Latest Odisha News

BREAKING NEWS

Browsing Category

କବିତା

ଅନୁବାଦ କବିତା : ସ୍ମୃତି

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ ଆତ୍ମାର ନିଭୃତରେ ଏକ କ୍ଷୁଦ୍ର ଝରଣାର ଧାରା ମତେ ଛୋଟ କରିଦିଏ। ମୁଁ ପ୍ରାୟ ମୋର ଶକ୍ତି ହରାଇ ବସେ। ଆକାଶ ବି ମତେ ସାହାଯ୍ୟ କରେନି ଏପରିକି ତାରାମାନେ ବି ମତେ ପ୍ରତାରିତ କରନ୍ତି। ମୋ ଉପରେ କେହି ହେଲେ ନାହିଁ ସବୁ ଖାଲି ତଳେ ମୋର ଅତଳ…

କବିତା : ପ୍ରତିଦ୍ୱନ୍ଦୀ

ଦେବାଶିଷ ଦାଶ ମୁଁ ପ୍ରତିଥର ମୋର ଚରମ ବ୍ୟାପକତାକୁ ଛୁଇଁ ପାରିଥିବାର ବିଜୟୋଲ୍ଲାସ ସହ ତୁମଠୁ ହିଁ ଫେରୁଥିବାର ଅନୁଭବ ପ୍ରାୟ ସମସାମୟିକ । ତମେ ମୋର ଚିର ପ୍ରତିଦ୍ୱନ୍ଦୀ, ପଛେଇ ଯିବାର ଭୟରେ ମୋତେ ଆକ୍ରାନ୍ତ କରି ନୟାନ୍ତ କରୁଛ । ତମଠୁ ସ୍ବପ୍ନ ହରିନେଇ ରାତ୍ରୀଚର ହେଲି ,…

କବିତା : ପାଗଳ ଗାରଦ

ମାନସ ରଞ୍ଜନ ମହାପାତ୍ର ଏଠି କେହି ରହୁନାହାନ୍ତି ଏବେ ସାରା କୋଠାରେ ବଖରା ପଡ଼ିଛି ସବୁ ଖାଲି କିଛି ପ୍ରଚାରପତ୍ର, କିଛି ମୁଖା କିଛି ବୋମା, କିଛି ଭାଷଣ ଫୁଲ, ନଈ, ଆକାଶ, ମେଘ-କିଛି କଙ୍କାଳ ଚିତ୍ର ବିଚିତ୍ର ଚିତ୍ର ଚରିତ୍ର ତତଲା ପବନ, କେତେ ଡହଳ ବିକଳ ସବୁ ଦିନ ! ଆସିବ?…

କବିତା : କବି ପ୍ରସନ୍ନ କୁମାର ମିଶ୍ରଙ୍କ ଉନ୍ମୋଚିତ ତୈଳଚିତ୍ର

ଆଶିଷ ମହାପାତ୍ର ରେଳ ଷ୍ଟେସନରୁ ବାହାରିଲି ତ ପିଠିରେ ଲଦାଥିଲା ମାର୍ଚ୍ଚର ଖରା ଭିତରୁ ବାଜୁଥିଲା ମଧ୍ୟାନ୍ତର ଭୋକର ବିଗୁଲ୍ କଲେଜ ଛକରେ ଆସିଲା ମନୋଜର ଫୋନ୍ । ଅଣଓଡ଼ିଆ ଇଂଜିନିୟରିଂ ଛାତ୍ର ସେ ଏକାକୀ ରହେ ଉପର ମହଲାରେ ହିନ୍ଦୀରେ କହୁଥିଲା ଅଙ୍କଲ୍ ଚାଳିଶ ଥର ଓ୍ବାସରୁମ୍…

ଅନୁବାଦ କବିତା : ଚିଲ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ରାସ୍ତାରେ ଯାଉ ଯାଉ ହଠାତ ଦେଖିଲି ଫୁଟପାଥରେ ଏକ ମରି ପଡ଼ିଥିବା ଚିଲ। ଚମକି ପଡ଼ିଲି ତାର କରୁଣ ଓ ବିଭତ୍ସ ଚେହେରା ଦେଖି ଅନେକ ଉଚ୍ଚରୁ ସେ ଏଇ ଧରାକୁ ଦେଖିଛି ଲୁଣ୍ଠନର ଏକ ଅବାଧ୍ୟ ଉପନିବେଶ ରୂପେ, ତା'ର ଲୋଲୁପ ଦୃଷ୍ଟିରେ…

