Latest Odisha News
Browsing Category

ଗଳ୍ପ

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ   ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା' ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା? ମନ…

ଗଳ୍ପ : ୨୦୫୦ ଏକ ପ୍ରେମ କାହାଣୀ

ସୁପ୍ରିୟା ପ୍ରଶାନ୍ତ “ପ୍ରେମ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଭାବନ।” ରାଧିକା ପୁରୁଣା ଆଲବମଟିଏ ଓଲଟଉ ଓଲଟଉ କହିଲେ,“ସମାଜ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ଏ ଯୁଗାନ୍ତକାରୀ ଉଦ୍ଭାବନର ଆବଶ୍ୟକତା ଥିଲା। ଏ ସଂସାରରେ ସ୍ତ୍ରୀ ମଣିଷ ଆଉ ପୁରୁଷ ମଣିଷ ଭଲା କାହିଁକି ପରସ୍ପର ପାଇଁ ତିଆରି ହେବେ?…

ଗଳ୍ପ : ରଜ

ସୁନୀତା ପ୍ରଧାନ  ସଜବାଜ ଲିପି ଏ ଲିପି । ଉଠ ଆଜି ପରା ଦିନରେ ଏତେ ବେଳ ଯାଏଁ ଶୋଇଛୁ। ଆଜି ପରା ପହିଲି ରଜ।ଯା ଉଠେ, ଫ୍ରେସ ହୋଇ ଏ ନୂଆ ଡ୍ରେସ ପିନ୍ଧି ,ମୁଣ୍ଡ କୁଣ୍ଡେଇ,ମୁହଁରେ ଏ ବିନ୍ଦିଟା ଲଗେଇ ପାଦରେ ଅଳତା ଟିକେ ପିନ୍ଧି ସଜ ହୋଇଯା। ମମି କଥା ଶୁଣି ଚମକି ଉଠି ପଡ଼ିଲା ମମି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଇନ୍ଦ୍ରଧନୁ  ଅପୂର୍ବ ରଙ୍ଗର ଗୋଧୂଳିରେ ସ୍ବପ୍ନ ନେଇ ଫେରୁଥିବା ଗୋଟେ ଡଙ୍ଗାର ଚିତ୍ର ଥିଲା ବିଷୟ ହେଲେ ଆଙ୍କୁ ଆଙ୍କୁ ଥୁଣ୍ଟା ଗଛର ଶୁଖିଲା ଡାଳରେ ଚଢେଇର ବସାଟିଏକୁ ଆଙ୍କିଲି । ଚିତ୍ରର ନାଁ ଦେଲି "ନିମନ୍ତ୍ରଣ" । ଆବଦ୍ଧ ନଈର ଛଟପଟ ମୋ ଧମନୀରେ ବୋଲି ବୋଧେ ତରଳ ଦୁଃଖକୁ ଦୀପରେ ଢାଳି…

ଗଳ୍ପ : ତଥାପି ଅଛି

ରବି ପଣ୍ଡା  ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ…

ଗଳ୍ପ : ବିଶ୍ୱାସର ବ୍ରତ

ସ୍ନେହଲତା ଚୌଧୁରୀ  ଭାଇ ଆଜି ସାବିତ୍ରୀ ବ୍ରତ। ମୁଁ ମେଡିକାଲରେ ଥିଲେ କଣ ହେଲା? ମୁଁ ଆଜି ଏଇଠି ସାବିତ୍ରୀ ବ୍ରତ କରିବି। ତୁ ମୋ ପାଇଁ ସବୁ ଜିନିଷ ଆଣିଦେ। ଭାଇର ଆଖି ଲୁହରେ ଜକେଇ ଆସିଲା, ନୀରବ ହୋଇ ଠିଆ ହୋଇଛି, ତା ପାଖରେ ଭାଷା ନାହିଁ କଣ କହି ଲିନାକୁ ବୁଝାଇବ। ଗତ ଦୁଇ ତିନି…

ଗଳ୍ପ : ତଥାପି ତୁମେ

ପରମେଶ୍ବର ଓଝା    ସକାଳୁ ଗାଧୋଇ ସାରି ଆଇନା ସାମ୍ନାରେ ଛିଡା ହୋଇ ସିନ୍ଥିରେ ସିନ୍ଦୂର ଲଗାଉଛି ତ ଠିକ୍ ଏହି ସମୟରେ  ଗୋଟେ ଅଜଣା ନମ୍ବରରୁ କଲ୍ ଆସିଲା , ପ୍ରାୟତଃ ଅଜଣା ନମ୍ବର ମୁଁ ରିସିଭ କରେନି । ତେଣୁ ତିନି ଥର ପରେ ଚାରିଥର ବେଳକୁ ମୁଁ କଲ୍ ଟି ରିସିଭ କରି ନୀରବ ରହିଲି । କିଛି…

ଗଳ୍ପ : ସଟଡାଉନ ମଟନ୍ କଷା

ପ୍ରଶାନ୍ତ କୁମାର ବେହେରା  ରବିବାର ଦିନ ବାରଟା ସୁଦ୍ଧା ସୁନୀତା ମଟନ୍ କଷାରେ ଆବଶ୍ଯକୀୟ ପାଣି ଢାଳି ଦେଇ ତରତର ହୋଇ ମୋବାଇଲ୍ ଧରି ଡ୍ରଇଙ୍ଗ୍ ରୁମରେ ବସି ପ୍ରଥମ କଲ୍ କଲା । ସେପଟୁ ରିଙ୍ଗ୍ ସାଉଣ୍ତ ଶୁଣି ସଜାଗ ହୋଇଗଲା କ'ଣ ସବୁ କଥାବାର୍ତ୍ତା କରିବ ତା କଲେଜ ବେଳର ସାଙ୍ଗ ସଞ୍ଜୁ ସହିତ…

ଗଳ୍ପ : କରୋନା କାହାଣୀ

ବନ୍ଦିତା ଦାଶ    ଶୀତ ନୂଆନୂଆ ଆସିଥାଏ। ବାଡିବଗିଚାରେ ନାନା ପ୍ରକାରର ଗେଣ୍ଡୁ ଫୁଲ। ସଦ୍ୟକଟାଯାଇଥିବା ଧାନକିଆରୀ । ନାନା କିସମର ପନିପରିବାର ଥାଟରେ ବାଡି ହସୁଥାଏ। ଉଣେଇଶିଶହ ଅଣାନବେର କଥା। ଏମ୍.ଫିଲ୍ କରୁଥାଏ ରେଭେନ୍ସାରେ । ସତ୍ୟଭାମାର ଚିଠିପାଇଲି। ବାହାଘର ଠିକ୍ ହୋଇଯାଇଚି।ମୋତେ ଓ…

ଗଳ୍ପ: ଭୋକ-ମାରୀ

ଲୋପାମୁଦ୍ରା ପରିଡା  ଏଇ ଆମ ଦୋ'ତାଲା ଉପରୁ ରାସ୍ତାକୁ ଦେଖୁଥିଲି । ଚବିଶ ଘଣ୍ଟା ପେଁ ପେଁ ପେଁ କରୁଥିବା ଏ ରାସ୍ତା ଏବେ ଗଦ ଶୁଙ୍ଘେଇଲା ପରି ଅଚେତା ପଡିଥାଏ । ସଟ୍ ଡାଉନ ପରା ।ମଣିଷ ଭୁଲିଗଲାଣି ସଂସାର ଚଳମାନ ବୋଲି । ହଠାତ୍ ଦିଶିଲା ସିଏ । ନୂଆ ଚିଜଟେ ଦେଖିଲା ପରି ଆଖି ଆପେ ଆପେ…