Latest Odisha News

BREAKING NEWS

Browsing Category

ସାହିତ୍ୟ

ପାଠକ ହିଁ ଲେଖକର ସର୍ବଶ୍ରେଷ୍ଠ ବିଚାରକ : ଦ୍ବିତୀ ଚନ୍ଦ୍ର ସାହୁ

ଓଡ଼ିଶା ସାହିତ୍ୟରେ ତରୁଣ ପିଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦ୍ବିତୀ ଚନ୍ଦ୍ର ସାହୁ । ସ୍ତମ୍ଭ , ଗଳ୍ପ , କବିତା , ଉପନ୍ୟାସ , ଫିଚର, ଶିଶୁ ସାହିତ୍ୟ , ନାଟକ , ଗୀତ ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ…

ଗଳ୍ପ:ପ୍ରାସାଦର ଚିତ୍କାର

    ସନ୍ତୋଷ କୁମାର ରଣା କିଛି ବର୍ଷ ତଳର କଥା  ମୁଁ କଳିଙ୍ଗ ପ୍ରଦେଶର ଉତ୍ତର ପାର୍ଶ୍ୱରେ ଥିବା ବଉଳା ପର୍ବତକୁ ବୁଲି ଯାଇଥିଲି । ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏହି ପର୍ବତରେ ଅଛି ଖୁବ୍ ସୁନ୍ଦର ଶୈଳନିବାସଟିଏ । ନାଆଁ ତାର କଳିଙ୍ଗ ଦୁଆର । କୁହାଯାଏ ମଧୁକୈଠପ ରାକ୍ଷସ ଏଇ…

କବିତା :ମନ ମନ୍ଦିର

ବିନୋଦିନୀ ଦାଶ  ମନ ମୋ ମନ୍ଦିର ହୃଦ ସିଂହାସନ ତୁମେ ସେଠି ନିତ୍ୟ ବାସ, ଭାବର ଚନ୍ଦନ ବୋଳି ଭଗବାନ ହୁଏ ମୁଁ ନିତି ହରଷ । ନୟନ ବାରିରେ ପଦ ଧୌତ କରି ସଜାଇ ଭକ୍ତି ପୁଷ୍ପରେ, ପୁଲକିତ ହୃଦେ ସୁଖଦୁଃଖ ମାଳା ଗଳାଏ ତୁମ ଗଳାରେ । ଅତି ଶୋଭାବନ ଦିଶ ମୋ ନୟନେ ମନ୍ଦିର ମୋ ଯାଏ…

କବିତା: ଜୟ ମାତା ଲକ୍ଷ୍ମୀ

ସାଧନା ପଣ୍ଡା ଜୟ ମହାଲକ୍ଷ୍ମୀ ଜୟ ଧନଲକ୍ଷ୍ମୀ ଜୟ ତୁ ମାତା କମଳା ମାର୍ଗଶିର ମାସ ଶୁଭ ଗୁରୁବାରେ ପୂଜନ୍ତି ତତେ ଅବଳା ।। ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଚାଲେ ମାଣ ବସେ ଘରେ ଘରେ ଝୋଟି,ଚିତା, ଧୂପ, ଦୀପର ଆଳତି ଭୋଗ ନୈବେଦ୍ୟରେ ଭରେ।। ଘରେ ଘରେ ଭରି ଆନନ୍ଦ…

କବି ଦୁର୍ଗାଚରଣ ପରିଡାଙ୍କ କବିତା ,କବିତା ବଜ୍ର ହୋଇପାରେ, ନୀରବତା ବି ହୋଇପାରେ

ଗତକାଲି କବି ଦୁର୍ଗାଚରଣ ପରିଡା ଚାଲିଗଲେ। ବୟସ ପାକଲା ହୋଇସାରିଥିଲା। ୯୨ ବର୍ଷର ପରିପୂର୍ଣ୍ଣ ଜୀବନ ପରେ, ବିଦାୟ ଏକ ସ୍ଵାଭାବିକ ପ୍ରକ୍ରିୟା। ହେଲେ ଓଡ଼ିଆ କବିତାରେ ସେ ଅନୁପସ୍ଥିତିର କବି। ଅନେକ ତାଙ୍କୁ ଜାଣନ୍ତି ନାହିଁ। ଏପରିକି ସାହିତ୍ୟରେ ବୁଡ଼ିକି ଥିବା ଲୋକେ ବି ତାଙ୍କୁ ମନେ…

କବିତା : ପ୍ରୟାସ

ରାଜେଶ କୁମାର ସାହୁ ଲେଖିବା ହେଉଛି ମୋର ଏକ ପ୍ରୟାସ , ମନରେ ଉଙ୍କି ମାରୁଥିବା ଢେଉକୁ କୂଳରେ ପହଞ୍ଚେଇବାକୁ ପ୍ରୟାସ । ତୁମକୁ ଆଉ ଦେଖିବାଟା ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ , ତୁମ ସୁନ୍ଦର ଆଖି ଦୁଇଟାକୁ ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ । ତୁମ ଜୀବନ ର…

ହଳଧର ନାଗ ; କବିତାରେ ଭାଷାର ବନ୍ଧନ ଭାଙ୍ଗୁଥିବା ଲୋକଋଷି              

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ…

କବିତା: ଅଭୟ ଦେ ମା

ଜ୍ଞାନେନ୍ଦ୍ର କୁମାର ପଣ୍ଡା ମା' ମା' ମା' ଲୋ ତୋତେ ପଚାରୁଛି ଏ ଅଧମ ପୁତ୍ର ତୋର ତୁ ଯଦି ତୃଷିତ ଅଛୁ ଅନନ୍ତକାଳରୁ ହେ ମାଆ ମୋର ମୋତେ ଆଦେଶ କର ତୋ ଇଚ୍ଛିତ ବାକ୍ୟକୁ ମଣିବି ଶିରୋଧାର୍ଯ୍ୟ ଏ ମୋର ନଶ୍ୱର ଶରୀରୁ ଦେଇ ଟୋପା ଟୋପା ରୁଧିର। କହ..ତୋ ଅଧମ ପୁତ୍ର ପାଖରେ ଏହା…

ନକରାତ୍ମକ ମଣିଷଟି ସବୁଠାରୁ ଅଧିକ ଭଲ ପାଉଥାଏ: ଅମିୟ ବେଜ

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅମିୟ ବେଜ। ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପ ର କଳେବର ଦେଇ ଭାବପୂର୍ଣ , ସମ୍ବେଦନଶୀଳ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। ଗାଳ୍ପିକଙ୍କ ସମସ୍ତ ଗଳ୍ପ ବିସ୍ତୃତ ନୁହେଁ କିନ୍ତୁ ପାଠକଙ୍କ…

ଅଣୁଗଳ୍ପ: ବାପା

ଅମ୍ବିକେଶ ରାଉତ ଗଳ୍ପ - ଏକ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ଲଢେଇ କରି ଜାତିସଂଘରୁ ପୁରସ୍କୃତ ହୋଇଥିବା ମନୋହର ବାବୁ, ପୁଅ ହେବା ଖୁସିରେ ୫ କେଜି ମିଠା ବାଣ୍ଟିବା ସହ ହସ୍ପିଟାଲ ଷ୍ଟାଫଙ୍କୁ ଭଲ ଦି ପଇସା ଖର୍ଚ୍ଚ କରିବାକୁ ଦେଇଥିଲେ । ମନେ ମନେ ସ୍ୱର୍ଗତୋକ୍ତି କଲା ଭଳି କହୁଥିଲେ,…