କବିତା : କର୍ତ୍ତବ୍ୟ

ମିନାକ୍ଷୀ ଦ୍ବିବେଦୀ  ସମସ୍ତେ ଆସନ୍ତି ଯାଆନ୍ତି ସେ(ମାଟି) କିନ୍ତୁ ମୁହଁ ପାତି ପଡ଼ି ରହିଛି କୁଆଡେ ଯିବାର ନଥାଏ, ନା ସ୍ବର୍ଗକୁ ନା ନର୍କକୁ, ନା ମନ୍ଦିରକୁ ନା ମସଜିଦକୁ, ସମସ୍ତେ ଟାଣି ହୋଇ ଆସନ୍ତି ଶେଷ ସମୟରେ। ଭଲପାଏ ସେ ସୂର୍ଯ୍ୟକୁ ତାର ଉଷ୍ଣ କିରଣକୁ, ଭଲପାଏ ଜହ୍ନକୁ ତାର…

କବିତା : ମହମବତୀ

ଗଦାଧର ସାହୁ ଜଳୁଛି ସେ କେଉଁ କାଳୁ ଜଳୁଥିବ ଆହୁରି, ଅନ୍ଧକାର ସରେ ନାହିଁ କେତେ ଅଛି ଜାଣେନି । କାହାର କେତେ ଆୟୁଷ କିଏ ଅବା କଳିବ, ଜଳି ଜଳି ଲିଭିଯିବ ଏ ଜୀବନ ପ୍ରଦୀପ ବ୍ରହ୍ମଗିରି,  ପୁରୀ

କବିତା : ଦିନିକିଆ ପଖାଳ

ଶ୍ରୀମାନ ସର୍ବଗିଳା  ଯେବେଠାରୁ ଯୁଗ ଆଗେଇଲା ଓଡ଼ିଆଙ୍କ ପଖାଳ କଂସା ପ୍ରମୋସନ ପାଇ ଢ଼ାବା, ଷ୍ଟାର ହୋଟେଲରେ ପଶିଲା ଏବେ ବରଷକେ ଏଇ ଦିନ ଆସୁଛି ଚାର୍ଟ ଚାଉମିନ ହଟ ପିଜାଖିଆ ପାଟି ପଖାଳ କଂସାକୁ ଖୋଜୁଛି ଚୁନା ମାଛ ବଡି ଚୁରାକୁ ଶାଗ ଭଜା ଘରଣୀ ଭାଜୁଛି ଯେବେ ଏଇ ପଖାଳ ଦିବସ…

କୁଳାଙ୍ଗାର ଉବାଚ : ହୋଲି ବୋଲି

ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା, ବୋଳିବା, ଢାଳିବା ଓ ଢଳିବା ତ ବାହାନା କେବଳ; ଏଇଦିନରେ ଅନେକ ରଙ୍ଗ ଖେଳିବା ବାହାନାରେ ଅନେକଙ୍କ ଅନେକ ସ୍ଥାନକୁ ସ୍ପର୍ଶ କରିବାକୁ ବିକଳ! ଦଳେ ଅତିଭଦ୍ର ଥାଆନ୍ତି ଯିଏ ରଙ୍ଗ ଦେଖିଲେ ଫଁ ଫଁ ହୁଅନ୍ତି, ଯାଣନ୍ତିନି କଣ ରଙ୍ଗ ଖେଳର ଖୁସି;…

କବିତା : ହୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଗତ ଦୁଇବର୍ଷ ଫିକା ହେଲା ହୋଲି କରୋନା ବ୍ୟାପିଲା ବୋଲି, ଅବିର ଦେହରେ ବୋଳି ପାରିଲିନି ସଂକ୍ରମିତ ହେବ ବୋଲି । କରୋନା ରାକ୍ଷସ ଛାଡି ତ ଗଲାନି ଛୁଇଁବାକୁ ହେଲା ମନା, ସବୁ ଆଶା ମୋର ମିଳେଇ ତ ଗଲା ମନ ହୋଇଗଲା ଚୁନା । ଏସନ ହୋଲିରେ ଫଗୁ ଅବିରରେ…