Latest Odisha News

BREAKING NEWS

Browsing Category

କବିତା

କଥା ଏତିକି ମାତ୍ର

କଥା ଏତିକି ମାତ୍ର ମମତା ଦାଶ କେତେ ସହଜରେ ଟ୍ରକ ଡାଲାରେ ଲଦା ହେଇଗଲା ସବୁ ପଦାର୍ଥ, ଅପଦାର୍ଥ ମୋର, ସ୍ମୃତି, ସ୍ମୃତିହୀନତା ମୋର, ଏତେଗୁଡ଼ାଏ ମାସ, ବର୍ଷ, ଦିବସ ମୋର ଏତେଗୁଡ଼ାଏ ଘଟଣା ଅଘଟଣର ଇତିହାସ ବି ସେମାନେ ପହଂଚିବା ବେଳକୁ ମୁଁ ଆଉ ନଥିବି ଘରଟି ବି ଉଭେଇ ଯାଇଥିବ…

ଦେହ

ଦେହ ଭାରତ ମାଝୀ ଇଏ ଜମି, କୋଇଲା ଖଣି, ବକ୍ସାଇଟ୍ ମାଳି ଏପରିକି ମଂଗଳ କି ଚଂଦ୍ରପୃଷ୍ଠ ନୁହେଁ ଯେ କରିନେବ ଅଧିଗ୍ରହଣ, ବାବୁ, ଏଇଟା ଦେହ, ଇଏ ତମ ମାଲିକାନାକୁ କରେନା ପରବାୟ! ସେ ତା'ର ବୁଝିବ ଯମୁନା କୂଳରେ ଭଣଜାକୁ ଦବ ନା ପାଂଚ ଜଣଂକୁ ପାଳି କରି, ମଂତ୍ର ଫୁଂକି…

ଯାତ୍ରା ଦୁଇପାଦ

ଯାତ୍ରା ଦୁଇପାଦ ବିଜୟ ପ୍ରଧାନ ପାଦେ ଆଗେଇଲେ ଦି'ପାଦ ଘୁଞ୍ଚୁଛି ପଛକୁ କେଜାଣି ସମୟ କୁଆଡ଼େ ନଉଛି ଟାଣି, କୂଳ ଜଗିଥିବା ଲୋକର ଆୟୁଷ ବିତେ ଢେଉ ଗଣିଗଣି, ଉପରେ ବିଶାଳ ଆକାଶ ଅନନ୍ତ ସମୁଦ୍ରକୁ ଚାହିଁ ଚାହିଁ ବିଶାଳତା ସାଥେ ଏକାକାର ସିନା କ୍ଷୁଦ୍ରପଣରୁ ନାହିଁ ଯେ ମୁକ୍ତି…

ସଁବାଳୁଆ

ସଁବାଳୁଆ ସୁରେଶ ନାୟକ କି ସାଙ୍ଘାତିକ ଲାଳସା କୀଟର! ଏତେ ସକାଳୁ ଗଛଲଟାରୁ ବାହାରି ଲମ୍ବାଲମ୍ବା ପାହୁଣ୍ଡ ପକାଇ ବାଲକୋନି ରେଲିଂ ଡେଇଁ ଲୁଗାତାର, ତାରରେ ଶୁଖୁଥିବା ଅହଂକାର ଡେଇଁ ଏବେ ଛାତର ଗୋଟିଏ କୋଣରେ ସ୍ଥିର, ଆତ୍ମସ୍ଥ। ସେତେବେଳେ ଆମେ ସବୁ ଅସ୍ଥିର ନିଜନିଜ କାମନା…

ଆତ୍ମଶିକାର

ଆତ୍ମଶିକାର କିଶୋର ପାଣିଗ୍ରାହୀ ଏତେ କୋଳାହଳ ଭିତରେ ଆଉ କୋଉ ଶବ୍ଦଙ୍କର ବାକିରହିଗଲା ଆବାହନ, ଆଗମନ, ପୁନରାଗମନ ଆଚମନ, ପୁନରାଚମନ? ଚତୁର୍ଦିଗରେ ଏତେ ଶବ୍ଦରେ କଣ ଯଥେଷ୍ଟ ହୋଇଲାନାଇଁ ପ୍ରଦୂଷଣ, ନା ପୁଷ୍ଟ ହୋଇପାରିଲା ନାଇଁ କବିତା-କର୍ଷଣ? ଲୋଡ଼ା ନାହିଁ ଆଉ ଏତେ ଶବ୍ଦର…

