Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୫  ଆରାଧ୍ୟା କପାଳରେ ବିନ୍ଦୁ ବିନ୍ଦୁ ଝାଳ । କୁମାର ଅନେକ ବେଳୁ ଲକ୍ଷ୍ୟ କରୁଛି, ତାଙ୍କ ଅବାନ୍ତର ପ୍ରଶ୍ନ, ଆଉ ତାଙ୍କ ଅସ୍ଥିରତା । ମ୍ୟାଡ଼ମ୍ ଆଜି ଠିକ୍ ନାହାନ୍ତି ବୋଧହୁଏ । ଏସି ତ ପୁରା ଚିଲ୍ଡ ଅଛି ।…

ବିଦ୍ୟାଳୟ ବ୍ୟବସ୍ଥାର ପୁନଃ-ଆରମ୍ଭ ଏବଂ ସମ୍ଭାବିତ ସମସ୍ୟା

ପ୍ରଫୁଲ୍ଲ ସାମଲ  ଫେବୃଆରୀ ପ୍ରାରମ୍ଭରେ, ଅନେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିଗୁଡିକରେ କୋଭିଡ-୧୯ ପଜିଟିଭିଟି ହାରରେ ସନ୍ତୋଷଜନକ ପରିସ୍ଥିତି ହେବା ସହିତସକ୍ରିୟ ମାମଲାରେ ହ୍ରାସ, ବୟସ୍କମାନଙ୍କ ମଧ୍ୟରେ ସକ୍ରିୟ ପ୍ରତିରୋଧକତା ବୃଦ୍ଧି ଏବଂ ଓମିକ୍ରନ୍ଭାରିଆଣ୍ଟରେ…

ବ୍ୟଙ୍ଗ : ଗପି ଗପି ଗାଳ୍ପିକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ମୋର ବହୁ ଗୁଡିଏ ଭଲ ଅଭ୍ୟାସ ଭିତରୁ ଗୋଟିଏ ହେଲା ମୁଁ ଯେତେବେଳେ କହିବା ଆରମ୍ଭ କରେ ମୋତେ ଲାଗେ ଏକ ବିଶାଳ ଜନସମୁଦ୍ରକୁ ଏଇଟା ମୋ ଜୀବନର ଶେଷ ଭାଷଣ । ବାସ୍ କହି ଚାଲିଥାଏ । କିଛି ଜ୍ଞାନୀ ଲୋକଙ୍କ ମତ ହେଲା , ମୁଁ କହିଲାବେଳେ କାଳେ କମା…

କବିତା : ବସନ୍ତ ଆଗମନେ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଶିଶିରସ୍ନାତା ନିସ୍ତବ୍‌ଧ ଶୀତରାତି ଦୂର ଦିଗ୍ ବଳୟରେ ନିଜର ଠିକଣା ହଜେଇ ନିଜର ଲେଉଟାଣି ଉଦଘୋଷଣା କଲାପରେ, ତମେ ଚାଲିଆସ ମୃଦୁମନ୍ଦ ପଦପାଦରେ ଭରିଦେଇ ତନୁମନେ ଅପୂର୍ବ ପୁଲକରେ । ସାନିଧ୍ୟର ବ୍ୟାକୁଳତାରେ ମଗ୍ନ ମଧୁମକ୍ଷିକା ଝୁରୁଥାଏ ସମୀରଣ,…

