Latest Odisha News

BREAKING NEWS

Browsing Category

ସାହିତ୍ୟ

ସମାଲୋଚନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ସଦାସର୍ବଦା ପାପ ଓ ପୁଣ୍ୟର ଧାରଣା ନିର୍ଦ୍ଧାରିତ । ଆମେ କିଛି ପରୋପକାର କରି ପକାଇଲେ ନିଜକୁ ଭାଗ୍ୟବାନ ମଣୁ । ଯଦି ଅମଙ୍ଗଳ ହେଲା ଭଳି କିଛି କର୍ମ କରୁ ତାକୁ ପାପ କହୁ । ମାତ୍ର ସ୍ଥୂଳ ଦୃଷ୍ଟିରେ ଯାହା ପାପ କି ପୁଣ୍ୟ, ସୂକ୍ଷ୍ମ…

ଅନୁବାଦ କବିତା : କବିତାକୁ

ମୂଳ ବଙ୍ଗଲା : ଶ୍ଯାମସୁର ରାହମାନ କେତେବେଳେ ଯେ ତୁମେ ଆସ ପାଖକୁ ଆସି ନିରୋଳାରେ ବସ ଗଭୀର ଦୃଷ୍ଟିରେ ଚାହଁ, ଗୁଣୁ ଗୁଣୁ କର, ବ୍ୟାକରଣକୁ ଦୂରେଇ ଦେଇ ଗୀତ ଗାଇଯାଅ, ହଠାତ୍ ପୁଣି ହାୱାରେ ମିଳେଇ ଯାଅ ଜାଣିପାରେ ନାହିଁ। ଭୋର୍ ସକାଳରେ ଝରକା ପାଖକୁ ଯାଇ ଜନହୀନ ଗଳିର ରୂପରେ…

ଭାଷା ଭାଗବତ : ଶବ୍ଦାମୃତ ପାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାରଦ ପରି ମନ ଯାର ତାହାକୁ କଲେ ବି ପ୍ରହାର ତାହାର ହୁଏନାହିଁ କ୍ଷତି ବଦଳିପାରେ ସେହି ବ୍ୟକ୍ତି ମନର ସ୍ଥିତିସ୍ଥାପକତା ଯୋଗାଏ ତାକୁ ନିରାପତ୍ତା ଅକ୍ଷୁଣ୍ଣ ରହେ ତା'ର ସତ୍ତା ପାଏନି କେବେ ମନୋବ୍ୟଥା…

ପରଲୋକରେ ସାହିତ୍ୟିକା ଗୀତା ହୋତା

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଗୀତା ହୋତାଙ୍କର ପରଲୋକ ଘଟିଛି। ତାଙ୍କର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।…

ପତିଙ୍କ ସହ ଯତିପାତ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ହେ ସତ୍ୟବାନ ! ମୋ କଥା ଟିକେ ମନଦେଇ ଶୁଣ । ବହି ମାଗାଜିନଠୁ ସୋସିଆଲ ମିଡ଼ିଆରେ ଯାହାସବୁ ଆମ ନାଁ ରେ ଲେଖୁଛ.. ଚାରିଆଡେ ଗପୁଛ, ସେସବୁ ପଢି ଶୁଣି ଆମ ଛାତି ଫାଟି ଯାଆନ୍ତାଣି । ନଫାଟି ରହିଛି ଏଇଥିପାଇଁ ଯେ, ତମରି ଫଟ ମୂରତିକି ଆମେ ଛାତି ଭିତରେ…

କବିତା : ମୁଠାଏ ମାଟି

ମଞ୍ଜୁ ରାଣୀ ବେହେରା ସେମାନେ ଅନେକ ପ୍ରଶ୍ନ କରନ୍ତି କ୍ୟାମେରା ଧରି ବୁମ୍ ଧରି କଲମଟେ ଧରି। ମାଳ ମାଳ ଦିଗହରା ପକ୍ଷୀ ପରି ଆହାର ସନ୍ଧାନେ ମେଞ୍ଚାଏ ଖୁଦ ଖେମ୍ପିବା ପାଇଁ ମୋ ଦୁଆରେ ମାଡ଼ି ବସନ୍ତି। ଧାନ ଅମଳ, ଆର୍ଥିକ ସାହାଯ୍ୟ ଭଲ ବିହନ, ଏ ସବୁକୁ ନେଇ ଢେର୍ ଯୁକ୍ତି…

ଭାଷା ଭାଗବତ : କୃତଜ୍ଞତା ସ୍ବୀକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୃତଜ୍ଞତାର ନାହିଁ ସୀମା ପ୍ରକାଶ କଲେ ମିଳେ କ୍ଷମା ମନରେ ରହେ ସୁଖ, ଶାଂତି ଉଭେଇଯାଏ ଭୟ, ଭ୍ରାଂତି କୃତଜ୍ଞ ରହିବା ସ୍ବଭାବ ଘୁଂଚାଏ ଅନେକ ଅଭାବ ସମାଜେ ବଢ଼ାଏ ସଦ୍‌ଭାବ ଲୋକେ କରଂତି ଅନୁଭବ ଏହି ନିର୍ଦିଷ୍ଟ ଭଲ…

ପୁସ୍ତକ ପରିଚୟ : କବିତା ଭଳି ଶବ୍ଦ ମେଘରେ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  କବିତା ଭଳି ଶବ୍ଦ ମେଘରେ କବି :ଶ୍ରୀ ମାନସ ରଞନ ମହାପାତ୍ର ପ୍ରକାଶକ : ଦକ୍ଷ ବୁକ୍ସ ପ୍ରଥମ ପ୍ରକାଶ : ୨୦୨୧ ପୃଷ୍ଠା ସଂଖ୍ୟା : ୧୨୪ ମୂଲ୍ୟ : ୧୪୦ ଟଙ୍କା ମାତ୍ର ବରିଷ୍ଠ କବି ତଥା ନେସନାଲ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ପୂର୍ବତନ ଓଡ଼ିଆ…

ସ୍ୱଳ୍ପ ଗଳ୍ପ : ଆବୁତିଓର ଫାରୋହ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୫ ଆବୁତିଓର ଫାରୋହ ଆବୁତିଓର ଫାରୋହ ଅଜ୍ଞାତ । ଆବୁତିଓ ଅର୍ଥାତ୍ ଇଂରେଜୀରେ ଯାହାର ବନାନ ହେବ Abuwtiyuw,ସେ ହେଉଛି ଗୋଟିଏ ଇତିହାସ ପ୍ରସିଦ୍ଧ ନାମ। ଏଇ ନାଆଟିକୁ ଶେଷ ଯାଏଁ ଗୋପନ କରିବାର ଆଗ୍ରହ ରହିଥିଲେ ବି ପ୍ରଥମରୁ…

ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର : ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବର ସପ୍ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ବିଶିଷ୍ଟ ଲେଖକ ତଥା ପ୍ରକାଶକ ଡାଭିଡ଼୍ ଦାବିଦାର ଏବଂ ସତ୍ୟ ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ ।…