Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ମାଗଣା କୋଭିଡ୍ ଟିକା ଘୋଷଣା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦୈନିକ ୬ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ରାଜ୍ୟରେ ବେଡ୍ କି କୋଭିଡ୍ ଔଷଧର ଅଭାବ ମଧ୍ୟ ନାହିଁ । ତେବେ, ମେ’୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବ । ଏଥିପାଇଁ କୋଭାକ୍ସିନ୍ ଓ କୋଭିସିଲ୍ଡ ମଧ୍ୟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ସଂକ୍ରମଣ ଭଳି ଆରୋଗ୍ୟ ହାରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ରାଜ୍ୟରୁ ଆଉ ୩ ହଜାର ୪୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୨ ହଜାର ୯୩୧କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ…

ଭୁବନେଶ୍ବରରୁ ଆଉ ୬୮୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ମହାମାରୀ କରୋନା ଏବେ ଉପରମୁହାଁ । ସଂକ୍ରମଣ ବଢୁଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି । ସାରା ରାଜ୍ୟରେ ଦେଖାଦେଲାଣି ଏକ ପ୍ରକାର ଭୟ । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୬୮୩ ପଜିଟିଭ୍ । କ୍ବାରେଣ୍ଟାଇନରୁ…

ଓଡ଼ିଶା ମାଗଣା କରୋନା ଟିକା ଦେବାକୁ ପୁଣି ଦାବି କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ । ଏହା ପୂର୍ବରୁ ଏକାଧିକ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରି ସାରିଛନ୍ତି । ଘୋଷଣା ସହ ୟୁପି ସରକାର କୋଭାକ୍ସିନର ୫୦ ଲକ୍ଷ ଡୋଜ୍ ଏବଂ କୋଭିସିଲ୍ଡର ୫୦ ଲକ୍ଷ ଡୋଜ୍ ଟିକା ଅର୍ଡର ମଧ୍ୟ…

କରୋନା ପଜିଟିଭ୍ ଚିହ୍ନଟ ପରେ ୭୨ଘଣ୍ଟା ପାଇଁ ରାଉରକେଲାର ଇପିଏଫ୍ ଅଫିସ୍ ବନ୍ଦ

ରାଉରକେଲା : ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି କରୋନା ସଂକ୍ରମଣ । କିଛି ଦିନ ଧରି ଲଗାତର କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ, ଗତ ୨୪ ଘଣ୍ଟାରେ ସାମାନ୍ୟ ହ୍ରାସ ପାଇଛି ଆକ୍ରାନ୍ତ ସଂଖ୍ୟା । ତେବେ ଭୂତାଣୁକୁ ନେଇ ସୁନ୍ଦରଗଡ଼ରେ ସଂକ୍ରମିତ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ଅବସରରେ…

ମୋବାଇଲରେ ପବଜି ଖେଳିବା ହେଲା କାଳ, ଟ୍ରେନ୍ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଟାଙ୍ଗି : ମୋବାଇଲରେ ପବଜି ଖେଳିବା ହେଲା କାଳ । ଟ୍ରେନ ଧକ୍କାରେ ଅକାଳରେ ଚାଲିଗଲା ନୀରିହ ଛାତ୍ରଙ୍କ ଜୀବନ । ଏଭଳି ଘଟଣା ଘଟିଛି ଟାଙ୍ଗି ଗଙ୍ଗାଧରପୁର ରେଳ ଷ୍ଟେସନରେ । ସୂଚନା ମୁତାବକ, ଟାଙ୍ଗି ଥାନା ନଇରୀ ଗାଁର ସୁଶାନ୍ତ ବେହେରା ପବଜି ଖେଳୁ ଖେଳୁ ଟ୍ରେନ୍ ଲାଇନ୍ ଆଗକୁ ଚାଲି ଆସିଥିଲେ ।…

ଆଲୋକ ଦେଖିଲେ ଗାଁର ଲୋକେ

କଳାହାଣ୍ଡି: ଦୀର୍ଘ ଦିନ ପରେ ଅନ୍ଧାରରୁ ମୁକ୍ତି ପାଇଲେ ଖଲିଆପାଲି ଗ୍ରାମ ବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ହେଲେ କେତେକ ଆସାଧୁ ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଲି ଯୋଗୁ ସଠିକ ଭାବରେ ଯୋଜନା…

ପୁରୀ ସେବାୟତଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା

ପୁରୀ: ଏବେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା। ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ନ୍ୟୁ ଇଣ୍ଡିଆ ଆସୁରାନ୍ସ ନିଯୁକ୍ତ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ…

ସ୍ବର୍ଗଦ୍ବାରରେ ଶବଦାହ ନେଇ ଲାଗିଲା କଟକଣା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବଦାହ ନେଇ କଟକଣା ଜାରି କରାଯାଇଛି। ତଦନୁଯାୟୀ ପୁରୀ ବାସିନ୍ଦାଙ୍କ ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଶବଦାହ ଲାଗି ଅନୁମତି ନାହିଁ। ଏହି ନିଷ୍ପତ୍ତି ଏପ୍ରିଲ ୨୬ରୁ କାର୍ଯ୍ୟକାରୀ ହେବ…

ଗାଁରେ ହାତୀ , ଆତଙ୍କିତ ଲୋକେ

ମୟୂରଭଞ୍ଜ :ପୁଣି ମାତିଲେ ହାତୀ । ରାସଗୋବିନ୍ଦପୁର ରେଞ୍ଜରେ ୪୦ ରୁ ଅଧିକ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ଗାଁର ଲୋକମାନେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ କିଛି ଦିନ ଧରି ହାତୀଙ୍କ ତାଣ୍ଡବ ଲାଗିରହିଛି । ୪୦ ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଏବେ…