Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱପ୍ନକୁ ଏମିତି ସଫଳତାର ରଙ୍ଗ ଦିଅ, ଯାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ହୋଇ ଝଟକୁଥିବ : ଗଦାଧର ମିଶ୍ର

ଗଦାଧର ମିଶ୍ର ଜଣେ ନିଆରା  ବ୍ୟକ୍ତିତ୍ୱ । ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ , ନିଷ୍ଠାପର ସାମ୍ବାଦିକ, ଲୋକପ୍ରିୟ ସାମାଜିକ କର୍ମୀ ,  ସଫଳ ସଂସ୍କୃତି ସଙ୍ଗଠକ ଏବଂ ନିରପେକ୍ଷ ସାହିତ୍ୟ ସମାଲୋଚକ ଭାବରେ ସୁପରିଚିତ । ତାଙ୍କର ସାହିତ୍ୟ ଆଲୋଚନା ପୁସ୍ତକଗୁଡିକ ଶିକ୍ଷାର୍ଥୀଙ୍କ ଗହଣରେ ବେଶ୍ ଆଦୃତ…

କବିତା : ସେ ମା’

ପ୍ରସେନଜିତ ସେଠୀ  ନିଜ ରକ୍ତ ମାଂସ ଦେଇ ଅସହ୍ୟ ଯନ୍ତ୍ରଣା ସହି ନଅ ମାସ ଗର୍ଭେ ବୋହି ନବଜାତ ଜନ୍ମ ଦିଏ, ସେ ମାଆ। ଶିଶୁ ପାଳେ ଦୁଗ୍ଧ ଦେଇ, ପିଲା ସାଥେ ପିଲା ହୋଇ, ମନ ଭୁଲା ଗପ କହି, ମଳ ମୂତ୍ର ବାନ୍ତି ଧୋଇ, ଛୋଟରୁ ବଡ଼ କରିଥାଏ, ସେଇ ମାଆ। ଯଥାସାଧ୍ୟ ଜ୍ଞାନ ଦେଇ…

କବିତା : ଯମୁନା କୂଳର କଦମ୍ବ

ଅମିୟ ଭାନୁ ଧଳ କାହ୍ନା ! ବସନ୍ତର ବାସନ୍ତିକ ମୁହୂର୍ତ୍ତରେ କୃଷ୍ଣଚୂଡ଼ାର ଗୁନ୍ଥାଗୁନ୍ଥା ଫୁଲରେ କଦମ୍ବମୂଳର ଅନାବନା ଘାସରେ କାହ୍ନା ! ବେଶ୍ ତମେ ଆଜି ମନେ ପଡୁଛ l ଜାଣିଛ କାହ୍ନା ! ଟିକେ ମନେପକାଅ ତ ! ହଠାତ୍ କଦମ୍ବଟେ ଗଛରୁ ନୀରବ ଯମୁନାର ପାଣିରେ ପଡିଲେ, ଆମେ ଚମକି…

ଆଇଆଇଏମସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : 'ଭାରତୀୟ ଜନ ସଂଚାର ସଂସ୍ଥାନ' (ଆଇଆଇଏମସି) ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହି ସଭାରେ ଅଧ୍ୟକ୍ଷତାରେ କରି କହିଥିଲେ ଯେ ମନୋଜ ଦାସଙ୍କ ପରି ଲେଖକ…

ମନୋଜ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକର ଦ୍ଵାଦଶାହ ଉପଲକ୍ଷେ ସାହିତ୍ୟ ଚର୍ଚ୍ଚା ଏବଂ ଆମେ ଓଡ଼ିଆ-ଆମ ଓଡ଼ିଶା ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ଏହି ବିଶେଷ ସ୍ମୃତି ସଭାରେ ଦେଶ ବିଦେଶର ଅନେକ ମନୋଜ ପ୍ରେମୀ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ…

କୁଳାଙ୍ଗାର ଉବାଚ : ଅନଲାଇନ୍ ଅଡୁଆ

ଡଃ କୁଳାଙ୍ଗାର  ମେସେଜ ଏବଂ ଇ-ମେଲରେ କୋଟି କୋଟି ଟଙ୍କା ଲଟେରୀ ଉଠିଚି ବୋଲି ଯେବେ ମୁଁ ଜାଣୁଛି; କେତେ ସଂଖ୍ୟା ସହ କେତେଟା ଶୂନ ଲାଗିବ ବୋଲି ମୁଁ ଗଣୁଛି! ସତେ ଯଦି ତାହା ଛାଣୁଛି, ଆମେରିକା ଯାଇ କନିଆ ଆଣନ୍ତି ମେଲିଣ୍ଡା ବିଲ୍-କୁ ଛାଡି ଦେବାର ମୁଁ ଶୁଣୁଛି!! ଝିଅଟିଏ…

କବିତା : ପାଗଳର ପ୍ରଳାପ

ବିଶ୍ୱଜିତ ସାହୁ  ହଁ, ମୁଁ ନିଜ ଇଚ୍ଛାରେ ଆଦରି ନେଇଛି, ଏଇ ଅନ୍ଧାର କୋଠରୀ, ଏଇ ନୀରବତା, ଏଇ ନିଶ୍ଚଳତା... ଦିନେ ମୋର ବି ଇଚ୍ଛା ଥିଲା, ଦେଖିବାକୁ ସ୍ବପ୍ନର ଇନ୍ଦ୍ରଧନୁ, ଶୁଣିବାକୁ ପକ୍ଷୀଙ୍କ କୋଳାହଳ, ହେଲେ ସବୁ ସ୍ବପ୍ନ ଆଜି ଧୂଳିସାତ, ସବୁ ଆଶା ଆଜି ମୃତ.. ଏବେ କେବଳ…

କବିତା : ମହାମାରୀ

ସୁପ୍ରିୟା ପଣ୍ଡା    ହା ହା କାର ଆଜି ଜନମାନସରେ ଦୁର୍ବିପାକର ସମୟ , ଦୂର ଦେଶୁ କେଉଁ କ୍ଷୁଦ୍ର କଣିକା ମାନବ ଜାତିର ଭୟ। ବ୍ୟାଧିର ରାକ୍ଷସ ବାହୁ ତଳେ ଆଜି ବିଶ୍ୱ କବଳିତ ହୁଏ, କୋଣ ଅନୁକୋଣେ କାୟା ବିସ୍ତାରି ସଭିଙ୍କ ପ୍ରାଣ ଥରାଏ । ପଶୁପକ୍ଷୀ ସବୁ ନିର୍ଭୟର ଚିତ୍ତେ…

ଗଳ୍ପ : ଜୀବନ ଯନ୍ତ୍ରଣା

ପ୍ରିୟମ୍ବଦା ରଥ  ପ୍ରାୟ ରାତି ଦୁଇଟା ବେଳେ ମେଡିକାଲରୁ ଫୋନକରି ଜଣାଇଲେ ପ୍ରଭାତ ।ଖବରଟି ପାଇବା ପରେ ବ୍ୟତିବ୍ୟସ୍ତ ହୋଇପଡିଲେ ରୀତିକା । କିଛି ସମୟ ପାଇଁ ନିଜର ସ୍ଥିତିକୁ ସେ ଅନୁଭବ କରିପାରିନଥିଲେ। ସବୁକିଛି ନିସ୍ତବ୍ଧ ହୋଇଯାଇଥିଲା ଯେପରି। ସ୍ଵାଭାବିକ ଅବସ୍ଥାକୁ ଫେରିବାକୁ ତାଙ୍କୁ…

ସାହିତ୍ୟ ପତ୍ରିକା କାହାଣୀର ‘ମନୋଜ ଦାସ ବିଶେଷାଙ୍କ’ ଲୋକାର୍ପିତ

ଭୁବନେଶ୍ୱର : ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ସମ୍ପାଦିତ ଅଗ୍ରଣୀ ସାହିତ୍ୟ ପତ୍ରିକା ' କାହାଣୀ ' ର 'ମନୋଜ ଦାସ ବିଶେଷାଙ୍କ' ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମ୍ମାନିତ ଅତିଥି ଭାବରେ…