Latest Odisha News

BREAKING NEWS

Browsing Category

ପୁରୀ

Puri

କରୋନା ଆତଙ୍କ: ‘ସଟ୍‌ଡାଉନ୍‌’ରେ ତିନୋଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ

ଯାଜପୁର/ଭଦ୍ରକ/ପୁରୀ: ତିନିଜଣ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହେବାପରେ ଓଡ଼ିଶାର ୩ଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ସଟ୍‌ଡାଉନ୍ କରାଯାଇଛି । ଗଣମାଧ୍ୟମକୁ ସୂଚନାଦେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ନିଜାମୁଦ୍ଦିନର ତବଲିଘି ଜମ୍ମାତରେ…

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଭୁବନେଶ୍ୱରରୁ ହୋଇଥିବା ବେଳେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ପିଗି ବ୍ୟାଙ୍କ ଦାନକଲେ ପୁରୀର କୁନି ଛାତ୍ର ରୁଦ୍ରମାଧବ

ପୁରୀ: କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟକ୍ତି, ସଂଗଠନ ତଥା କର୍ପୋରେଟ ସଂସ୍ଥାମାନେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ପୁରୀର ଜଣେ ସାତ ବର୍ଷର ଛାତ୍ର କୁମାର ରୁଦ୍ରମାଧବ । ପୁରୀର ମାର୍କଣ୍ଡେଶ୍ୱର ସାହିର କୁମାର ରୁଦ୍ରମାଧବ…

ପୁରୀରେ ରାମନବମୀ ଓ ଜେଉଡ଼ ଭୋଗ 

ପୁରୀ: ରାମନବମୀ ପୁରୀରେ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏଥିନେଇ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇ ଉଠିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା।…

ଜନତା କର୍ଫ୍ୟୁ ପ୍ରଭାବରେ ଶ୍ରୀକ୍ଷେତ୍ର ଜନଶୂନ୍ୟ; ଖାଁ ଖାଁ ପୁରୀ ବଡ଼ଦାଣ୍ଡ

ପୁରୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟାବହ ଭୂତାଣୁ କରୋନା ସଂକ୍ରମଣର ପ୍ରାର୍ଦୁଭାବ ଦ୍ରୁତ ଗତିରେ ବଢି ବଢି ଚାଲିଛି । ଏହି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ର ଆହ୍ୱାନ ଦେଇଥିବା ବେଳେ ଏପଟେ…

ଓଡିଶାରେ କରୋନାଭାଇରସ ସତର୍କତା; ଆଜିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ରାଜ୍ୟରେ କରୋନାଭାଇରସ ଦ୍ୱାରା ସଂକ୍ରମିତ ଦୁଇଟି ମାମଲା ଦେଖାଦେଇଥିବା ବେଳେ ଆଜିଠୁ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କୋଭିଡ-୧୯ରୁ ଦୂରେଇ ରହିବା ତଥା ସତର୍କତା ଅବଲମ୍ବନ କରିବା ଲାଗି ସରକାରଙ୍କ ପକ୍ଷରୁ…

କରୋନା ସତର୍କତା: ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଜାରି ହେଲା ୧୪୪ ଧାରା

କୋଣାର୍କ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳି ରୋକିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଭାବେ କୋଣାର୍କ ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଛି । କୋଣାର୍କର ଭାରପ୍ରାପ୍ତ ଅଧିକାରୀ ଏବଂ ଗୋପ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ କୋଣାର୍କ ବେଳାଭୂମିରେ…

ଓଡିଶାରେ କରୋନା ଭୟ; ପୁରୀ ବେଳାଭୂମିରେ ଏକାଠି ନହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ପୁରୀ: ଓଡିଶାରେ ଜଣେ ବ୍ୟକ୍ତିଙ୍କ କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୋମବାର ଦିନ ପର୍ଯ୍ୟଟକମାନଙ୍କୁ ବାହାରକୁ ନବାହାରିବ ତଥା ହୋଟେଲ ଭିତରେ ରହିବା ଲାଗି…

କରୋନା ସତର୍କତା: ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ପୁରୀ: ପର୍ଯ୍ୟଟନସ୍ଥଳୀରେ କରୋନାଭାଇରସ ସଂକ୍ରମଣର ସତର୍କତା ଉପରେ ଦୃଷ୍ଟି ଦିଆଯାଇଛି । ରବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ବେଳାଭୂମିରେ ଭିଡ ନକରିବାକୁ କହିଛନ୍ତି । ସେ କହିଛନ୍ତି, “ପ୍ରଶାସନ ଜିଲ୍ଲାରେ ଚାଲୁଥିବା ପର୍ଯ୍ୟଟକଙ୍କ ବସ ଉପରେ ପ୍ରତିବନ୍ଧକ ଲଗାଇଦେଇଛି । ବିଶେଷ…

ଦୋଳପୂର୍ଣ୍ଣିମାରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ସୋମବାର ଦୋଳ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ପୁରୀରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଭୋର ୩ଟା ବେଳୁ ଶ୍ରୀମନ୍ଦିର ଖୋଲାଯିବା ପରଠାରୁ ଏହି ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଭକ୍ତଙ୍କ ଆଗ୍ରହ ଏଥିନେଇ ବିଶେଷ ଭାବେ ରହିଥିଲା । ୩୨…