Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ହେ ମହାତ୍ମା

ଶୁଭ୍ରାଂଶୁ ଶେଖର ମାହୁନ୍ତ  ପିତା କରମଚାନ୍ଦଙ୍କ ଔରସରୁ ଜନ୍ମିଲ ମୋହନ ଦାସ , ମାତା ପୁତୁଳିବାଈଙ୍କର ଓଠରେ ହରଷେ ଖେଳିଲା ହସ । ଅକ୍ଟୋବର ଦୁଇ ତୁମ ଜନ୍ମଦିନ ସ୍ଥାନ ଯେ ପୋର୍ ବନ୍ଦର , ବଡ ହୋଇ ତୁମେ ଯଶ ରଖିଗଲ ଭାରତ ମାଟି ମାଆର । ଫିରିଙ୍ଗି ଶାସକ ଅଧିନରେ ଆମେ ହୋଇଥିଲୁ…

ଅନୁବାଦ ଗଳ୍ପ : ପେଶାୱର ଏକ୍ସପ୍ରେସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୨ ମୂଳ ଉର୍ଦ୍ଦୁ : କୃଷନ୍‍ ଚନ୍ଦର ପେଶାୱର ରେଳଷ୍ଟେସନ ଛାଡ଼ିଲା ପରେ ମୁଁ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକେଇଲି । ମୋର ସବୁ ଡବାରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଥିଲେ । ସେମାନଙ୍କ ଭିତରୁ ପ୍ରାୟ ହିନ୍ଦୁ । ସେମାନେ ସବୁ ପେଶାୱର, ହୋତି…

ସବୁବର୍ଗର ଲୋକଙ୍କ ସହ ଗାନ୍ଧିଜୀଙ୍କର ଅନ୍ତରଙ୍ଗ ସମ୍ପର୍କ ରହିଥିଲା

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାରର ୫୯ ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ 'ଅନ୍ତରଙ୍ଗ ଅନୁଭୂତିରେ ଗାନ୍ଧୀ' ଶୀର୍ଷକରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଆଲୋଚକ ଭାବରେ ସଂଗ୍ରାମ…

କୁଳାଙ୍ଗାର ଉବାଚ : ପାଞ୍ଚଟି ପଞ୍ଚାୟତ ନିର୍ବାଚନ ବ୍ୟଙ୍ଗ

(୧) ଆରଥର ଅର୍ଦ୍ଧାଙ୍ଗୀନି ଏଥରକ ନିଜେ ଯେବେ ଜିତନ୍ତି; ତାହାକୁ ଅସଲରେ ସର୍ବାଙ୍ଗୀନ ବିକାଶ ବୋଲି କହନ୍ତି! (୨) ଆରଥର ମାଛ ଚିହ୍ନ ପାଇ ମାଛ ବାଣ୍ଟି ଜିତିଥିଲେ ; ତା ପୂର୍ବଥର ଛତା ବାଣ୍ଟିବାରୁ ଲୋକେ ସେ ଚିହ୍ନରେ ଭୋଟଦେଲେ! ହେଲେ ଏଥରକ ଭାଗରେ ପଡିଛି ସୂର୍ଯ୍ୟ ଚିହ୍ନ;…

ଭାଷା ଭାଗବତ : ଅନେକାର୍ଥକ ‘ ସ୍ବ ‘ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୦ ଯେତେଟା ଭାଷା ଅଛିଁ ଜାଣି ସ୍ବଭାଷା ଭାବି, ଥାଏଁ ଗଣି ଯେତେଟା ସ୍ଥାନରେ ରହିଛିଁ ସ୍ବସ୍ଥାନ ବୋଲି ହିଁ କହିଛିଁ ଯେତେଟା ଘର ମୋର ଅଛି ପ୍ରତିଟି ସ୍ବଗୃହ ବୋଲୁଛିଁ ସ୍ବଗ୍ରାମ ସ୍ବଭୂମି ସ୍ବଦେଶ ଭାବିଲେ…

