Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ

ଭୁବନେଶ୍ୱର: କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ ମଙ୍ଗଳବାର ଦିନ ଓଡିଶା ଆସିବ। ଏଥିସହିତ ଆଉ ୯.୮୮ ଡୋଜ ଏପ୍ରିଲ୍ ୨ ସୁଦ୍ଧା ପହଞ୍ଚିବ। ଦୈନିକ ଟିକାକରଣ ୨ ଲକ୍ଷକୁ ବୃଦ୍ଧି କରିବା ଲାଗି ଓଡିଶା ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୨୫ ଲକ୍ଷ ଡୋଜ ଟିକା ମାଗିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ…

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଓଏଏସ ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସୋମବାର ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଅତିରିକ୍ତ ସଚିବ, ଶିଳ୍ପ, ବସନ୍ତ କୁମାର ଦାଶ କୁଆଖାଇ ବ୍ରିଜରେ ପୂଜା ସାମଗ୍ରୀ ପକାଉଥିବା ବେଳେ ଅଚାନକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା…

ସହିଦ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରିଟିଶ ଶାସନରୁ ମୁକ୍ତ କରି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନ କରିବା ଏତେ ସହଜ ନଥିଲା । ସ୍ୱାଧୀନତା ପାଇଁ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି । ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଭାରତ ପାଳନ କରୁଛି ସହିଦ ଦିବସ । ସ୍ୱାଧୀନତା…

ବୁର୍ଲା ଭୀମସାରରେ ରାଗିଂ ଘଟଣାରେ ୧୮ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା

ସମ୍ବଲପୁର: ବୁର୍ଲା ଭୀମସାରରେ ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ୧୮ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା ହୋଇଛି । ଆଣ୍ଟିଂ ରାଗିଂ କମିଟିର ତଦନ୍ତ ଓ ସୁପାରିଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ଏହାସହ…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ପୋଲ ତଳେ ଫିଙ୍ଗିଦେଲେ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ କଲ୍ୟାଣୀ ହାଟୁଆଣୀ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ୪ରୁ ୫ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଯୁବକଙ୍କୁ ପୋଲ ତଳେ ଫିଙ୍ଗି ଦେଇଥିଲେ । ଗୁରୁତର ଯୁବକଙ୍କୁ ପୋଲିସ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍, ୪ଟି ସ୍ଥାନରେ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ୍ୟ ରୋଜଗାର ସେବକ(ଜିଆରଏସ୍)। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ପଞ୍ଚାୟତ ଜିଆରଏସଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀ । ଏକକାଳୀନ ଚାରିଟି…

ଫେରିଛି ମହାମାରୀ ଭୟ: ଆଜି ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଥରେ କଡ଼ ଲେଉଟାଇଛି କରୋନା । ଦୈନିକ ସଂକ୍ରମଣ ବଢୁଛି । ଗତ କିଛି ଦିନ ହେବ ରାଜ୍ୟରେ ଶହେ ଉପରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଆଜି ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି, ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରଣ ହୋଇଛି ବର୍ଷ । ପ୍ରଥମଥର ଲାଗି ବାପୁ ୧୯୨୧ ମସିହା ଆଜିର ଦିନରେ କଟକ ଆସିଥିଲେ । କାଠଯୋଡ଼ି ପଠାରେ ସଭା କରିଥିଲେ । ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ବିଧାନସଭାର…

ରାଷ୍ଟ୍ରପତିଙ୍କୁ ତାଙ୍କ ବାପାଙ୍କ ଦସ୍ତଖତ ଥିବା ତାମ୍ର ଫଳକ ଉପହାର ଦେଲେ କୌଳିକ ପଣ୍ଡା

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତବେଳେ କୌଳିକ ପଣ୍ଡା କିଛି ପୂର୍ବ କଥା ମନେ ପକାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାପା ମଇକୁଲାଲ କୋରି ପୂର୍ବରୁ ପୁରୀ ଆସିଥିଲେ ଓ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହାର ସ୍ମୃତିକୁ କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ଉପହାର ଆକାରରେ…

ବାଣ ତିଆରି ବେଳେ ବିସ୍ଫୋରଣ, ୪ ଗୁରୁତର

ଖୋର୍ଦ୍ଧା : ବେଗୁନିଆ ବ୍ଲକ ବାଘମାରୀ ଥାନା ପଙ୍ଗାରସିଙ୍ଗ ଗାଁରେ ବିସ୍ଫୋରଣ । ବେଆଇନ ଭାବେ ବାଣ ତାରିଖ ଚାଲିଥିବା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ମୋଟ ୪ ଜଣ ଆହତ ଗୁରୁତର ହୋଇଛନ୍ତି । ବିସ୍ଫୋରଣରେ ୨ ବଖରା ଆଜବେଷ୍ଟସ ଘର ଧ୍ବଂସବିଧ୍ବସ୍ତ ହୋଇଯାଇଛି । ଘଟଣାସ୍ଥଳରେ ବାଘମାରୀ…