Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୪)

  କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪ ସମୟ ବଡ଼ ବଳବାନ।ଯେଉଁ ସମୟ ଦିନେ ଫୁଲକଢ଼ିକୁ ସାହାସ ଦେଇ ବସ୍ନାବତୀ କରେ ସେଇ ସମୟ ତାକୁ ଫିଙ୍ଗିଦିଏ ଅଳିଆ ଗଦାକୁ। ସମୟ ହିଁ କରିପାରେ ରାଜାପୁଅକୁ ରଙ୍କ। ସମୟ ପାଇଁ ଘାସ କାଟେ ନରେଶ ହରିଶ୍ଚନ୍ଦ୍ର। ସମୟ କାହାକୁ ନେଇ କେଉଁଠି…

କବିତା : ଶୀତ ରାତି

ଅମିୟଭାନୁ ଧଳ  ଅସରନ୍ତି ଶୀତରାତି ଧିରେ ଧିରେ ବଢୁଥାଏ ବିଲ, ଖାଲ, ପଡ଼ିଆ, ଗଡ଼ିଆ ବାଡ଼ଡେ଼ଇଁ ବେଢିଯାଏ ଶୀତଳ ପ୍ରଲେପ ମୋ ତାଳୁରୁ ତଳିପା, ଉଷ୍ମତାର ଶିକୁଳିରୁ ମୁକୁଳି ଶବ୍ଦମୟ ଶୀତ ଭରିଯାଏ, କୋଠରୀର ପ୍ରତ୍ୟେକ ଶୂନ୍ୟତାରେ ରାତି ବଢିଲେ ଶୀତ ବଢେ ଶୀତ ବଢିଲେ ବଢିଯାଏ ତରଳ…

କୁଳାଙ୍ଗାର ଉବାଚ : କିଏ ହେବେ କୋଟିପତି ?

ଡାକିଲେ- ଆସ କିଏ ହେବ କୋଟିପତି! କହିଲି- ଗୋଟିଏର ପତି ହୋଇ ମୁଁ ତ ନାନା ଦହଗଞ୍ଜ ନିତି! କହିଲେ- ନାଇଁ କ୍ୟାମେରା ସାମ୍ନାରେ ଯଦି ଆମ ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଦେବ, ତାହେଲେ କୋଟିଏ ଗାନ୍ଧିମୁଣ୍ଡ ଛପା ନୋଟ୍ ନେବ! କହିଲି- ଓଃ ଏଇକଥା.... ପଚାରୁନ; ମୁଁ ତ ସିଦ୍ଧହସ୍ତ ଘରେ…

କବିତା : ଜୀବନ

ଦାମୋଦର ପଣ୍ଡା ବାହାରେ ମେଘ ଓ ଅଦିନିଆ ବର୍ଷା , ଶେଯରେ ଗୋଟେ ଫୁଙ୍ଗୁଳା ଦେହ ଓ ନପୁଂସକ ରାତି । ଜଣେ ଜଳି ଯାଉଛି ଡହ ଡହ ନିଆଁରେ ଆଉ ଜଣେ ଶବ ପାଲଟି ଯାଉଛି ବରଫରେ । ପବନ ସାପ ପରି ରଙ୍ଗି ଯାଉଛି ଆମ ମଝିରେ ଛାଇ ନିଦରୁ ଉଠିବା ପରେ ଦି ଜଣ ମିଳିତ ହେଉଥିଲେ ଶୃଙ୍ଗାରରେ…

ଧାରାବାହିକ ଉପନ୍ୟାସ : ଦେବୀ (୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ "ଦେବୀ" : ଭାଗ ୩  ଦୀର୍ଘ ସମୟର ବସଯାତ୍ରା ଏବଂ ସାରା ଦିନର ଧାଁ ଦଉଡ ଭିତରେ କ୍ଲାନ୍ତ ହୋଇ ପଡ଼ିଥିଲା ଦେବୀ। ବାପାଙ୍କ ରୋଗ ବିଛଣା ପାଖରେ ବସି ବସି କେତେବେଳେ ଆଖି ଲାଗିଯାଇଥିଲା। ନିଦ ଭାଙ୍ଗିବା ବେଳକୁ ବାପା ଖାଲି ଦେବୀ .... ଦେବ....…

ଧାରାବାହିକ ଉପନ୍ୟାସ : ଦେବୀ (୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୨ ଶୀତରାତିର ଅନ୍ଧାର ବୁଢିଆଣୀ ଜାଲ ପରି ସୂକ୍ଷ୍ମ ଅଥଚ ବହଳ । ତା' ସହିତ ଉପସ୍ଥିତ ସ୍ଥାନ ଯଦି ସହର ବହିର୍ଭୁତ କୌଣସି ଏକ ମଫସଲ ଗାଆଁ ହୋଇଥାଏ, ସେଠାରେ ଅନ୍ଧାର ଭାଲୁର ଲୋମଶ ଆଲିଙ୍ଗନ ପରି ମୁଲାୟମ ମାତ୍ର ଗାଢ଼। ବସରେ ବସି ଅନ୍ଧାରର…

ଝର୍କାର ଆଲୋକିତ ଫ୍ରେମରେ ଈଶ୍ବର

ପ୍ରଦୀପ କୁମାର ରାୟଙ୍କ ସ୍ମୃତିର ଫରୁଆରୁ  ଓଃ... ଭୀଷଣ ବିରକ୍ତିକର..! କଲେଜରୁ ଫେରିବା ବେଳେ ଝିପି ଝିପି ବର୍ଷା ହେଉଥିଲା । ଭିଜି ଭିଜି ଫେରିଥିଲି । ଘରକୁ ଆସି ଚେଞ୍ଜ କରି ଖଟ ଉପରେ ଗଡିପଡିଲି । ଏକୁଟିଆ ବ୍ୟାଚଲର ଜୀବନ । ଏଇ ଛୋଟିଆ ଭଡ଼ା ଘରର ମୁଁ ଅଧୀଶ୍ଵର । ଗଡ଼ୁ ଗଡ଼ୁ ଶୋଇ…

ଗାନ୍ଧୀ ଓ ରମାଦେବୀଙ୍କ ଆଦର୍ଶରେ ମହିଳାମାନେ ସମାଜକୁ ଗଢି ପାରିବେ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ , "ଗାନ୍ଧୀ" ଶୀର୍ଷକରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଗାନ୍ଧୀ ପ୍ରତିଷ୍ଠାନର ସର୍ବ ଭାରତୀୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନନ୍ଦ ଏହାକୁ ଉଦଘାଟନ କରିଥିଲେ। କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଅନୁବାଦ କବିତା : ସମୁଦ୍ର ବେଳାର ବେତବଣ

ମୂଳ ରଚନା : ଡେରେକ ୱାଲକର୍ଟ ମୋର ବନ୍ଧୁମାନଙ୍କ ଭିତରୁ ଅଧେ ମରି ହଜି ଗଲେଣି । ପୃଥିବୀ କହିଲା, ମୁଁ ତୁମ ପାଇଁ ନୂଆ ବନ୍ଧୁ ଖୋଜିଦେବି ନା, ସେହିମାନଙ୍କୁ ହିଁ ଫେରାଇ ଦିଅ ସେମାନେ ଯେମିତି ଥିଲେ, ଠିକ ସେମିତି ମୁଁ ଅଳି କଲି । ଆଜି ରାତିରେ ସମୁଦ୍ର କୂଳର ବେତବଣ ଦେଇ ଭାସି…

ଧାରାବାହିକ ଉପନ୍ୟାସ : ଦେବୀ (୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୧   ଯେତେବେଳେ ଗ୍ରାମ୍ୟ ସଂଲଗ୍ନ ଛୋଟ ବଣକୁ ଲାଗି ଯେଉଁ କେତେ ଖଣ୍ଡ ଦୋଫସଲି ଜମି ସୋରିଷ ଫୁଲରେ ହସି ଉଠେ ସେତେବେଳେ ଶୀତ ଆସେ ଗାଆଁକୁ। ଅବଶ୍ୟ ଗାଁ ପାଖ ବଣଟି ଆଉ ନାହିଁ । ଯେଉଁଠି ଦିନେ କାଠ ରଙ୍ଗଣୀ ଆଉ କଣ୍ଟେଇକୋଳି ବୁଦା ତଳେ…