Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୋ ବସରେ ଯମ ଓ ଚିତ୍ରଗୁପ୍ତ

ଭୁବନେଶ୍ୱର: ରାଜଧାନୀରେ ମୋ ବସରେ ଯାତ୍ରା କଲେ ଯମରାଜ ଓ ଚିତ୍ରଗୁପ୍ତ । ହଠାତ୍ ବସ ଯାତ୍ରୀମାନେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏମାନେ ୩୨ ତମ ସଡକ ସୁରକ୍ଷା ମାସ ପାଳନ ଅବସରରେ ଯାତ୍ରୀମାନଙ୍କୁ ଓ ବସର ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ସଚେତନ କରିବାକୁ ଆସିଥିଲେ ।…

ହତ୍ୟା ପରେ ମୁଣ୍ଡକାଟ ମାମଲା: ଆଜି ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ୍ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ମୁଣ୍ଡକାଟ କରି ଫୋପାଡିବା ଘଟଣାରେ ଆଜି ପୋଲିସ ସିନ୍ ରିକ୍ରିଏଟ ଆରମ୍ଭ ହୋଇଛି। ଦୁଇ ଅଭିଯୁକ୍ତ ସଞ୍ଜୟ ଦାସ ଓ ଚନ୍ଦୁଙ୍କୁ ନେଇ ତାତ୍ରପଡାର ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ କରୁଛି । ଏହିଠାରେ କିପରି ହତ୍ୟାକାରୀ ମୃତ…

ଛତ୍ରପୁରରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

ଛତ୍ରପୁର: ଡିଆରଡିଏ ଛକରେ ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାଁ ସୀତାରାମ ରେଡି। ଘର ଶାନ୍ତିନଗରରେ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାଶୁଝା ଚାଲିଛି ।

ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ର ପାଇଁ ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହାର ଦାବି ତେଜିଲା । ଭୁବନେଶ୍ୱରରୁ ଅସନ୍ତୋଷର ସ୍ୱର ଦିଲ୍ଲୀ ଦରବାର ଯାଏ ତେଜିଛି । ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ ନେତା । ଲୋକସଭାରେ ବିଜେଡି…

ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ମାମଲା ରୁଜୁ ପରେ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍…

ରାଜ୍ୟରେ ୬୦ ତଳକୁ ଖସିଲା ଦୈନିକ କରୋନା କେସ୍, ଅଧା ଓଡ଼ିଶାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫ଟି । ୧୫ ଜିଲ୍ଲାରୁ ଚିହ୍ନଟ…

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ

କୋରାପୁଟ: ଓଡ଼ିଶାର କଡ଼ା ବିରୋଧ ସତ୍ତ୍ୱେ ଶୁଣିଲାନି ଆନ୍ଧ୍ରପ୍ରଦେଶ । କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିଛି ଆନ୍ଧ୍ରପ୍ରଦେଶ । ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଭୋଟିଂ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ । କୋଟିଆରେ…

ଆଜି ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀବିଗ୍ରହ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକଠାରୁ ପାଦ ଯାଏ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ରତ୍ନସିଂହାସନରେ…

ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ୟୁଜର ଆଇଡିରେ ଶ୍ରୀମନ୍ଦିର ଭିତର ଫଟୋ ଛଡ଼ାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ଆଗରେ ଉଠାଯାଇଛି ଏହି ଫଟୋ । ଗତ ଦୁଇ ତାରିଖରେ ଏହି ଫଟୋ…

ରାୟଗଡ଼ା-କୋରାପୁଟ ରାସ୍ତାରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡ଼ା: ଜଳିଗଲା ଯାତ୍ରୀବାହୀ ବସ୍ । ରାୟଗଡ଼ା-କୋରାପୁଟ ରାସ୍ତାର ସିରିକୋଣା ତାରିଣୀ ମନ୍ଦିର ପାଖରେ ଏହି ଅଘଟଣ ଘଟିଛି । ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ଗତକାଲି ରାତି ପାଖାପାଖି ଗୋଟାଏ ବେଳେ…