୁନୀତା ନାଏକଙ୍କ ଠାରୁ ୧୧୦ ଗ୍ରାମ୍ ବ୍ରାଉନ ସୁଗର ଓ ୮୦୦ ଟଙ୍କା ଜବତ କରିଛି । ମୋବାଇଲ ଅବକାରୀ ସ୍କ୍ୱାଡ୍ କେସ ନଂ-…

[ଦେଖନ୍ତୁ ଭିଡିଓ] ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ଏକାଦଶୀ ନୀତି

ପୁରୀ : ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ ।  ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପରେ ଅନୁଷ୍ଠିତ ହୋଇଛି ।  ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ…

[ଦେଖନ୍ତୁ ଭିଡିଓ] ରଥ ନିର୍ମାଣ ନେଇ ରଥ ଖଳା ଚଳଚଞ୍ଚଳ: ୪୨ ଚକ ମଧ୍ୟରୁ ୩୧ ଚକ ନିର୍ମାଣ ଶେଷ

 ପୁରୀ:  ରଥ ନିର୍ମାଣ ନେଇ ରଥ ଖଳା ଚଳଚଞ୍ଚଳ ।  ୨୩ ଦିନରେ ପହଞ୍ଚିଲା ରଥ ନିର୍ମାଣ କାମ । ଶ୍ରୀକ୍ଷେତ୍ରରେ ଭଉଁରୀ ପରେ ଜୋରସୋରରେ ଆଗେଇଛି ରଥ ନିର୍ମାଣ କାମ । ମହାରଣା ସେବାୟତଙ୍କ ହାତରେ ତର ନାହିଁ । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ କାମ ଶେଷ ହୋଇଛି । ପ୍ରତ୍ୟେକ ରଥ…