ଅନାବନା ଗୀତମାଳିକା

ଅନାବନା ଗୀତମାଳିକା ଅମରେନ୍ଦ୍ର ଖଟୁଆ (ବାତରା ଗୋଷ୍ଠୀ (ସଂବଲପୁର ୧୯୭୨-୧୯୭୬) ପାଇଁ ଲିଖିତ କିଛି ଧାଡ଼ି ସଚ୍ଚି ରାଉତରାୟଙ୍କୁ ଖୁବ୍‍ ଭଲଲାଗିଥିଲା । ସବୁ ଗୋଷ୍ଠୀବାଦର ବିରୋଧରେ ଲିଖିତ ଏଇସବୁ ଧାଡ଼ିକୁ କବି ରବି ସିଂ ମଧ୍ୟ ପସନ୍ଦ କରିଥିଲେ ।) ସଚିବାଳୟର ବାବୁ ମୁଂଡ ଭିତରେ…

ଖରା ଓ ନାରୀ

ଖରା ଓ ନାରୀ ଗାୟତ୍ରୀ ଦାସ ହୁଏତ ଏ ଧୂ ଧୂ ଖରାରେ ସେ ନ ଥାଏ ‌ଦେହଟାକୁ କଂକାଳରୁ ଓହ୍ଲାଇ ଦେଇ ‌ସେ ଧରିଥାଏ ଛାଇ ଲେଉଟାଣି ବାଟ ହୁଏତ ସେ ଲେଉଟାଣି ବାଟ ସପାଟ ସମତଳ ଆଡକୁ ଯାଇ ନ ଥାଏ କେବେ କେବେ ପାହାଡ, ମରୁ ପ୍ରାନ୍ତର ଅବା ଧୂସର ଉପତ୍ୟକାଟେ ବାଟ ଓଗାଳେ ହୁଏତ ସେ…

ହାରଜିତ୍

ହାରଜିତ୍ ନବଜ୍ୟୋତି ରାୟ ବାଜିଲାଣି ରଣ ଦୁନ୍ଦୁଭି ସଖୀ ଜାଣିନାହୁଁକି ସତକହ ମହୋତ୍ସବରେ ତୋର ଭାଗ ନାହିଁକି ? କି କହିବି ତୋତେ ସଖୀରେ ବଡ ଗହନ କଥା ବୁଝି ପାରୁନି ମୁଁ କାହିଁକି ମୋର ଘୂରାଏ ମଥା କେଡେ କଠିନ ଏ କରମ ଜାଣି ପାରୁନାହିଁ ଯାହାକୁ ବାଛିବି ସିଏ ଦକ୍ଷିଣ ନା ବାମ…

ପ୍ରୀତି ପରକୀୟା

ପ୍ରୀତି ପରକୀୟା ସୁବ୍ରତ ଜେନା କହି ହେବ ନାଇଁ କାହାକୁ ଭଲପାଇ ଆରମ୍ଭ କଲି ଲେଖା । ସେ ପ୍ରୀତି କଥା କାହିଁକି ପଚାରୁ ? ଏଇନା, ମୁଁ ଇ ତୋର ପ୍ରେମ ଆଉ ତୁ ମୋ କବିତା ! ମଶାଧୂପର ଗଂଧରେ ରାତିକୁ ଘୃଣା କରୁଥିଲାବେଳେ ତୁ ଜହ୍ନ ଆଲୁଅ ହେଇ ପିଚକିଲୁ ମୋ ଖୋଲା ଛାତରେ ଓ…

ବର୍ଷା

ବର୍ଷା ସରିତା ପୃଷ୍ଟି ଟିକେ ରହିଯା, ମୁଁ କାହିଁ କେତେ ଦିନରୁ ତୋ ଅପେକ୍ଷାରେ... ଏତେ ତରବର କାହିଁକି? ମୁଁ ମନଭରି ତୋ ଶୀତଳ ସ୍ପର୍ଶକୁ ଅନୁଭବ କରିନିଏ କିନ୍ତୁ ଏ ବିଜୁଳି? ମୁଁ ଡ଼ରିଯାଉଛି ଏକାମ୍ରରେ ଏ ଏକାକିତ୍ୱ ଭାରି ଅସହ୍ୟ ବିଜୁଳି....ଘଡ଼ଘଡ଼ି ହଠାତ୍ ତୋର ଏ କି…