Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୨)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

କବିତା ମୋତେ ସର୍ଜନଶୀଳତାର ଶୁଦ୍ଧ ଆତ୍ମିକ ଆନନ୍ଦ ଦେଇଛି: ମମତା ଦାଶ

ମମତା ଦାଶ ଓଡ଼ିଆ କବିତା ଓ କଥାସାହିତ୍ୟର ଜଣେ ସମ୍ବେଦନଶୀଳ ଶିଳ୍ପୀ । ‘ନୈମିଷାରଣ୍ୟ’, ‘ଏକତ୍ର ଚଂଦ୍ର ସୂର୍ଯ୍ୟ’, ‘ଅବାକ୍‍ ସ୍ୱର୍ଗ’, ‘ଉଜ୍ଜ୍ୱଳ ଉପବନ’, ‘ନୀଳ ନିର୍ବାପନ’, ‘ହିରଣ୍ୟବର୍ଣ୍ଣ’, ‘ଶୁଭ୍ରଧାରା’, ‘ମାୟାନ୍ଧକାର’, ‘ରାଗ ଲଳିତା’ ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସେ…

ବିଭେଦ

ବିଭେଦ ସସ୍ମିତା ରାଉତ ଧର୍ଷଣକୁ ନେଇ ମୋର ବିରୋଧ କେତେ ପ୍ରକାରର ? ତୁମେ କେବଳ "କ" ସ୍ତମ୍ଭ ସହ "ଖ" ସ୍ତମ୍ଭର ସମ୍ପର୍କକୁ ଦେଖ ଆଉ ମଜା ନିଅ । "କ" ସ୍ତମ୍ଭରେ କେଣ୍ଡେଲ ମାର୍ଚ୍ଚ, ଟାୟାର ଗନ୍ଧ, କାଚ ଗୁଣ୍ଡ , ବଳତ୍କାରୀ ସାଧାରଣ ବସଚାଳକ ? କୁହୁଳି ଉଠିବ ଧୂଆଁ, ସୁନିଶ୍ଚିତ…

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା ଜ୍ୟୋତି ନନ୍ଦ ପୃଥିବୀର ସର୍ବପ୍ରଥମ ଚିହ୍ନିତ କବିଟି ସହ ଆଗ ଆପଣମାନଙ୍କ ପରିଚୟ କରାଇଦେବାକୁ ଉଚିତ ମନେ କରୁଛି । ସେ ଜଣେ ରାଜଜେମା । ଟାଇଗ୍ରିସ୍ ଇଉଫ୍ରେଟିସ୍ ନଦୀକୂଳରୁ ସମଗ୍ର ତୁର୍କୀ ଯାଏଁ ପରିବ୍ୟାପ୍ତ ତଥା ଏମିତି କହିବାକୁ ଗଲେ…

ମୋକ୍ଷ

ମୋକ୍ଷ ସ୍ମୃତିପ୍ରଭା ସାହୁ ବର୍ଷା । ଖୁବ ଜୋର ବର୍ଷା । କାଳି ଅନ୍ଧାରକୁ ଦେହରେ ମାଖି ଆକାଶରୁ ସେ ବର୍ଷା ମନଇଛା ବର୍ଷୁଥାଏ । ଛାତି ତଳର କୋହ ବା କାହା ଆଖିରେ ଶୁଖିଯାଇଥିବା ଲୁହ ଯେମିତି, ବର୍ଷୁଥାଏ ମନଇଚ୍ଛା । ଥମିବାର ନାଁ ଧରୁନଥାଏ । ଏହି ବର୍ଷାରେ ହଠାତ ମେନରୋଡରୁ ଗୋଟାଏ ବଡ଼…

ମୋହନ ଦାସ

ମୋହନ ଦାସ ଅମରେନ୍ଦ୍ର ମାଧବ ଦାଶ ତମ ପାଖରେ ନ ଥିଲା ଅସ୍ତ୍ରଶସ୍ତ୍ର ସାଥୀରେ ନଥିଲା ବି ସୁରକ୍ଷା ବଳୟ ତଥାପି ସେମାନେ ଥିଲେ (ଅସହଜ) ଭୟଭୀତ ଆତଙ୍କରେ ଥିଲେ ଜଡ଼ସଡ଼... କାହିଁକି କେଜାଣି ? ଅନେକ ସମୟ ସେମାନେ ଅନ୍ଧାରରେ ଖୋଜୁଥିଲେ ତମ ଗୋଲଗୋଲ ଚଷମା କାଳେ ପଢ଼ି ପାରିବେ ତା’…

କାହାଣୀ

କାହାଣୀ ସୂର୍ଯ୍ୟସ୍ନାତ ତ୍ରିପାଠୀ ଶେଷରେ, କାହାଣୀଟିଏ ହେବା ହିଁ ଥୟ ! ଏ ବସନ୍ତର ପୀଡା, ଏ କୋହର ବିନ୍ୟାସ, ଏ ଦିନ-ରାତି, ଏ ଋତୁ-ରଙ୍ଗ ଏ ସବୁ ଦିନେ ପାଲଟିବେ କରୁଣ କାହାଣୀ, ନିରର୍ଥକ କବିତାରେ ସମାଧିସ୍ଥ ହେବେ ନଈବଢି ପରେ, କେହି ଜଣେ ଲେଖିଦେବ ପଟୁର ମସୃଣ ଦେହେ ସବୁଜ…

ଏମିତି ହୁଏ ପ୍ରଥମ ଥର

ଏମିତି ହୁଏ ପ୍ରଥମ ଥର ଫିର୍ଦୋଷୀ ତବସୁମ୍‍ ଏମିତି କିଛି ହୁଏ ପ୍ରଥମ ଥର ତୁମେ ଦେଖି ମତେ ବୋଧେ ଆଉ କିଛି ଦେଖିବା ଭୁଲିଯାଇଥିଲ ଚକିତ ଥିଲ ତୁମେ ଅପଲକ ଅନାଇ ମଜ୍ଜି କହିଥିଲ,"ତୋ ସୁଢ଼ଳ ନୟନର ପ୍ରେମ ପିଆଲାରେ ମତୁଆଲା ମୋର ଏ ମନ।" ରୋମାଞ୍ଚରେ ଭରିଯାଇଥିଲା ମୋର ମନ ସବୁଜ ଦିଗନ୍ତ…

ସତରେ କ’ଣ ମୁଁ ଗପ ଲେଖିଛି?

ସତରେ କ’ଣ ମୁଁ ଗପ ଲେଖିଛି? ନେତାଜୀ ଅଭିନନ୍ଦନ ପିଲାଦିନେ ଗପ ନଶୁଣିଲେ ଆଖିକୁ ନିଦ ଆସୁନଥିଲା । ପ୍ରତି ରାତିରେ ମତେ ନୂଆ ଗପ ଶୁଣାଇବାର ଦାୟିତ୍ୱ ତୁଲାଉଥିଲେ ବାବା ଓ ବିବୁ (ଦାଦା ବିବୁଧରଂଜନ) । ହରେକ ରକମର ଓ କିସମର ନୂଆ ନୂଆ ଗପ । ମୁଁ ଉତ୍କଣ୍ଠାର ସହ ରାତିକୁ ଅପେକ୍ଷା କରି ରହୁଥିଲି…