Latest Odisha News

BREAKING NEWS

Browsing Category

ପାଣିପାଗ

୨୧ ଓ ୨୨ ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଏବଂ ଶନିବାର ଅର୍ଥାତ୍‌ ଜାନୁୟାରୀ ୨୧ ଓ ୨୨ରେ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଏବଂ ଗୁରୁବାର ଦିନ…

ରାଜ୍ୟରେ ବଜ୍ରପାତ ଯୋଗୁ ଯାଇଛି ୨୧୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ବାର୍ଷିକ ଜଳବାୟୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ବର୍ଷା ,ଘଡଘଡି ଓ ବିଜୁଳି ଯୋଗୁ ଭାରତରେ ମୋଟ ୧୭୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେଥିରୁ ବିଜୁଳି ଓ ଘଡଘଡି ନେଇଛି ୭୮୭ ଜଣଙ୍କ ଜୀବନ।…

ଆଜିଠୁ ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ବର୍ଷାର ପରିମାଣ କମିବା ପରେ ଆଜିଠୁ ପୁଣି ଶୀତ ବଢିବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିବାର…

ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତ ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । କନ୍ଧମାଳ ଜିଲ୍ଲାରେ ଜାଡ଼ ହାଡ଼ ଭାଙ୍ଗୁଛି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।…

ଶୀତରେ ଥରୁଛି ଦାରିଙ୍ଗିବାଡ଼ି: ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ୍ ରେକର୍ଡ

ଦାରିଙ୍ଗିବାଡ଼ି: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଦକ୍ଷିଣ ଓଡ଼ିଶାରେ ବେଶୀ ଥଣ୍ଡା ଅନୁଭୂତ ହେଉଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଜାଡ଼ ହାଡ଼ ଭାଙ୍ଗୁଛି । ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ…

ହାଡ଼ ଭାଙ୍ଗିଲା ଜାଡ଼, ମରୁଭୂମି ବାଲିରେ ବରଫ ଚାଦର

ରାଜସ୍ଥାନ: ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାରଦ ଖସିବାରେ ଲାଗିଛି । ଉତ୍ତର ଓଡ଼ିଶାରେ ମଧ୍ୟ ଜାରୀ ରହିଛି ହାଡ଼ ଭଙ୍ଗା ଶୀତ । ହାଡ଼ ଭଙ୍ଗା ଶୀତ ଫଳରେ ମରୁଭୂମିରେ ମଧ୍ୟ ପଡ଼ିଛି ବରଫ । ଏପରିକି ରାଜସ୍ଥାନର ବାଲି ଉପରେ ବରଫର ଚାଦର ପଡ଼ିଥିବା ଦେଖିବାକୁ ମିଳିଛି । ଭାରତୀୟ…

ଜାଡ଼ ଭାଙ୍ଗିବ ହାଡ଼: ୪-୫ ଦିନରେ ଆହୁରି ଥରିବ ଓଡ଼ିଶା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟରେ ଥଣ୍ଡା ଲହରି ଆରମ୍ଭ ହୋଇଛି । ଦୁଇ ଚାରି ଦିନରେ ଆହୁରି ଖସିବ ରାତିର ତାପମାତ୍ରା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଆହୁରି ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ଉପକୂଳ ଓଡ଼ିଶାରେ ଆଜି ଓ କାଲି ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳରୁ ବାତ୍ୟା ଭୟ ଟଳିଗଲା । ଜଓ୍ୱାଦ ସ୍ଥଳଭାଗ ଛୁଇଁବା ଆଗରୁ ଦୁର୍ବଳ ହୋଇଗଲା । କିନ୍ତୁ ସାଙ୍ଗରେ ବର୍ଷା ପବନ ନେଇ ଆସିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭାରତୀୟ…

ଅବପାତ ହୋଇ ଆଜି ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ୱାଦ ଅବଶିଷ୍ଟାଂଶ

ଭୁବନେଶ୍ୱର: ସମୁଦ୍ର ଭିତରେ ସାଇକ୍ଲୋନ୍ । ସ୍ଥଳଭାଗ ପାଖରେ ପହଞ୍ଚିଲା ବେଳକୁ ଅବପାତ । ବାତ୍ୟା ଜଓ୍ୱାଦ ଅଧିକରୁ ଅଧିକ ଦୁର୍ବଳ ପଡୁଛି । ଗତକାଲି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ଜଓ୍ୱାଦର ଅବଶିଷ୍ଟାଂଶ ଡିପ୍ରେସନ୍ ହେବ । ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିଲା…

ବାତ୍ୟାକୁ ନେଇ ଆଶ୍ୱସ୍ତିକର ଖବର: ପୁରୀରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ଜଓ୍ୱାଦ୍

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦକୁ ନେଇ ଆସିଲା ବଡ଼ ଆଶ୍ୱସ୍ତିକର ଖବର । ପୁରୀ ଉପକୂଳରେ ପହଞ୍ଚିଲା ବେଳକୁ ଜଓ୍ୱାଦ ଦୁର୍ବଳ ପଡ଼ିଯିବ । ସାଇକ୍ଲୋନିକ୍ ଷ୍ଟର୍ମରୁ (ସାମୁଦ୍ରିକ ଝଡ଼) ଏହା ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।…