Latest Odisha News

BREAKING NEWS

Browsing Category

ସାହିତ୍ୟ

ଛଳନାର ଶହେବାଙ୍କ ନଈଟିଏ ତୁମେ

ଛଳନାର ଶହେବାଙ୍କ ନଈଟିଏ ତୁମେ ପଞ୍ଚାନନ ନାୟକ ଜାଣେ, ମୋର ମୃତ୍ୟୁ ଖବର ପାଇ ତମେ ଖୁବ ଖୁସି ହେବ। ଆକାଶକୁ ଚାହିଁ ଦୀର୍ଘ ତମ ଦୀର୍ଘଶ୍ଵାସ ଛାଡିଦେଲାବେଳେ ହେ ପ୍ରଭୁ, ମୁକ୍ତି ମିଳିଗଲା ନିଶ୍ଚୟ ଭାବିବ। ମୁଁ ମଲା ପରେ ତମେ ଲୁହ ଝରେଇବ, ଅଥଚ, ସେ ଲୁହରେ ମୁଁ ନୁହେଁ,…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଗାୟତ୍ରୀ ଦାସ ୧. ଜିତାପଟ ବାହାର ଟିଣ କବାଟରେ ଦୁମ୍ ଦୁମ୍ କରାଘାତ। କାନ୍ଥର ଗୋଟିଏ କଣକୁ ଟଂଗା ହୋଇଥିବା କ୍ୟାଲେଣ୍ଡରର ପୃଷ୍ଠାକୁ ନିରିଖିଲା ସେ। ଆଜି ତିନି ତାରିଖ। ମାସର ପ୍ରଥମ ସପ୍ତାହରେ ଦିନକ ପାଇଁ ଆସେ ଲୋକଟା। ସବୁ ଚିହ୍ନା ଜଣା ଗ୍ରାହକଠୁ ଟିକେ ଅଲଗା। ସାଥିରେ…

କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଘାଟନ ଉତ୍ସବରେ ‘ଗାନ୍ଧୀଙ୍କ ଭାରତ’ ବିଷୟରେ ଆଲୋଚନା

ଭୁବନେଶ୍ୱର: କର୍ଣ୍ଣାଟକ ରାଜ୍ୟରେ ବିଜେପି ଶାସନ କ୍ଷମତା ଆପଣାଇବାକୁ ଯେଉଁ ଉଦ୍ୟମ କରୁଛି ତାହା କେବଳ ନୈତିକତାର ଅଭାବରେ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି । ଭୁବନେଶ୍ୱରଠାରେ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ଉଦଘାଟନୀ ଦିବସରେ ଯୋଗଦେଇ…

ଇନସୋମ୍‍ନିଆ

ଇନସୋମ୍‍ନିଆ ନିଖିଳେଶ ମିଶ୍ର ଯଥେଷ୍ଟ ହୁଏନାଇଁ ଜମା। ଶୋଷକୁ ପାଣି, ଚିତ୍କାରକୁ ପ୍ରତିଧ୍ୱନି, ସ୍ୱପ୍ନକୁ ନିଦ, କି ମୋ' ଅଭିମାନକୁ ତମ ଭଲପାଇବା - ଜମାରୁ ଯଥେଷ୍ଟ ହୁଏନାଇଁ। ତମେ ଯେବେ ଶୋଇପଡ଼, ତମ ଶେଯ ପାଖରେ ଧୀମା ସ୍ୱରରେ କଥା ହୁଅନ୍ତି ଏମାନେ ସବୁ - ମୋ' ଶୋଷ, ମୋ'…

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା କେଦାର ମିଶ୍ର ରାଧାନାଥ ରାୟ ଆଧୁନିକ ଓଡିଆ କବିତାର ଯୁଗ ପ୍ରବର୍ତ୍ତକ, ଏ କଥାରେ କୌଣସି ସନ୍ଦେହ ନାହିଁ। ଓଡିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାର ଶ୍ରେୟ ରାଧାନାଥଙ୍କର। ତେବେ କବିତାର ଶୈଳୀ ଓ…

ଫେରିଯାଉଥିବା ଢେଉସବୁ

ଫେରିଯାଉଥିବା ଢେଉସବୁ ସୁଷମା ଦାଶ ମୁଁ ଜାଣିଥିଲି ଦିନେ ନା ଦିନେ ଏମିତି ହେବ ବୋଲି। ସବୁବେଳେ ଶାମୁକା ଯେ ସ୍ୱାତି ନକ୍ଷତ୍ରରେ ପୂର୍ଣ୍ଣଗର୍ଭା ହେବ, ଏ କଥାର ମାନେ ନାହିଁ। ଆକାଶର ସବୁ ମେଘ ଯେ ବରଷା ହୋଇ ମାଟିକୁ ଛୁଇଁବ କିଏ କହିବ ସେ କଥା ! ସବୁ ଫୁଲ କଣ ଫଳ ହୋଇ ପାରନ୍ତି ? ସବୁ ଫୁଲ…

ତୁମ ହାତେ କେଉଁ ଦେଇହେଲା

ତୁମ ହାତେ କେଉଁ ଦେଇହେଲା ଧନଞ୍ଜୟ ସ୍ୱାଇଁ ହାତଲେଖା ମୋ ଚିଠି ଯା’ ତଳେ ଲେଖିନି ଇତି ତୁମ ହାତେ କେଉଁ ଦେଇହେଲା! ତୁମରି ମୁଗୁନି ମୁହଁ ତୁମ ମୋତିଝରା ଲୁହ କାଗଜରେ ଆଙ୍କିବାର ଥିଲା, କାଲିକି ଆଙ୍କିବି ବୋଲି ଜମାକଲି ରଂଗ ତୂଳୀ ପବନରେ ସବୁ ଉଡ଼ିଗଲା... ତୁମ ହାତେ କେଉଁ…

ସୋମବାରୀର ସ୍ୱପ୍ନ

ସୋମବାରୀର ସ୍ୱପ୍ନ ଭରତ ବେହେରା ହୁଏତ ନିର୍ବାସିତ ଶ୍ରେଣୀ ଅର୍ଗଳିରୁ ସୋମବାରୀ ଉଠି ଆସିଥିବ ଜିଇବାର କଳା ହୋଇଥିବ କ୍ଷେତ ଖଣି ଖାଦାନ ଖାଉନ୍ଦ ସକାଳ ପାହିଲେ ସତେଜ ଦେହକୁ ନେଇ ଧାଇଁଥିବ ଅସମ୍ପୂର୍ଣ୍ଣ ଶ୍ରମ ବିପଣିକୁ ମଳିନ ବିବର୍ଣ୍ଣ ହୋଇ ଲେଉଟି ଆସିବ ପକ୍ଷୀମାନେ ଫେରିବା…

ରଜନୀ ଗୋ

ରଜନୀ ଗୋ ଶରତ ଦାଶ ରଜନୀ ଗୋ ତୁମେ କଳାପାଟ ପିନ୍ଧି କାହିଁ ଆସ ସଞ୍ଜପରେ ଲିଭାଇ ଆଲୋକ ସବୁ ଏକାକାର କରିଦିଅ ଅନ୍ଧକାରେ! କ୍ଳାନ୍ତ ନୟନ ଶ୍ରାନ୍ତ ଶରୀର ପଡେ଼ ତୁମ କୋଳେ ଶୋଇ ଅବଶ ମାନସ ଛାଡେ଼ ଦୀର୍ଘଶ୍ୱାସ ଅବଚେତନରେ ଥାଇ । ରଜନୀ ଗୋ କୁହ କାହିଁକି ସାଥିରେ ଆସେ ତୁମ ଡରଭୟ…

ଦର୍ପଣ

ଦର୍ପଣ ସୁଧୀର ମେହେର ଯେବେ ବି ଆସିଚ ଗଭୀର ଶ୍ରଦ୍ଧାରେ ତୋଳି ଧରିଚି ନିବୁଜ ଛାତି ଭିତରେ । ତମେ ହସିଲେ ହସିଚି କାନ୍ଦିଲେ କାନ୍ଦିଚି ତମର ପ୍ରତିଟି ଭାବ ଅଭାବକୁ ଆଖିର ତାରା ସାଜି ପ୍ରତିବିମ୍ବିତ କରିଚି । ଛାତି ତଳେ ଟିକେନାକୁ ପାରଦ ଅଛି ବୋଲି ତ ଏତେ କଥା! ନାଇଁତ...…