Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀର ଧୀରେ ରାଜ୍ୟରେ କମୁଛି କରୋନା କାୟା । ଖସୁଛି ଦୈନିକ ପଜିଟିଭି କେସ୍ । ଆକ୍ଟିଭ କେସ୍ କମୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ପୁଣି ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଛନ୍ତି ଆଉ ୯୮୬ ଜଣ । କ୍ୱାରେଣ୍ଟାଇନରୁ ୫୭୨ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ଅଜଣା ଗାଡ଼ି ଧକ୍କାରେ ମାଆ ଓ ପୁଅ ମୃତ, ବାପା ଗୁରୁତର

ବାଲେଶ୍ୱର: ଅଜଣା ଗାଡି ଧକ୍କାରେ ମାଆ ଓ ପୁଅଙ୍କ ମୃତ୍ୟୁ । ବାପା ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଖନ୍ତପଡ଼ା ଅନ୍ତର୍ଗତ ଓଳିଆପାଟଣା ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଛି ।…

ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ତାଙ୍କ ନାଁ ରତ୍ନାକତ ମହାନ୍ତି । ରତ୍ନାକରଙ୍କ ଚହଟାରେ ଥିବା ପୈତୃକ ଘର, ଜାରକାରେ ଥିବା ଭଡ଼ା ଘର, ଚାନ୍ଦପୁରରେ…

ନାସାର ରୋଭର୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୧୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ବଡ଼ ସଫଳତା । ପ୍ରଥମ ଥର ଆନ୍ତର୍ଜାତିକ ପ୍ରତିଯୋଗିତା ‘ନାସା’ ରୋଭର୍‌ ଚାଲେଞ୍ଜ-୨୦୨୧ ପାଇଁ ଭାରତରୁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ଏପ୍ରିଲରେ ଆୟୋଜନ ହେବ ଏହି…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର: ୮ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ୱର ଓ ଢେଙ୍କାନାଳରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଥିଲା । କୋଭିଡ୍ ଗାଇଲାଇନ୍ ଓ କଟକଣା ଭିତରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲା ପର୍ଯ୍ୟଟନ ବିଭାଗ ।…

ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତ ଦେହ; ମୃତ୍ୟୁର କାରଣ ଅସ୍ପଷ୍ଟ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗାଁ ଘୋଡ଼ାହାଡ଼ ନଦୀସ୍ରୋତରୁ ଉଦ୍ଧାର ହୋଇଛି ଜଣେ ନିଖୋଜ ଯୁବକଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ଖଲିଙ୍ଗି ଗାଁର ୩୫ ବାର୍ଷିୟ ଶଙ୍କର ଲେଙ୍କା । ପ୍ରାପ୍ତ ସୂଚନାନୁସାରେ, ମୃତ ଶଙ୍କର ବୁଧବାର ସଂଧ୍ୟା ସମୟରୁ ଘରୁ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ୧୫ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ମ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂରେ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି । ଆଗାମୀ ବିଧାନସଭା…

ଡାକ୍ତରଙ୍କ ବଡ଼ ସଫଳତା; ୬ ଶିଶୁଙ୍କର ସଫଳ ହାର୍ଟ ଅପରେସନ

ଭୁବନେଶ୍ବର: ଓଡ଼ିଶା ଡାକ୍ତରଙ୍କ ଆଉ ଏକ ସଫଳତା। ବିଗତ କିଛିଦିନ ମଧ୍ୟରେ ଜଟିଳ ହୃଦରୋଗ ସମସ୍ୟା ଭୋଗ କରୁଥିବା ୨ ବର୍ଷୀୟ ଶିଶୁ ଅର୍ଣ୍ଣବ ସାମଲ, ୮ ମାସର ଶିଶୁ ଦିବ୍ୟାଂଶୁ ବେହେରା, ୩ ମାସର ଶିଶୁ ଅନୁକୁମାର ସାମଲ ଓ ଶୁଭମ ପାଲ୍‌, ପୁଷ୍ପା ସ୍ବାଇଁ ଓ ମାନସ ଦାସଙ୍କର ହାଇଟେକ୍‌ ମେଡିକାଲ୍‌…

ପରିବେଶ ସୁରକ୍ଷା ପ୍ରୟାସ ନିମନ୍ତେ ସେଲ୍ କୁ ପୁରସ୍କାର

ରାଉରକେଲା: ପରିବେଶ ସୁରକ୍ଷା ପ୍ରୟାସ ନିମନ୍ତେ ସେଲ ରାଉରକେଲା ଇସ୍ପାତ କାରଖାନା ଗ୍ରୋ କେୟାର ଇଣ୍ଡିଆ ସ୍ଵର୍ଣ୍ଣ ପୁରସ୍କାର- ୨୦୨୦ରେ ସମ୍ମାନିତ ହୋଇଛି । ଆସନ୍ତା ଡିସେମ୍ବର ମାସରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବାର୍ଷିକ “ଗ୍ରୋ କେୟାର ଇଣ୍ଡିଆ ଏକ୍ସଲେନ୍ସ ଆୱାର୍ଡସ ୨୦୨୦”…

ରାଜଗାଙ୍ଗପୁର ବ୍ଲକରେ ୱାଡି ପ୍ରକଳ୍ପର ଶୁଭାରମ୍ଭ; ୪୮.୭୫ ଏକର ଜମିରେ କାଜୁ ଚାଷ

ସୁନ୍ଦରଗଡ଼: ରାଜଗାଙ୍ଗପୁର ବ୍ଲକର କୁକୁଡ଼ା ପଞ୍ଚାୟତରେ ବୁଧବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା ଏହାର ଉଦଘାଟନ କରିଛନ୍ତି। ୧୪ ଜଣ ସ୍ଥାନୀୟ ଚାଷୀଙ୍କୁ ନେଇ ୪୮.୭୫ ଏକର ଜମିରେ କାଜୁ ଚାଷ କରାଯାଉଛି। ଏହି ଜମିରେ ଆଧୁନିକ କିସମର…