କବିତା : ନୂତନ ଆଶା

ଶୈଳବାଳା ରାମ  ଶୋଇଛିକି କେହି ଭଙ୍ଗା କୁଡିଆରେ ଫୁଙ୍ଗୁଳା ପଉଷ ପକ୍ଷେ କୋରଡିଆ ଆଖି କେଇଖଣ୍ଡି କାଠି ବକ୍କଳ ବିହୀନ ବକ୍ଷେ । କା' ମଥାନ ଛୁଇଁ ଫେରିନି କେବେଠୁ ଚହଲା ଚଇତି ବାଆ ଅରପିଦେ ଅର୍ଥ ଅମୃତ ଆୟୁଷେ ଆଜନ୍ମ ମହାର୍ଘ୍ୟ ମୋକ୍ଷେ ।। ବାଣ୍ଟିଦେ ଚେନାଏ ସୁଖ ସନ୍ତକକୁ ଚିବୁକେ…

ଭାଷା ଭାଗବତ : ଗଦ୍ୟ, ପଦ୍ୟ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୯  ଭାଷାରେ ଗଦ୍ୟ, ପଦ୍ୟ ଭେଦ କରିଲେ କିପରି ପ୍ରମାଦ ସ୍ବଭାବେ ଘଟି ଯାଇପାରେ ଲକ୍ଷ୍ୟ କରିବା ଏବେ ଥରେ ୧. ମାଠିଆ ଗୋଟିଏ ଷାଠିଏ ଟଂକା ଗାଆଁର ହାଟରେ ହେଉଛି ବିକା ୨. ଗୋଟିଏ ମାଠିଆ ଷାଠିଏ ଟଂକା ହେଉଛି…

ପ୍ରଥମ ବିମାନ ଯାତ୍ରା

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ ……  "ତମ ପରି ଭୋଲି ଭାଲି ଝିଅ ଫାଙ୍କଫର୍ଟ ପରି ଏତେ ବଡ଼ ଏୟାର ପୋର୍ଟରେ ହଜି ଯିବନି ତ '? " ଫୋରେକ୍ସ କାର୍ଡ ଓ ହାତଖର୍ଚ୍ଚ ପାଇଁ କିଛି ୟୁରୋ ବଢ଼ାଇ ଦେଲା ବେଳେ ହିନ୍ଦୀରେ ରିସେପସନିଷ୍ଟ ବିଦ୍ୟା କହିଲା l ବିଦ୍ୟା କେରଳି ତେଣୁ ସେ ଏତେ ଭଲ ନ…

ଧାରାବାହିକ ଉପନ୍ୟାସ : ଦେବୀ (୫୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫୦ ଆଠ ଦିନ ପରେ ଦେବ ଭାଇ ଗାଆଁ କୁ ଫେରି ସେ ଟେଷ୍ଟ ପରୀକ୍ଷାରେ ଭଲ କରିଛି ଜାଣି ଖୁବ୍ ଖୁସି ହେଲେ। ସେ ଏତେ ଖୁସି ହେବା କେବେ ଦେଖିନଥିଲା ଦେବୀ। ସେ ଆହୁରି ଆଶ୍ଚର୍ଯ୍ୟ ହେଲା ଯେତେବେଳେ ଦେବ ଭାଇ କହିଲେ - ତୁ ଯଦି ଏମିତି ମାର୍କ…

ଅନୁବାଦ କବିତା : ପ୍ରେମିକ

ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ  ତୁମେ ଦିନେ ମେଘକୁ ଡାକିବା ପାଇଁ ମୋତେ ଯେଉଁ ବହିଟି ଦେଇଥିଲ ଆଜି ଖୋଲି ଦେଖିଲା ବେଳକୁ ତା ମଝିରେ ଆଣ୍ଠୁଏ ପାଣି, ପର ପୃଷ୍ଠା ଖୋଲି ଦେଖିଲି ସେ ଏକ ନଦୀର ଅଂଶ ପାଲଟି ଦୂରକୁ ଯାଉଛି ବହି ଅଙ୍କା ବଙ୍କା ହୋଇ। ମୋତେ ଗଛଲତା ଭରା ଯେଉଁ ବହିଟା…