ଭାଷା ଭାଗବତ : ଶିଶୁର ଭାଷା ଶିକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୨ ଶିଶୁ ଯାହା ବି ଶୁଣେ କାନେ ସବୁ ସାଇତି ରଖେ ମନେ ପାଟିରେ କହେ ଶବ୍ଦମାନ ଆପେ ବଢ଼ାଏ ଭାଷାଜ୍ଞାନ ଏପରି ଶିକ୍ଷା ସ୍ବାଭାବିକ ବୁଝଂତି ଅପାଠୁଆ ଲୋକ ଅଥଚ ସୁଜ୍ଞାନୀ ପଂଡିତ ସର୍ବଦା ଶିଖାଂତି ସଂସ୍କୃତ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ଦ୍ଵିତୀୟ ଭାଗ’ 'ଆଧୁନିକ' ସହ ଯୋଡ଼ି ହୋଇ ରହିଛି 'ନୂତନତା'। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏ କ୍ରମରେ ଭାଷା ସାହିତ୍ୟର କ୍ଷେତ୍ରରେ ଆଧୁନିକତାର ପରମ୍ପରାଟିଏ ଗଢ଼ିଉଠେ। ଏ ଦୃଷ୍ଟିରୁ ଇଂରାଜୀ କାବ୍ୟ କବିତାର ସେକସପିୟର , ମିଲଟନ,…

ପୁସ୍ତକ ପରିଚୟ : ଶ୍ଯାମଳୀ ଦାସ

ଶ୍ଯାମଳୀ ଦାସ ଗାଳ୍ପିକ : କୃଷ୍ଣ କୁମାର ମହାନ୍ତି ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ କଟକ ପୃଷ୍ଠା : ୧୨୦ ମୂଲ୍ୟ : ୯୮ ଗାଳ୍ପିକ କୃଷ୍ଣ କୁମାର ମହାନ୍ତିଙ୍କ ଗଳ୍ପ ବସ୍ତୁ ଜଗତ ଅପେକ୍ଷା ଭାବ ଜଗତକୁ ହିଁ ପ୍ରତୀକିତ କରିଥାଏ ।ତାଙ୍କ କଳ୍ପନାର ଐଶ୍ବର୍ଯ୍ଯ ହେଉଛି ଭାବ , ପ୍ରେମ ଓ…

ସ୍ୱଳ୍ପ ଗଳ୍ପ : ସୁନ୍ଦରର ତୃପ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୦ ସୁନ୍ଦରତା ବା ସୁନ୍ଦରପଣ ଉପରେ ଯାହା ଲେଖାହେବ ତାହା ଯେ ସୁନ୍ଦର ହେବ ସେକଥା ଆଦୌ ନୁହଁ । ତଥାପି ଆମେ ସଭ୍ୟ ସାଧାରଣ ମଣିଷ ଯାହା କରିବାକୁ ଚାହୁଁ ତାହାକୁ ସବୁବେଳେ ଆମର ସାମର୍ଥ୍ୟ ଅନୁସାରେ ସୁନ୍ଦର ଆକାର ଉପସ୍ଥାପନା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୪ ମିଟ୍ ମାଇ ୱାଇଫ୍‌..ଆରାଧ୍ୟା । ‘ୱାଓ! ସୋ ବିଉଟିଫୁଲ୍ । ରିଏଲି ୟୁ ଆର ଲକି ମିଷ୍ଟର ବୈଭବ ।’ ଆରାଧ୍ୟା ଅତିଥିଙ୍କ ସହ ହାତ ମିଳେଇ ଓ ମିଛ ସ୍ମାଇଲିଙ୍ଗ୍ ଫେସ୍ କରି କରି ଥକି ପଡୁଥିଲା । ବୈଭବ କିଛି…

କବିତା : ଜାଗର

ସୋନୀ ମହାନ୍ତି  ଗୟଶ ଦୁଦୁରା ମଣ୍ଡିତ ଶରୀର ଜଟାରୁ ଗଙ୍ଗାର ଧାର, ବ୍ୟାଘ୍ର ଚର୍ମ ତୁମ ଦେହରେ ଶୋଭିତ ଗଳାରେ ସର୍ପର ହାର।। ବାମ ଅଙ୍ଗେ ଶୋଭା ମାତା ଜଗଦମ୍ବା ହେ ପ୍ରଭୁ ତ୍ରିଶୂଳଧର, ବେଲ ପତ୍ର ତୁମ ମସ୍ତକେ ଶୋଭିତ ତୁମେ ତ ଭୋଳାଶଙ୍କର।। ବକ୍ଷରେ ତୁମର ରୁଦ୍ରାକ୍ଷର ମାଳ…