Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୪ ଫୁଟ ଅହିରାଜ ଉଦ୍ଧାର

ମୟୁରଭଞ୍ଜ: ଉଦ୍ଧାର ହୋଇଛି ୧୪ଫୁଟ ଲମ୍ବାର ଅହିରାଜ ସାପ । ମୟୁରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ନିଶ୍ଚିତା ଗାଁରୁ ଏହି ସାପଟିକୁ ଉଦ୍ଧାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ଶୋଇବା ଘରେ ପଶିଯାଇଥିବା ବେଳେ ସ୍ନେକ ହେଲ୍ପଲାଇନ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ ଛି । ସୁରକ୍ଷିତ ଭାବେ ଅହିରାଜକୁ…

ଜଳପଥରେ କରୋନା କଟକଣା

ପାରାଦ୍ଵୀପ: କରୋନା ଯୋଗୁ ବିଭିନ୍ନ ସ୍ଥାନରେ କଟକଣା । ପାରାଦ୍ଵୀପ ଜଳପଥରେ ଲାଗିଛି ରୋକ୍ । ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ଏବେ ଉପକୂଳବର୍ତ୍ତୀ ସମୁଦ୍ର ତଟ । ଅନ୍ୟ ରାଜ୍ୟର ବୋଟ କିମ୍ବା ଡଙ୍ଗା କୁ ଓଡ଼ିଶା ସୀମା ମନା । ସରକାରଙ୍କ ଘୋଷଣା ପରେ ତତ୍ପର ହୋଇଛି ପାରାଦ୍ଵୀପ ମେରାଇନ ପୋଲିସ ।

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ, ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରରଣ ୬ ହଜାର ଉପରେ ରହୁଛି । କରୋନା ଓଡ଼ିଶାରେ ପ୍ଲଟୋ ସ୍ଥିତିରେ ରହିଛି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଗତ ୫ ଦିନ ହେବ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି । ସଂକ୍ରମଣ ସଂଖ୍ୟା…

ଓଡ଼ିଶା ଯୋଗାଉଛି ସଞ୍ଜୀବନୀ: ୪ ଦିନରେ ୭ ରାଜ୍ୟକୁ ପଠାଯାଇଛି ୧୨ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକଟ ଭିତରେ ଅକ୍ସିଜେନର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅସୁବିଧା କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବାଧକ ସାଜିଛି । ଏଭଳି ସ୍ଥିତିରେ ଅଭାବ ପୂରଣ ସହ ବଡ଼ ସହାୟତା କରିଛି ଓଡ଼ିଶା । ଗତ ୪ଦିନ ଭିତରେ…

କରୋନା ରେଡ୍ ଜୋନରେ ଅଧା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି । ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ଥିତି ଗମ୍ଭୀର । କରୋନା ରେଡ୍ ଜୋନରେ ଏବେ ଅଧା ଓଡ଼ିଶା । ସଂକ୍ରମଣ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି ।…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରେଳ ଲାଇନ ଉଡ଼ାଇଲେ ମାଓବାଦୀ

ରାଉରକେଲା: ମାତିଲେ ମାଓବାଦୀ । ରାତି ଅଧରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି ଲାଲବାହିନୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଓ ଚକ୍ରଧରପୁର ମଝିରେ ଲୋଟା ପାହାଡ଼ ନିକଟରେ ଏହି ଘଟଣା ଘଟାଇଛନ୍ତି ମାଓବାଦୀ । ଗତକାଲି ରାତି ପ୍ରାୟ ୨-୩ଟା ଭିତରେ ବିସ୍ଫୋରଣ କରି ରେଳ ଲାଇନ୍…

ରଥଯାତ୍ରା ପ୍ରସ୍ତୁତି: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ…

ଆଜିଠୁ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ

ପୁରୀ: କରୋନା ଟାଣିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା । ଆଜିଠୁ ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି । ମେ’ ୧୫ ତାରିଖ ଯାଏ…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ଭଦ୍ରକ, କଟକ, ଗଞ୍ଜାମରୁ ଜଣେ…

ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ନାମାଙ୍କନ ଦାଖଲ କରିବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନ ନିକଟରେ ପହଞ୍ଚିବା ପରେ କରୋନା କଟକଣା ଭିତରେ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅଜିତ…