Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : ହଳେ ଛିଣ୍ଡା ଜୋତାର କାହାଣୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୪  ମୂଳ ପଞ୍ଜାବୀ : ଜ୍ଞାନୀ ଗୁରମୁଖ ସିଂହ ମୁସାଫିର  ସେତେବେଳକୁ ଜୋତା ହଳକ ଛିଣ୍ଡି ନ ଥାଏ । ବୈରାଗ ତାକୁ ପିନ୍ଧି ଯେଉଁଆଡ଼େ ଯାଏ, ତା’ ଜୋତା ହଳକୁ ଲୋକେ କଣେଇ କଣେଇ ଚାହାନ୍ତି । ଯେଉଁମାନେ ତାକୁ ଚିହ୍ନିଛନ୍ତି, ସେମାନେ ସେ…

ମୋ ସ୍ମୃତିରେ ପୋରୁହାଁ ଅଷ୍ଟମୀ

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ ……  ପ୍ରଥମାଷ୍ଟମୀରେ ଆଜି ଏଇ ଉତ୍ତର ବୟସରେ ବି ମୋର ମାମୁଁ ଘର କଥା ଖୁବ୍ ମନେପଡେ । ମୋର ମାମୁଁ ଘର ଜଟଣୀ କୁଦିଆରୀ ଗାଁରେ। ଅଜା ଆଈଙ୍କର ଦୁଇ ପୁଅ, ଦୁଇ ଝିଅ । ମାମୁଁ ଦି ଜଣ ବଡ, ମୋର ବୋଉ ଆଉ ମାଉସୀ ସାନ। ଘଟଣାକ୍ରମେ ମୋର ବାପା ମୋ' ଜନ୍ମ ପରେ…

କୁଳାଙ୍ଗାର ଉବାଚ : ଭାରତ ବନାମ ଇଣ୍ଡିଆର ଲୋକ

ଭାରତର ଲୋକ : ଆମକୁ ଗାଆଁରେ ମିଳୁନି ଭଲ ପିଇବା ପାଣି! ଇଣ୍ଡିଆର ଲୋକ : ତା ହେଲେ ପିଉନ ମିନେରାଲ ପାଣି ବୋତଲ ଆଣି!! ଭାରତର ଲୋକ: ତୈଳଦର ବୃଦ୍ଧି ସତରେ ଭାଆରି ବାଧୁଛି ! ଇଣ୍ଡିଆର ଲୋକ: ଜାଣି ପାରୁନ ଚୀନ୍ ଓ ପାକିସ୍ଥାନକୁ ଆମ ସେନା କେତେ ନାଦୁଛି !! ଭାରତର ଲୋକ:…

ସାଧୁ ଚୋର

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ନିକଟରେ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ହ୍ବାଟସପ ଗ୍ରୁପରେ ଜଣେ ନିଜ ସହ ଘଟିଥିବା ଏକ ଚମତ୍କାରୀ ଅନୁଭୂତିର ବର୍ଣ୍ଣନା କରି ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । କଥାଟି ଏହିପରି ; ଗତ ଶନିବାର ଦିନ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ…

କବିତା : ମୃଦଙ୍ଗ

ଗଦାଧର ସାହୁ  ଭିତରେ ଅଦୃଶ୍ୟ ଲମ୍ବା ପୋଡା ମାଟି ହାଣ୍ଡି, ଉପରେ ମାଳ ମାଳ ଚମଡା ଛାଉଣୀ ବାମ ଡାହାଣରେ ଗୋଲାକାର କଳାଦାଗ କିରଣ ସରିଛି, ଏବେ ବାଜିବାକୁ ସେ ପ୍ରସ୍ତୁତ ଆସ କିଏ ବଜାଇବ । ତା ଦେହରୁ ନାଦବ୍ରହ୍ମ ,ଶବ୍ଦବ୍ରହ୍ମ ବାହାର କରିବା କଳା, କୌଶଳ ସିଖିଛତ ? କେତେ…

ଉନ୍ମୋଚିତ ହେଲା ‘ଭଗବତ ଗୀତା : ଦି ସଙ୍ଗ ଅଫ ଗଡ’

ଭୁବନେଶ୍ୱର : ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ , ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସ୍ୱାମୀ ମୁକୁ ମୁକୁନ୍ଦାନନ୍ଦଙ୍କ ରଚିତ "ଭଗବତ ଗୀତା : ଦି ସଙ୍ଗ ଅଫ ଗଡ" ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ "ଭଗବତ ଗୀତାର ଜୀବନ ଉପଯୋଗୀ ଶିକ୍ଷା " ବିଷୟ ଉପରେ ସ୍ୱାମୀଜୀଙ୍କର ଏକ ପ୍ରବଚନ…

ଅନୁବାଦ କବିତା : ମୋ କବିତା

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ କବିତା ଗୁଡ଼ିକ ଯଦି ହୋଇ ପାରନ୍ତା ଏଇ ରାତ୍ରିର ଆକାଶ ଭଳି ଖାଲି ମୁହୂର୍ତ୍ତର ସତ୍ୟ ,                                                                                ବର୍ତ୍ତମାନର ଆଉ ତା'ର ନଥାନ୍ତା କିଛି ଇତିହାସ ! ଏବଂ ଏଇ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୮ (ଅନ୍ତିମ ଭାଗ) ଯୋଗମାୟାଙ୍କ ପାଦ ତଳେ ପ୍ରଣାମ କରି ଶ୍ରୀମନ୍ତ ଓ ସଂହିତା କହିଲେ ଆଜିର ବେଦ ଉଚ୍ଚାରଣ ଆମେ କରିବୁ। ସନିଆ ଓ ମୁଗୁନି ପୁଅ ସହ ଗୋଲାପ ପାଖୁଡା ପାଛିଆରେ ଧରି ଠିଆ ...। ସମସ୍ତେ ଆଗ୍ରହରସହ ଅପେକ୍ଷା…

କବିତା : ମହଜୁଦ କବିତାର ଶକ୍ତି

ଗଜାନନ ମିଶ୍ର ଦେଖ, ଦେଖ ମନ୍ଦକୁ ଅଲଗା କରୁଛି, ମହଜୁଦ ପୁଣି ସବୁଠି କବିତାର ଶକ୍ତି। ଯିଏ ଯାହାର ଯେମିତି କହିବାର ଅଛି କହିବେ, ଯିଏ ଯାହାର ଯେମିତି କରିବାର ଅଛି କରିବେ କବିତାକୁ ନିଜ ବାଟରେ ଯିବାର ଅଛି ଆଉ ଯେମିତି ହେଉ ଯିବ ହିଁ । ଭାବନି ଏଣୁତେଣୁ, ହେବାର ନାହିଁ…

କବିତା : କଟକ

ଚାରୁଦତ୍ତ ପାଣିଗ୍ରାହୀ  ପ୍ରାୟ ଭାବେ କଟକର ପାଗଳାମି ବା ଖାମଖିଆଲି ଟା କଣ ଏତେ ଯୁଗାନ୍ପୁଯୋଗୀ ବା ଏତେ ଅଦରକାରୀ ଯେ ନିଜତ୍ବ ଲୋପ ପାଇବାଟା ପୁଣି ଗୋଟାଏ ପ୍ରବୃତ୍ତି !! ପ୍ରାୟତଃ ନିର୍ଭିକ ପ୍ରେମିକ ଟିକେ ବେକାର ଟିକେ ନାଚାର ଆଉ ମସ୍ତ କଳାକାର !! କେବେ ନିଜ କଥା…