Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ, କୋଭିଡ୍ ସ୍ଥିତି ସମୀକ୍ଷା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ରାଉରକେଲା ମହାନଗର ନିଗମରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଉରକେଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ…

ଚିଲିକାରେ ବେଆଇନ୍ ପକ୍ଷୀ ଶିକାର, ଜଣେ ଶିକାରୀ ଗିରଫ

ଟାଙ୍ଗୀ: ଲକଡାଉନର ସୁଯୋଗ ନେଇ ଚିଲିକାରେ ମାତିଲେ ପକ୍ଷୀ ଶିକାରୀ ।  ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଛି । ପକ୍ଷୀ ଶିକାର ପରେ ବିକ୍ରି ପାଇଁ ନେବା ବେଳେ ଶିକାରୀକୁ ଧରିଲା ବନ୍ୟପ୍ରାଣୀ ବିଭାଗ । ଟାଙ୍ଗି ଭୂଷଣ୍ତପୁର ବିଧାରପୁର ନିକଟରୁ ଜଣେ ଶିକାରୀ ଗିରଫ ହୋଇଛି ।…

କୋଣାର୍କ ବେଳାଭୂମିରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: କୋଣାର୍କ ବେଳାଭୂମିରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ରବିବାର ଦିନ ପୁରୀ ଜିଲ୍ଲାର କୋଣାର୍କ ବେଳାଭୂମିରେ ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଉକ୍ତ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ସେଠାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ମୃତ…

ଚାକିରି ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପା-ପୁଅ ଗିରଫ

ଅନୁଗୋଳ: ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରୁ ଠକ ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା ଓ ତାଙ୍କ ବାପା ପ୍ରୀତମ ବେହେରା । ଏନେଇ ତାଳଟେର କୋଲିୟରି ଥାନାରେ ଗତ ୭…

ଓଡ଼ିଶାକୁ ପ୍ରଶଂସା କଲା ବ୍ରିଟିଶ ମେଡିକାଲ୍ ଜର୍ଣ୍ଣାଲ୍ “ଲାନସେଟ୍”, କରୋନା ମୁକାବିଲା ପ୍ରସ୍ତୁତି ନେଇ…

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ପ୍ରଶଂସା। କରୋନା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟ୍ । 'ଭାରତରେ କୋଭିଡ୍ ଏମର୍ଜେନ୍ସୀ' ଶୀର୍ଷକ ସମ୍ପାଦକୀୟରେ ଓଡ଼ିଶାର ଅକ୍ସିଜେନ୍…

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ

ଭୁବନେଶ୍ୱର: କରୋନା କବଳରେ ଆଉ ଜଣେ ବିଧାୟକ। ବରିଷ୍ଠ ବିଜେଡି ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶରୀରରେ ଅସହଜ ଅନୁଭବ କରିବା ପରେ ସେ ଶନିବାର କୋଭିଡ୍‌ ପରୀକ୍ଷା…

ଓଡ଼ିଶାର ୧୫ ଜିଲ୍ଲାରୁ କରୋନାରେ ଆଉ ୧୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ସଂକ୍ରମଣ ସହ ଦୈନିକ ମୃତ୍ୟୁସଂଖ୍ୟା ବି କମିଛି । ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରୁ ମହାମାରୀରେ ଯାଇଛି ୧୯ ଆକ୍ରାନ୍ତଙ୍କ ଜୀବନ । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନୁଗୋଳ,…

ଆଜି ଓଡ଼ିଶାରେ କମିଛି କରୋନା ସଂକ୍ରମଣ: ୧୦,୬୩୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ୧୧ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୩୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬ହଜାର ୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୬୨୩ଟି । ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ନୂଆ…

ଆଇଆଇଏମସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : 'ଭାରତୀୟ ଜନ ସଂଚାର ସଂସ୍ଥାନ' (ଆଇଆଇଏମସି) ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହି ସଭାରେ ଅଧ୍ୟକ୍ଷତାରେ କରି କହିଥିଲେ ଯେ ମନୋଜ ଦାସଙ୍କ ପରି ଲେଖକ…

[ଭିଡ଼ିଓ] ଆପଣା ସାଜିଲେ ପର, ପର ସାଜିଲେ ଆପଣା

ଅନୁଗୁଳ: ଗୋହିରାପଶି ଗାଁରେ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାଖ ମାଡିଲେନି ପରିବାର କି ଗାଁ ଲୋକେ । ଶେଷରେ ଆଗେଇ ଆସିଥିଲେ କିଛି ସରକାରୀ ବାବୁ ଓ ସ୍ଥାନୀୟ ସରପଂଚ । ଦେଖାଇଥିଲେ ମାନବିକତାର ଜ୍ୱଳନ୍ତ ଉଦାହରଣ । ଗତକାଲି ସଂଧ୍ୟା ୮ଟାବଳେ ଗୋବିନ୍ଦ ମାଝୀ ନାମକ ଜଣେ…