Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱରେ: ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେଜଲ୍ଟ । ଦିନ ୧୨.୩୦ରେ ପ୍ରକାଶ ପାଇବ ଫଳାଫଳ । ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳା ଓ ତୃତୀୟ ସପ୍ତାହରେ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।…

ଅନୁଗୁଳରେ ପୁଣି ଏଟିଏମ୍ ଲୁଟ୍‌, ୨ଲକ୍ଷରୁ ଅଧିକ ଟଙ୍କା ଚୋରି

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଏଟିଏମ୍ ଲୁଟେରା । ଲଗାତର ଦୁଇ ଦିନରେ ଦୁଇଟି ଏଟିଏମ୍ ଲୁଟ୍ କରିଛନ୍ତି ଲୁଟେରା । ଆଜି ଦ୍ୱିତୀୟ ଦିନରେ ଅମଲାପଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟେରାମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳେ ବ୍ୟାଙ୍କ କର୍ମଚାରୀ…

ରାଜ୍ୟରେ ମନ୍ଦିର ଖୋଲିବା ନେଇ ବିଚାର ଚାଲିଛି

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟଙ୍କ ପକ୍ଷରୁ ଗ୍ରୀନ୍ ସିଗ୍‌ନାଲ ମିଳି ସାରିଛି । ତେବେ ମହାମାରୀ କରୋନା ଭିତରେ ମନ୍ଦିର ଖୋଲିବ ନା ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । କୋଭିଡ ନିୟମ ନେଇ ଆଲୋଚନା ଜାରି ରହିଛି ବୋଲି…

ସୁନ୍ଦରଗଡରେ ୨୩ ଶହ ଡେଇଁଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ

କଟକ: ରାଜ୍ୟରେ ଖୁବ୍‌ଶୀଘ୍ର ଖୋଲିବ ମନ୍ଦିର । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ମିିଳିଛି ଗ୍ରୀନ୍ ସିଗ୍‌ନାଲ । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରେ ମନ୍ଦିର ଖୋଲିପାରିବ  । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି…

ଭିଜିଲାନ୍ସ ଜାଲରେ ଫସିଲେ ଚିଲିକା ଡିଏଫଓ

ଚିଲିକା: ବାଲୁଗାଁ ସ୍ଥିତ ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ ଡିଏଫଓ ଆଲୋକ ରଞ୍ଜନ ହୋତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଡିଏଫଓଙ୍କ ବାଲୁଙ୍ଗା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନେକ ସ୍ଥାନରେ…

ଭାଇରାଲ୍ ଅଡିଓ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ପୋଲିସ ସୋମବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା ଏବଂ ଦୁହେଁ ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।…

ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୮୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ନୟାଗଡରୁ ୩, ଖୋର୍ଦ୍ଧାରୁ ୨, ଗଞ୍ଜାମ ଜିଲ୍ଲାରୁ ୬, ସୁନ୍ଦରଗଡରୁ ୧,…

ଓଡିଶାର ୨୯ ଜିଲ୍ଲାରୁ ନୂଆ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୫୨୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୪୫୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର: ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳଧାରଣାରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେ। ମୃତକ ଜଣଙ୍କ ହେଉଛନ୍ତି ଗୋଷାଣି ନୂଆଗାଁ ଦଶଘରିଆ ସାହିର ସୀମନ ସାହୁ। ସୂଚନା ଅନୁସାରେ, ସୋମବାର ସକାଳୁ ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳ ଧାରଣାରୁ ଜଣେ ଯୁବଙ୍କର ମୃତ ଦେହ ଉଦ୍ଧର…