Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୮ ନାରୀର ଜୀବନ ଏକ ଜୈବିକ ପରୀକ୍ଷାଗାର। ତା' ଦେହ ଓ ମନ ଏକଏକ ପରୀକ୍ଷଣ ସାମଗ୍ରୀ। ପ୍ରଥମେ ପ୍ରେମିକ ଆସି ସ୍ବପ୍ନ ଆଉ କଳ୍ପନା ମିଶେଇ ତିଆରି କରେ ଗୋଲାପୀ ସଂଭାବନା। ତାର ଆୟୁଷ ସ୍ୱଳ୍ପ ହେଲେ ହେଁ ସେଇଠୁ ନାରୀ ଶିଖେ ହସ ଆଉ ଲୁହର…

ଧାରାବାହିକ ଉପନ୍ୟାସ : ଦେବୀ (୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୭ ଯେଉଁ ରାସ୍ତାରେ ଦିନେ ଫୁଟିଥିଲା ଫୁଲ, ସେଇ ରାସ୍ତା ବି ଦିନେ କହିଥିଲା , ଅନ୍ୟ ରାସ୍ତା ଦେଖ ଦେବ ! ସାରା ଜୀବନ ଅନ୍ୟ ରାସ୍ତା ଖୋଜି ଖୋଜି ନୟାନ୍ତ ହୋଇ ବି ଦେବ ସଠିକ ରାସ୍ତା ପାଇଲା ନାହିଁ। ଜୀବନ ତା' ବାଟରେ ଗଲା। ଦୁଃଖ -…

ବ୍ୟଙ୍ଗ : ମହାବାତ୍ୟା

ଆଜି ଏମିତି ବୁଲୁ ବୁଲୁ ଜଣେ ଭଦ୍ରବ୍ୟକ୍ତିଙ୍କ ସହ ଦେଖା ହେଲା । ଖାଲି ଦେଖା ତ ହେଲାନି ଭଦ୍ରବ୍ୟକ୍ତିଙ୍କ ଆଚରଣ ଆମ ମନ ଚଇତନକୁ ଟାଣି ନେଲା । ଭଦ୍ରବ୍ୟକ୍ତି ଜଣଙ୍କ ନିଜ ମୋବାଇଲ ସ୍କ୍ରିନକୁ ଖୋଲି ଜଣେ ମହିଳାଙ୍କ ଫୋଟ ବାରମ୍ବାର ଦେଖୁଥାନ୍ତି । କୌତୂହଳରେ ପଚାରିଲି ,"ସାର୍ ଏ କ'ଣ ଆପଣଙ୍କ…

ଧାରାବାହିକ ଉପନ୍ୟାସ : ଦେବୀ (୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬ ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ…

ପୁସ୍ତକ ପରିଚୟ : ଲଣ୍ଠନ

ଲଣ୍ଠନ ଗାଳ୍ପିକ : ଦିଲ୍ଲୀପ ବେହେରା ପ୍ରକାଶକ : ପଶ୍ଚିମା ପବ୍ଲିକେଶନସ ନୟାପଲ୍ଲୀ , ଭୁବନେଶ୍ୱର ପୃଷ୍ଠା : ୧୩୫ ମୂଲ୍ୟ : ୧୩୦  ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ ଅନୁବାଦ - ଶୈଲେନ ରାଉତରାୟ କାମଗୁଣ  ଶୁଭରୂପେ ଦେଖି ଯେ ବିହରେ । ଅସଞ୍ଜତ ଅଟଇ ସେ ନିଜ ଇନ୍ଦ୍ରିୟରେ ।। ଭୋଜନରେ ମାତ୍ରାଜ୍ଞାନ ତାହାର ଯେ ନାହିଁ । ଅଳସ ଓ ହୀନବୀର୍ଯ୍ୟ ନିଶ୍ଚେ ସେ ଅଟଇ ।। ମାର ବଳାତ୍କାରେ ତା'ର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅସୀମକୁ ଦୃଷ୍ଟି  ଆକାଶକୁ କୋର୍ଟ ପିନ୍ଧେଇବାର ସ୍ପର୍ଦ୍ଧା କରିଥିଲି ଦିନେ । ତା'ର ମହାଶୂନ୍ୟତାକୁ ବେଢ଼େଇବାକୁ ଚାହିଁଥିଲି ଆବରଣ । ଚୁନା ଚୁନା ମେଘର ଆବେଗରେ ସଜେଇଥିଲି ତାର ଦେହ । ଖଞ୍ଜିଥିଲି ମଣିଷର ହାତ ଆଉ ରୋପିଥିଲି ପ୍ରେମର ସ୍ତବକ ସେହି ଦିବ୍ୟ ଆଙ୍ଗୁଠିର ବେଷ୍ଟନୀରେ । ବଢ଼େଇ…

ଧାରାବାହିକ ଉପନ୍ୟାସ : ଦେବୀ (୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫ ଗାଆଁରେ ରାତି କିଛି ସ୍ତୁପିଭୂତ ରହସ୍ୟର ଭିତ୍ତିକଥା ପରି। ସେ ରହସ୍ୟ ଭିତରେ ଥାଏ ବୁଢ଼ୀ ଅସୁରୁଣୀର ଯାଦୁପେଡ଼ି। ଯାଦୁପେଡି ଭିତରେ କୁଆଁରୀ ହାଡ଼। ଯାହା ବଳରେ ମାଲ୍ୟାଣୀ କରେ ରାଜାପୁଅକୁ ମେଣ୍ଢା,ମେଣ୍ଢାକୁ ରାଜାପୁଅ।…

କବିତା : ଲୀଳାମୟ ତୁମେ ଜଗନ୍ନାଥ

ପ୍ରଶାନ୍ତ କୁମାର ନାଥ ଲୀଳାମୟ ତୁମେ ନୀଳ ଜଳଧିରେ କୋଟି ଜଳ ବିନ୍ଦୁ ରାଶି କେ ପାରିବ କଳି ତୁମ ରୂପ ରାଶି ଏ ଜଗତ ଦାଣ୍ଡରେ ବସି। ପ୍ରତି ହୃଦୟରେ ତୁମେ ବିରାଜିତ ସୁକ୍ଷ୍ମ ରୂପ ତୁମ ଧରି ମୃତେ ଵି ଜୀବିତ ଜୀଵିତେ ବି ମୃତ ଜୀବନକୁ କର ପାରି। ପିୟୁଷରେ ତୁମେ ବିଷରେ ବି ତୁମେ…

ଜୀବନ ଦର୍ଶନକୁ ବାଦ୍ ଦେଇ ସର୍ଜନା ସମ୍ଭବ ନୁହେଁ : ସତ୍ୟବତୀ ସ୍ୱାଇଁ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ଶିଳ୍ପୀ ସତ୍ୟବତୀ ସ୍ୱାଇଁ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ…