Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଧିକାର କେଉଁଠି, ପ୍ରେମିକାପଣର

ଅଧିକାର କେଉଁଠି, ପ୍ରେମିକାପଣର ରିତାଞ୍ଜଳି ମହାରଣା ତୁମ ଆଖିର ଲେନ୍ସରେ ଯଦି ଅଚିହ୍ନା ମୋ ସପନର ନକ୍ସା, ତେବେ ଅଧିକାରର ପ୍ରଶ୍ନ କେଉଁଠି ? ସାତସନ୍ଧିରେ ସାଇତା ମୋ ପ୍ରେମ ବଗିଚାର ଗୋଲାପକୁ ତୁମ ହାତ ମୁଠାରେ ଦଳିମକଚି ଫିଙ୍ଗିଦେଇପାରିଲ ଯଦି ଅଜଣା ଆକାଶକୁ ! ବଦଳରେ ଖୁବ…

ମୁଁ ଭୟଙ୍କର ପୁଅଟେ, ସତରେ !

ମୁଁ ଭୟଙ୍କର ପୁଅଟେ, ସତରେ ! ସତ୍ୟନାରାୟଣ ଗନ୍ତାୟତ ମୁଁ ଭୟଙ୍କର ପୁଅଟେ, ସତରେ ! ଭୟ ନାଇଁ ମୋ କାହାକୁ ଏପରିକି ଭୟକୁ ବି ! ଆଖିରେ ହାଣିପକାଉଥିବା ଝିଏ ପଡିଯାଆନ୍ତି ମୋ ଖାଳୋଇରେ ଥରୁଟିଏ ମୋତେ ଦେଖୁଦେଖୁ ! ଧୋତି ପିନ୍ଧେ ଜିନ୍ସ ବି ପିନ୍ଧେ ମୁଁ ! ବାରମାସି ଅଷ୍ଟକାଳି…

ଆଞ୍ଜୁଳା

ଆଞ୍ଜୁଳା ସୁଦର୍ଶନ ଦାସ ମୋ ଆଞ୍ଜୁଳା ପୂରିବା ଯାଏ ଅପେକ୍ଷା କରେ ପରସ୍ତ ପରସ୍ତ ଛାଇଙ୍କ ପିଠିରେ ଭରା ଦେଇ । ସମୟକୁ ଗୋଟାଏ ମୁଁ ଶାଳପତ୍ର ଗୋଟାଉଥିବା ଆଦିବାସୀ ଝିଅ ପରି । ଦୃଷ୍ଟିରେ ଅନେକ ଦିଗନ୍ତ ଶୋଷିହେଲା ପରେ ଆଞ୍ଜୁଳା ଉପରେ ନଜର ହାଡ଼, ମାଂସ, ସ୍ୱେଦ ଓ ରକ୍ତର ପୁଣି…

‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଲେ ଜାସଲିନ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଥିବା ୨ୟ ‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଛନ୍ତି ଜାସଲିନ୍ ମହାପାତ୍ର । ଏହି ପୁରସ୍କାର ବିଜୟିନୀ ୧୦ମ ଷ୍ଟାଣ୍ଡାର୍ଡ଼ର ଛାତ୍ରୀଜଣକଙ୍କୁ ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ବିଜେତା…

ନବଜାତକର ହସ

ନବଜାତକର ହସ ବିରଜା ବଳ ଲାଳସରସର ନବଜାତ ଶିଶୁର ହସ । ହସରହିତ ଉପଲକ୍ଷରେ ଆକାଶିଆ ଗଛଯାଏ ଉଡ଼ିଯାଏ ଘୂରିବୁଲେ ଭିନ୍ନଭିନ୍ନ ଦୃଶ୍ୟ ଭିତରେ । ଗୋଟେ କୁନିଗଛର ମୂଳବାହିକା ଚେର ପ୍ରବେଶ କରେ ଭିତରକୁ ମାଟିତଳ ରସମୟ ବୋଲି ଆବୃତ୍ତି କରେ, ହସ, ରସମୟ ବୋଲି ଆବୃତ୍ତି କରେ ନବଜାତ…

ବାହାରେ ବର୍ଷା

ବାହାରେ ବର୍ଷା ନୀଳିମା ନିବେଦିତା ଚାଖଣ୍ଡେ ଦୂରତା... ସଫା ଦିଶୁଥିଲା ଯୋଜନେ କ୍ଷୋଭ । କୋହଲା ପବନ... ଶିହରୁଥିଲା ତମାମ ଅବୟବ । ଝିପିଝିପି ବର୍ଷା ରାଜରାସ୍ତାର ନିରବତା ଚିରି ବେଦମ ନାଚୁଥିଲା, ରହି ରହି ଶୁଭୁଥିଲା ଟୁପଟାପ୍ ଟୁପଟାପ୍ ଶବ୍ଦ । ଛାତି ତଳ କୋହରୁ ଏଣେ…

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା କେଦାର ମିଶ୍ର ଭଲ କବିତାକୁ ଖରାପ କବିତାର ଭିଡରୁ ରକ୍ଷା କରିବାକୁ ହେବ – ଆମ ସମୟର କେତେଜଣ ଅତ୍ୟନ୍ତ ସମ୍ବେଦନଶୀଳ କବି ଏ କଥା ଉଠେଇଛନ୍ତି। ସେମାନଙ୍କର ଭୟ ହେଉଛି, ଖରାପ କବିତାର ଭିଡ ଭିତରେ କାଳେ ଭଲ କବିତା ହଜିଯାଇପାରେ !! ସାମାଜିକ…

କ୍ଲାଇମାକ୍ସ

କ୍ଲାଇମାକ୍ସ ହରପ୍ରସାଦ ମହାପାତ୍ର କାହାଣୀ ଶେଷରେ ତମେ ପୁଣି ଫେରିଆସିବ ମୋ ପାଖକୁ ଇଡି ଯାଇଥିବା ବାସ୍ନା, ଉଡିଯାଇଥିବା ପ୍ରଜାପତି ହୋଇ ନିଉ ୱେଭ୍ ସିନେମାର କ୍ଲାଇମାକ୍ସ ନେଇ! ସେତେବେଳକୁ ପୋତିହୋଇ ପଡିଥିବ ତମର ସବୁତକ ଗୁମାନ ଉଇ ଚରିସାରିଥିବ ମୋର ମିଛ ଅଭିମାନ, ଛାଇ…

ଅଛରେ ବରଷା

ଅଛରେ ବରଷା ସଂଜୟ କୁମାର ମିଶ୍ର ଅଛରେ ବରଷାକୁ ଇ ଅପେକ୍ଷା ବରଷା ଲୁଚିଛି ସାତତାଳ ପାଣିପଙ୍କ ତଳ ରୂପାର କରାଟରେ ଭଅଁର ହୋଇ ବାହାରକୁ ଆଦୌ ଆସୁନାହିଁ, ଚାରିଲେନ ରାସ୍ତା ହିଁ ରାକ୍ଷସ ଖାଉଛି ହଜାର ହଜାର ଗଛ ମଣିଷ ହୃତପିଣ୍ଡ ଅଧାଜଳା ଶବ ହେଇ ଶୁଇଛି ପୃଥିବୀର ପ୍ରେତ,…

ବାପା

ବାପା ରାଜେନ୍ଦ୍ର ଗିରି  ବାପା ! ବେଳେ ବେଳେ ଇଚ୍ଛା ହୁଏ ହାତ ବୁଲେଇ ପରଖିବାକୁ ଅୟୁତ ଓଜନକୁ ଆୟତ କରୁଥିବା ତୁମର ସେଇ ଟାଣ ଛାତିକୁ । ସଂସାରଯାକର ଦୁଃଖ-ଯନ୍ତ୍ରଣାକୁ କେମିତି ଲୁଚେଇ ରଖ ଯେ! ବୁଢ଼ୀ ଅସୁରୁଣୀର ଖୋଳପା ପରି, ଏକ ପ୍ରବୀଣ ଅଭିନେତା ପରି ତୁମେ-ବି ବେଳେବେଳେ…